ETV Bharat / bharat

ରାଷ୍ଟ୍ରପତିଙ୍କ ସଫଳ ମୋତିଆବିନ୍ଦୁ ଅସ୍ତ୍ରୋପଚାର

author img

By

Published : Oct 17, 2022, 8:29 AM IST

Updated : Oct 17, 2022, 2:43 PM IST

ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ସ୍ଥିତ ସେନା ହସ୍ପିଟାଲରେ ରାଷ୍ଟ୍ରପତିଙ୍କ ସଫଳ ମୋତିଆବିନ୍ଦୁ ଅସ୍ତ୍ରୋପଚାର ହୋଇଛି । ଅଧିକ ପଢନ୍ତୁ

ରାଷ୍ଟ୍ରପତିଙ୍କ ସଫଳ ମୋତିଆବିନ୍ଦୁ ଅସ୍ତ୍ରୋପ୍ରଚାର

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୋତିଆବିନ୍ଦୁ ଆସ୍ତ୍ରୋପ୍ରଚାର ହୋଇଛି । ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ସ୍ଥିତ ସେନା ହସ୍ପିଟାଲରେ ରାଷ୍ଟ୍ରପତିଙ୍କ ସଫଳ ମୋତିଆବିନ୍ଦୁ ଅସ୍ତ୍ରୋପଚାର ହୋଇଛି । ବର୍ତ୍ତମାନ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ରାଷ୍ଟ୍ରପତି ଭବନ ପକ୍ଷରୁ ଏନେଇ ସୂଚନା ମିଳିଛି ।

ରବିବାର 64 ବର୍ଷୀୟା ଦ୍ରୌପଦୀ ମୁର୍ମୁଙ୍କର ବାମ ଆଖିରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଇଛି । ହସ୍ପିଟାଲ ବିଶେଷଜ୍ଞ ଡାକ୍ତର ବ୍ରିଗେଡିୟର ଏସ୍.କେ ମିଶ୍ର ଓ ତାଙ୍କ ଟିମ ଏହି ଅସ୍ତ୍ରୋପଚାର କରିଥିଲେ । ଅସ୍ତ୍ରୋପଚାର ସଫଳ ହୋଇଛି ଏବଂ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ତାଙ୍କୁ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଏନେଇ ରାଷ୍ଟ୍ରପତି ଭବନ ମୁଖପାତ୍ର ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ...Odisha Investors Meet: ଓଡିଶାରେ ପୁଞ୍ଜି ନିବେଶ ପାଇଁ ହାଇଦ୍ରାବାଦରେ ନିବେଶକଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ

ଦ୍ରୌପଦୀ ମୁର୍ମୁ ଦେଶର 15 ତମ ରାଷ୍ଟ୍ରପତି । ଚଳିତ ବର୍ଷ ଜୁଲାଇ 25ରେ ଦେଶର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ । ନିକଟରେ ଗତ 12 ତାରିଖରୁ 14 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ନର୍ଥଇଷ୍ଟ ଗସ୍ତରେ ଥିଲେ । ଆସାମ ଓ ତ୍ରିପୁରା ଗସ୍ତରେ ଯାଇ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଅଗରତାଲା ରେଳ ଷ୍ଟେସନରୁ ଗୌହ୍ବାଟୀ-କୋଲକାତା- ଗୌହ୍ବାଟୀ ଟ୍ରେନର ସମ୍ପ୍ରସାରଣକୁ ଉଦଘାଟନ କରିଥିଲେ । ଖାଲି ଏତିକି ନୁହେଁ ରାଷ୍ଟ୍ରପତି ଅଗରତାଲା-ଜିରିବାମ-ଅଗରତାଲା- ଜନଶତାବ୍ଦୀ ଟ୍ରେନକୁ ଖୋନସାଙ୍ଗ ମଣିପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ ମଧ୍ୟ ଉଦଘାଟନ କରିଥିଲେ । ଏହା ସହିତ 14 ତାରିଖରେ ଆସାମ ଗସ୍ତ କରି ଆଇଆଇଟି ଗୌହ୍ବାଟିର ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଥିଲେ । ସେଠାରୁ ଫେରିବା ପରେ ରାଷ୍ଟ୍ରପତିଙ୍କ ସଫଳ ମୋତିଆବିନ୍ଦୁ ଅସ୍ତ୍ରୋପ୍ରଚାର ହୋଇଛି ।

Last Updated : Oct 17, 2022, 2:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.