ETV Bharat / bharat

ଉଦ୍‌ଘାଟିତ ହେଲା ଅମୃତ ଉଦ୍ୟାନ, ଜାନୁଆରୀ ୩୧ରୁ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ବୁଲି ପାରିବେ ସର୍ବସାଧାରଣ - ଦିନ ୧୦ଟା ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଉଦ୍ୟାନ ଖୋଲା ରହିବ

ଉଦ୍‌ଘାଟିତ ହେଲା ଅମୃତ ଉଦ୍ୟାନ । ଆସନ୍ତା ୩୧ ତାରିଖରୁ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଖୋଲିବ ଅମୃତ ଉଦ୍ୟାନ । ଦିନ ୧୦ଟା ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଉଦ୍ୟାନ ବୁଲି ପାରିବେ ପର୍ଯ୍ୟଟକ ।

ଉଦ୍‌ଘାଟିତ ହେଲା ଅମୃତ ଉଦ୍ୟାନ
ଉଦ୍‌ଘାଟିତ ହେଲା ଅମୃତ ଉଦ୍ୟାନ
author img

By

Published : Jan 29, 2023, 9:03 PM IST

ଜାନୁଆରୀ ୩୧ ରୁ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ବୁଲି ପାରିବେ ସର୍ବସାଧାରଣ

ନୂଆଦିଲ୍ଲୀ: ଉଦ୍‌ଘାଟିତ ହେଲା ଉଦ୍ୟାନ ଉତ୍ସବ-୨୦୨୩ । ଉଦ୍ୟାନ ଉତ୍ସବ-୨୦୨୩କୁ ଉଦ୍‌ଘାଟନ କଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ଅମୃତ ଉଦ୍ୟାନକୁ ଜନ ଜନସାଧାରଣଙ୍କ ପାଇଁ ଖୋଲିଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ଭବନ ଉଦ୍ୟାନ ମୋଗଲ ଗାର୍ଡେନର ନାଁ ବଦଳାଇ ଅମୃତ ଉଦ୍ୟାନ ରଖାଯାଇଛି । ଚଳିତ ବର୍ଷ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳୁଛି ଆଜାଦି କା ଅମୃତ ମହୋତ୍ସବ । ଏହାକୁ ଦୃଷ୍ଟିରେ ରଖି ଉଦ୍ୟାନର ନାଁ ଅମୃତ ଉଦ୍ୟାନ ରଖାଯାଇଛି। ଆସନ୍ତା ୩୧ ତାରିଖରୁ ଜନସାଧାରଣଙ୍କ ପାଇଁ ଖୋଲିବ ଅମୃତ ଉଦ୍ୟାନ । ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ଖୋଲା ରହିବ ।

  • The entry to Amrit Udyan is free of cost. People can walk-in or can book their visit online on: https://t.co/X87E292EGf

    Entry will be from Gate No. 35 of the President’s Estate, close to where North Avenue meets Rashtrapati Bhavan.

    Follow @RBVisit for regular updates! pic.twitter.com/4ncWIGRBVB

    — President of India (@rashtrapatibhvn) January 29, 2023 " class="align-text-top noRightClick twitterSection" data=" ">

ଅମୃତ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିଥିବା ବେଳେ, ଏହାର ପ୍ରବେଶ ମୂଲ୍ୟ ସମ୍ପୂର୍ଣ୍ଣ ଭାବେ ମାଗଣା ଥିବା ରାଷ୍ଟ୍ରପତି କାର୍ଯ୍ୟଳୟ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ଏହାସହ ଗେର୍ଟ ନଂ-୩୫ ଦେଇ ଜନସାଧାରଣ ଅମୃତ ଉଦ୍ୟାନକୁ ପ୍ରବେଶ କରିପାରିବେ । ଦିନ ୧୦ଟା ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲା ରହିବ ।ଏହି ଗାର୍ଡେନରେ ବୁଲିବା ପାଇଁ ଅନ ଲାଇନ୍ ମାଧ୍ୟମରେ ବୁକିଂ କରିପାରିବେ । ରକ୍ଷଣାବେକ୍ଷଣ ପାଇଁ ପ୍ରତି ସୋମବାର ବନ୍ଦ ରହିବ । ସେହିପରି ହୋଲି ପାଇଁ ମାର୍ଚ୍ଚ ୮ ତାରିଖରେ ବନ୍ଦ ରହିବ। ଅନ୍ୟପଟେ ମାର୍ଚ୍ଚ ୨୮ରେ ସ୍ୱତନ୍ତ୍ର ଭାବେ ଚାଷୀଙ୍କ ପାଇଁ ଖୋଲା ରହିବ ଉଦ୍ୟାନ। ମାର୍ଚ୍ଚ ୨୯ରେ ଭିନ୍ନକ୍ଷମ ବ୍ୟକ୍ତି ଏବଂ ମାର୍ଚ୍ଚ ୩୦ରେ ସୁରକ୍ଷା କର୍ମୀଙ୍କ ପାଇଁ ଖୋଲା ରହିବ ଗାର୍ଡେନ ।

ଦେଶ ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଥିବା ବେଳେ କେନ୍ଦ୍ରସରକାର ଉକ୍ତ ନାମକୁ ନେଇ ମୋଗଲ ଗାର୍ଡେନର ନାମ ପରିବର୍ତ୍ତନ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରେସ ସେକ୍ରେଟାରି ନାଭିକା ଗୁପ୍ତା କହିଛନ୍ତି, "ଦେଶ ସ୍ବାଧିନତାକୁ ୭୫ ବର୍ଷ ପୂର୍ତ୍ତି ହୋଇଥିବା ବେଳେ ଏହାର ଥିମ ଥିଲା ଆଜାଦି କା ଅମୃତ ମହୋତ୍ସବ । ଏହି ନାମ ଅନୁସାରେ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋଗଲ ଗାର୍ଡେନର ନାମ ପରିବର୍ତ୍ତନ କରି ଅମୃତ ଉଦ୍ୟାନ ରଖିଛନ୍ତି ।"

ରାଷ୍ଟ୍ରପତି ଭବନରେ ଥିବା ମୋଗଲ ଗାର୍ଡେନ ସୌନ୍ଦଯ୍ୟତା ପାଇଁ ଦେଶ ତଥା ଦେଶ ବାହାରେ ବେଶ ନାମ କମାଇଛି । ପ୍ରତିବର୍ଷ ଲକ୍ଷାଧିକ ପର୍ଯ୍ୟଟକ ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଆସିଥାନ୍ତି । ଏହି ବଗିଚାରେ ପ୍ରାୟ 10 ହଜାର ଟ୍ୟୁଲିପ ଫୁଲ, 138 ପ୍ରକାରର ଗୋଲାପ ଓ 70 ହଜାରର ବିଭିନ୍ନ କିସମର ଫୁଲ ଲୋକଙ୍କୁ ଆକର୍ଷିତ କରୁଛି । ପ୍ରଥମେ ଏହି ଗାର୍ଡେନକୁ ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଦ୍ବାରା ଉଦଘାଟନ କରାଯାଇଥିଲା । ସେବେ ଠାରୁ ପ୍ରତିବର୍ଷ ବସନ୍ତ ଋତୁରେ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଉଛି ଏହି ଗାର୍ଡେନ ।

ବ୍ୟରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.