ETV Bharat / bharat

ଏଲିଜାବେଥଙ୍କ ଶେଷକୃତ୍ୟରେ ସାମିଲ ହେବେ ରାଷ୍ଟ୍ରପତି, 17ରେ ଯିବେ ଲଣ୍ଡନ - ରାଣୀ ଏଲିଜାବେଥଙ୍କ ଶେଷକୃତ୍ୟରେ ସାମିଲ ହେବେ ରାଷ୍ଟ୍ରପତି

ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ଶେଷକୃତ୍ୟରେ (State Funeral of Queen Elizabeth II) ସାମିଲ ହେବା ପାଇଁ ଲଣ୍ଡନ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । 19 ରେ ଲଣ୍ଡନରେ ହେବ ମହାରାଣୀଙ୍କ ଶେଷକୃତ୍ୟ । ଅଧିକ ପଢନ୍ତୁ

Etv Bharatଏଲିଜାବେଥଙ୍କ ଶେଷକୃତ୍ୟରେ ସାମିଲ ହେବେ ରାଷ୍ଟ୍ରପତି, 13 ରୁ ଯିବେ ଲଣ୍ଡନ
Etv Bhaଏଲିଜାବେଥଙ୍କ ଶେଷକୃତ୍ୟରେ ସାମିଲ ହେବେ ରାଷ୍ଟ୍ରପତି
author img

By

Published : Sep 14, 2022, 3:53 PM IST

ନୂଆଦିଲ୍ଲୀ: ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ଶେଷକୃତ୍ୟରେ (State Funeral of Queen Elizabeth II) ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିପାଇଁ 17 ରୁ 19 ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଲଣ୍ଡନ ଗସ୍ତ କରିବେ । 19 ରେ ମହାରାଣୀ ଏଲିଜାବେଥଙ୍କ ଅନ୍ତିମ ସଂସ୍କାର ରାଜଧାନୀ ଲଣ୍ଡନରେ ସମ୍ପୂର୍ଣ୍ଣ ବ୍ରିଟିଶ ରାଜକୀୟ ପରମ୍ପର ଅନୁସାରେ ଶେଷ ହେବାକୁ ଦିନ ଧାର୍ଯ୍ୟ କରାଯାଇଛି । ଭାରତ ପକ୍ଷରୁ ରାଷ୍ଟ୍ରପତି ମୁର୍ମୁ ନିଜେ ଏହି ଅନ୍ତିମ ସଂସ୍କାରରେ ସାମିଲ ହୋଇ ରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ ।

  • President Droupadi Murmu will be visiting London, United Kingdom on 17-19 September 2022 to attend the State Funeral of Queen Elizabeth II & offer condolences on behalf of the Government of India.

    (File photos) pic.twitter.com/Nir194MBHg

    — ANI (@ANI) September 14, 2022 " class="align-text-top noRightClick twitterSection" data=" ">

ବ୍ରିଟେନ ମହାରାଣୀଙ୍କ ଦେହାନ୍ତରେ ରାଷ୍ଟ୍ରପତି ,ଉପ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକବ୍ୟକ୍ତ କରିଥିଲେ । ଭାରତ ମଧ୍ୟ ଏକଦିବସୀୟ ଶୋକ ପାଳିଥିଲା । ତେବେ ଏବେ ରାଣୀଙ୍କର ମରଶରୀରକୁ ଦେଶବ୍ୟାପୀ ପରିକ୍ରମା କରାଯାଉଛି । ସମଗ୍ର ବ୍ରିଟେନବାସୀ ରାଣୀଙ୍କ ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି । ସ୍କଟଲ୍ୟାଣ୍ଡରୁ ବାହାରିଥିବା ପାର୍ଥୀବ ଶରୀର ବ୍ରିଟେନ ପରିକ୍ରମା ସାରି ଲଣ୍ଡନରେ ପହଞ୍ଚିବା ପରେ ସେଠାରେ ବ୍ରିଟିଶ ପରମ୍ପରା ଅନୁସାରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ (State Funeral of Queen Elizabeth II) । ଏଥିରେ ସମଗ୍ର ବିଶ୍ବରୁ ବହୁ ରାଷ୍ଟ୍ରମୁଖ୍ୟ, ତଥା ପ୍ରତିନିଧିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ହେବାର ସୂଚନା ରହିଛି । ରାଷ୍ଟ୍ରପତି ମୁର୍ମୁ ମଧ୍ୟ ଲଣ୍ଡନରେ ପହଞ୍ଚି ଭାରତର ପ୍ରତିନିଧିତ୍ବ କରିବେ ।

ଏହା ମଧ୍ୟ ପଢନ୍ତୁ :- ସ୍ବତନ୍ତ୍ର ବିଧିରେ କରାଯିବ ମହାରାଣୀଙ୍କ ଅନ୍ତିମ ସଂସ୍କାର

ଲଣ୍ଡନର ବଙ୍କିଂହମ୍‌ ପ୍ରସାଦରେ ଏଲିଜାବେଥଙ୍କ ପାର୍ଥିବ ଶରୀର ତିନି ଦିନ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ପାଇଁ ରଖାଯିବ । ପରେ ୱଣ୍ଡସର୍‌ କ୍ୟାସେଲ୍‌ର ରାଜା ଜର୍ଜ ଷଷ୍ଠ ମେମୋରିଆ ଚାପେଲ୍‌ରେ ମହାରାଣୀଙ୍କ ପାର୍ଥୀବ ଶରୀରକୁ କବର ଦିଆଯିବ । ଏସମସ୍ତ କାର୍ଯ୍ୟକ୍ରମ ବ୍ରିଟିଶ ରାଜକୀୟ ପରମ୍ପରା ଅନୁସାରେ କରାଯିବ ।

ସୂଚନା ଅନୁଯାୟୀ, ସେପ୍ଟେମ୍ବର ୮ତାରିଖରେ ବ୍ରିଟେନ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ 96 ବର୍ଷ ବୟସରେ ସ୍କଟଲ୍ୟାଣ୍ଡରେ ଦେହାନ୍ତ ହୋଇଥିଲା । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣକୁ ମହାରାଣୀ ଏଲିଜାବେଥ ବାଲମୋରାଲ କ୍ୟାସେଲରେ (Balmoral Castle) ଅବସ୍ଥାନ କରୁଥିଲେ । ତେବେ ତାଙ୍କର ମୃତ୍ୟୁ ସ୍କଟଲ୍ୟାଣ୍ଡରେ ହୋଇଥିବା ବେଳେ ଅନ୍ତିମସଂସ୍କାର କିନ୍ତୁ ରାଜଧାନୀ ଲଣ୍ଡନରେ ହେବାର ପରମ୍ପରା ରହିଛି । ବ୍ରିଟେନ ରାଣୀ ଏଲିଜାବେଥ ଦ୍ବିତୀୟଙ୍କର ପରଲୋକ ଯୋଗୁଁ 7 ଦଶନ୍ଧି ରାଜତ୍ବର ଅନ୍ତ ହୋଇଛି । ଦୁଇ ଦିନ ତଳେ ବ୍ରିଟେନର ନବନିଯୁକ୍ତ 15 ତମ ପ୍ରଧାନମନ୍ତ୍ରୀ ଲିଜ ଟ୍ରିସଙ୍କୁ ନିଯୁକ୍ତି ଦେଇଥିଲେ ରାଣୀ ଏଲିଜାବେଥ । ତାର ମାତ୍ର କିଛି ଘଣ୍ଟା ପରେ ସେ ଅସୁସ୍ଥ ହୋଇପଡିଥିବା ରାଜପ୍ରସାଦ ପକ୍ଷରୁ ସୂଚନା ମିଳିଥିଲା । ପରେ ସେ ଗୁରୁତର ହୋଇପଡିବା ସହ ଗୁରୁବାର ରାତିରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.