ETV Bharat / bharat

International Yoga Day: ଶୁଭେଚ୍ଛା ଜଣାଇଲେ, ରାଷ୍ଟ୍ରପତି ଭବନରେ ଯୋଗ କଲେ ଦ୍ରୌପଦୀ ମୁର୍ମୁ

ଅନ୍ତର୍ଜାତୀୟ ଯୋଗ ଦିବସରେ ଶୁଭେଚ୍ଛା ଜଣାଇବା ସହ ରାଷ୍ଟ୍ରପତି ଭବନରେ ଯୋଗ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଧିକ ପଢନ୍ତୁ

author img

By

Published : Jun 21, 2023, 12:55 PM IST

ଅନ୍ତର୍ଜାତୀୟ ଯୋଗ ଦିବସ
President performed yoga on yoga day

ନୂଆଦିଲ୍ଲୀ: ଜୀବନରେ ଯୋଗ ନିହାତି ଜରୁରୀ । ଶାରିରୀକ ଓ ମାନସିକ ସ୍ତରରେ ଯୋଗ ମଣିଷକୁ ସୁସ୍ଥ ରଖିଥାଏ । ଦୈନନ୍ଦିନ ଜୀବନଶୈଳୀର ଗୁରୁତ୍ବପୂର୍ଣ୍ଣ ଅଂଶ ହେଉଛି ଯୋଗ । ଯୋଗ ଅଭ୍ୟାସ ଦ୍ବାରା ଫିଟ ଅନୁଭବ ହୋଇଥାଏ । ଅନ୍ତର୍ଜାତୀୟ ଯୋଗ ଦିବସରେ ରାଷ୍ଟ୍ରପତି ଭବନରେ ଯୋଗ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଯୋଗ ଦିବସର ଶୁଭେଚ୍ଛା ଜଣାଇବା ସହ ଯୋଗ କରିଛନ୍ତି ଦ୍ରୌପଦୀ ମୁର୍ମୁ । ତାଙ୍କ ସହ ଅନ୍ୟ କିଛି ବିଶିଷ୍ଠ ବ୍ୟକ୍ତି ମଧ୍ୟ ରାଷ୍ଟ୍ରପତି ଭବନରେ ଯୋଗ କରୁଥିବା ଦେଖିବାକୁ ମିଳିଛି ।

  • Greetings to all on the International Day of Yoga!

    Yoga is one of our civilisation’s great accomplishments, and India’s great gift to the rest of the world.

    Yoga brings together the body and the mind and it is a holistic approach to life. Yoga helps us all to be in a better… pic.twitter.com/feErLcnq5h

    — President of India (@rashtrapatibhvn) June 21, 2023 " class="align-text-top noRightClick twitterSection" data=" ">

ଅନ୍ତର୍ଜାତୀୟ ଯୋଗ ଦିବସରେ ଶୁଭେଚ୍ଛା ଜଣାଇ ଟ୍ବିଟ କରି ରାଷ୍ଟ୍ରପତି କହିଛନ୍ତି,'' ଯୋଗ ଆମ ସଭ୍ୟତାର ମହାନ ଉପଲବ୍ଧି ମଧ୍ୟରୁ ଗୋଟିଏ । ସମଗ୍ର ବିଶ୍ବ ପାଇଁ ଭାରତର ଏହା ଏକ ମହାନ ଉପହାର । ଯୋଗ ଶରୀର ଓ ମନ ମଧ୍ୟରେ ସନ୍ତୁଳନ ସ୍ଥାପନା କରିଥାଏ । ଯୋଗ ଜୀବନର ପ୍ରାପ୍ତ ଏକ ସମଗ୍ର ଦୃଷ୍ଟିକୋଣ । ଯୋଗ ଆମର ଜୀବନରେ ଆସୁଥିବା ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ଅଧିକ ସକ୍ଷମ କରିଥାଏ । ଆଜି ଦିନରେ ସମସ୍ତଙ୍କୁ ଦୈନନ୍ଦିନ ଜୀବନରେ ଯୋଗକୁ ଆପଣେଇବାକୁ ଏବଂ ତାହାର ପରିବର୍ତ୍ତନକାରୀ ଶକ୍ତିକୁ ଅନୁଭବ କରିବାକୁ ଆଗ୍ରାହ୍ୟ କରୁଛି ।''

ରାଷ୍ଟ୍ରପତି ଭବନରେ ଯୋଗଭ୍ୟାସ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଧଳା ରଙ୍ଗର ପୋଷାକ ପରିଧାନ କରି ମହାମହିମ ଦ୍ରୌପଦୀ ମୁର୍ମୁ ଯୋଗ କରୁଥିବା ଦେଖିବାକୁ ମିଳିଛି । ହାତକୁ ହାତ ଯୋଡି ଧ୍ୟାନ କରିଛନ୍ତି ରାଷ୍ଟ୍ରପତି । ତାଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଯୋଗ କରିଛନ୍ତି ।

ଏହା ବି ପଢନ୍ତୁ...International Yoga Day: ଯୋଗ ଦିବସରେ ଯୋଗାଭ୍ୟାସ କଲେ ରାଜନେତା

ଏହା ବି ପଢନ୍ତୁ...International Yoga Day: ସଂସାରକୁ ଯୋଡିଛି ଯୋଗ, ଏକ ଆନ୍ଦାଳନ ପାଲଟିଛି କହିଲେ ମୋଦି

2014ରୁ ପ୍ରତିବର୍ଷ ଜୁନ 21 ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରଯାଉଛି । ସାରା ବିଶ୍ବ ପାଳନ କରୁଛି ଯୋଗ ଦିବସ । ଗାଁଠୁ ସହର ଦେଶ ବିଦେଶ ସବୁଠି ପାଳନ ହେଉଛି ଯୋଗ । ଏଥର ଯୋଗ ଦିବସର ଥିମ ରହିଛି 'ବସୁଧୈବ କୁଟୁମ୍ବକମ' । ଅର୍ଥାତ ସମସ୍ତଙ୍କ ମଙ୍ଗଳ ପାଇଁ ଯୋଗ । 2014ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ଯୋଗ ଦିବସ ପାଳନ ହେଉଛି । ଆଜି ନ୍ୟୁୟର୍କରେ ଜାତିସଂଘ ମୁଖ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.