ETV Bharat / bharat

President Odisha Visit: ସମୃଦ୍ଧ ଭାରତ ଅଭିଯାନ ଓଡିଶାରୁ ଆରମ୍ଭ ହେଉ: ରାଷ୍ଟ୍ରପତି - President Droupadi Murmu address in Bhubaneswar

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ (President Droupadi Murmu ) ନାଗରିକ ସମ୍ବର୍ଦ୍ଧନା । ରାଜ୍ୟ ସରକାରଙ୍କ ସମେତ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ରାଜଭବନ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ରାଷ୍ଚ୍ରପତିଙ୍କୁ ଏହି ସମ୍ବର୍ଦ୍ଧନା ଦିଆଯାଇଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Nov 10, 2022, 10:34 PM IST

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ (President Droupadi Murmu ) ନାଗରିକ ସମ୍ବର୍ଦ୍ଧନା । ରାଜ୍ୟ ସରକାରଙ୍କ ସମେତ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ରାଜଭବନ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟ୍ରପତିଙ୍କୁ ଏହି ସମ୍ବର୍ଦ୍ଧନା ଦିଆଯାଇଛି ।

  • अपनी मातृभूमि और अपनी मिट्टी की खुशबू निराली होती है। अपने प्रदेश का आकर्षण अलग होता है। मैं ओडिशा आकर बहुत प्रसन्न हूं। pic.twitter.com/TWnDLkeCkS

    — President of India (@rashtrapatibhvn) November 10, 2022 " class="align-text-top noRightClick twitterSection" data=" ">

ଏହି ନାଗରିକ ସମ୍ବର୍ଦ୍ଧନା ଉତ୍ସବରେ ଜୟ ଜଗନ୍ନାଥରୁ ସମ୍ବୋଧିନ ଆରମ୍ଭ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ, ‘‘ଭାରତର ମାଟି ଖାଣ୍ଟି ସୁନା । ଭାରତର ପବନ ପ୍ରାଣ ସ୍ପନ୍ଦନ । ଭାରତର ଜଳ ଜୀବନ । ଭାରତର ଶିଳା ଶାଳଗ୍ରାମ । ଭାରତର ପ୍ରତି ବୃକ୍ଷ କଳ୍ପବଟ । ରାଷ୍ଟ୍ରପତି ହେବା ପରେ ନିଜ ମାତୃଭୂମିକୁ ମୋର ଏହା ପ୍ରଥମ ଗସ୍ତ । ଆଜି ମୁଁ ପୁରୀ ଯାଇ ବିଶ୍ବ ବ୍ରହ୍ମାଣ୍ଡଙ୍କୁ ଦର୍ଶନ କରିବା ସହ ବିଶ୍ବବାସୀଙ୍କ ପାଇଁ ପ୍ରାର୍ଥନା କରିଛି । ଦେଶର ଉନ୍ନତି ମଙ୍ଗଳ ସହ ଦେଶବାସୀଙ୍କ ସୁଖ ସମୃଦ୍ଧି ପାଇଁ ଦାରୁବ୍ରହ୍ମଙ୍କୁ ଗୁହାରୀ କରିଛି । ମୋର ବିଶ୍ବାସ ମହାପ୍ରଭୁ ମୋର ଗୁହାରୀ ଶୁଣିବେ ।’’ ନିଜ ସମ୍ବୋଧନରେ ରାଷ୍ଟ୍ରପତି କହିଥିଲେ ପୁରୀରେ ଏକ ଏଏସଆଇ ସର୍କଲ କାର୍ଯ୍ୟାଳୟ ପାଇଁ ମୁଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଅନୁରୋଧ କରିଥିଲି । ସଂସ୍କୃତି ମନ୍ତ୍ରୀ ଏହା ଅନୁମୋଦନ କରିବା ସହ ସ୍ଥାପନ କରିଥିବାରୁ ମୁଁ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି ।

  • हम सब "आजादी का अमृत महोत्सव" मना रहे हैं और 25 साल बाद, स्वाधीनता की शताब्दी मनाएंगे। इसी तरह ओडिशा 14 साल बाद नए राज्य का दर्जा मिलने की शताब्दी मनाएगा। यह समय भारत और ओडिशा के लिए बहुत महत्वपूर्ण है। भारत को एक विकसित देश बनाने के लिए सबके सामूहिक प्रयासों की आवश्यकता है। pic.twitter.com/DxVfJ8duzo

ଏହାବି ପଢନ୍ତୁ- ମହାମହିମଙ୍କ ନିଆରା ଜଗା ଦର୍ଶନ: କାରକେଡ୍ ଓହ୍ଲାଇ ବଡ଼ଦାଣ୍ଡରେ ଚାଲିଲେ, ହାତଟେକି ନିଜକୁ ସମର୍ପିଲେ

ଓଡିଶାର ବରପୂତ୍ରଙ୍କ ସ୍ମୃତି ଚାରଣ କରି କହିଥିଲେ, ପଣ୍ଡିତ ଉତ୍କଳମଣୀ ଗୋପବନ୍ଧୁଙ୍କ ଆଦର୍ଶ ମୋତେ ଅନୁପ୍ରାଣିତ କରିଛି । ଯେଉଁଠି ଥିଲେ ମଧ୍ୟ ନିଜ ମାଟିର ମହକରେ ଭିନ୍ନତା ରହିଛି । ନିଜ ଅଞ୍ଚଳର ଦିଗ ଦିଗନ୍ତ୍ରର ସୌନ୍ଦର୍ଯ୍ୟ ନିଆରା । ଓଡିଶା ଆସି ମୁଁ ଅତ୍ୟନ୍ତ ଆନନ୍ଦିତ । ଭାରତ ବର୍ଷର ଭୂଗୋଳ ଓ ଇତିହାସରେ ଓଡିଶା ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି । ଚିଲିକା ପରି ହ୍ରଦ, ଶିମିଳିପାଳ ପରି ଜୈବ ବିବିଧତା ଓ ଭିତରକନିକା ପରି ଜାତୀୟ ଉଦ୍ୟାନ ଆମ ପାଖରେ ରହିଛି । ଓଡିଶାର ଗୌରବମୟ ଇତିହାସ ସଂସ୍କୃତି ଭାରତକୁ ମହାନ କରିଛି । ଓଡିଶା ମାଟିରେ ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହୋଇଛନ୍ତି । ଏହି ମାଟି ମହାନ । ମୁଁ ଦେଶର ବିଭିନ୍ନ ପ୍ରଦେଶ ଗସ୍ତ କରିଛି । ସବୁ ପ୍ରଦେଶରୁ ପାଇଥିବା ସ୍ନେହ ସମ୍ମାନ ଶ୍ରଦ୍ଧା ମତେ ଅଭିଭୂତ କରିଛି ।

  • LIVE: President Droupadi Murmu’s address at civic reception hosted in her honour at Bhubaneswar https://t.co/nPENByyh25

ସେହିପରି ରାଷ୍ଚ୍ରପତି କହିଥିଲେ ଭାରତ ବର୍ଷର ନୌବାଣିଜ୍ୟରେ ଓଡିଶାର ଦାନ ଅପୂରଣୀୟ । ଓଡିଶା ଭାରତର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ । ଇତିହାସକାର କୁହନ୍ତି ୧୮୧୭ ମସିହାରେ ପ୍ରଥମ ବ୍ରିଟିଶ ବିରୋଧି ଆନ୍ଦୋଳନ ଓଡିଶାରୁ ଆରମ୍ଭ ହୋଇଥିଲା । ଭାରତର ସଂଗ୍ରାମୀ ଇତିହାସରେ ଓଡିଶାର ଅବଦାନ ବନ୍ଦନୀୟ । ରମାଦେବୀ , ଶାରଳାଦେବୀ, ମାଳତୀ ଦେବୀଙ୍କ ଭଳି ନାରୀ ନେତ୍ରୀ ଓଡିଶାରେ ଜନ୍ମ ହୋଇଥିଲେ । ଓଡିଶାରେ ଲବଣ ସତ୍ୟାଗ୍ରହ, ଭାରତଛାଡ ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା । ଭଦ୍ରକର ଇରମରେ ଦ୍ୱିତୀୟ ଜାଲିୱାନାବାଗ ହତ୍ୟା କାଣ୍ଡ ଘଟିଥିଲା । ଦେଶୀୟ ରାଜ୍ୟ ମିଶ୍ରଣରେ ଓଡିଶାର ଅବଦାନ ସର୍ବାଗ୍ରେ ରହିଛି ବୋଲି ରାଷ୍ଟ୍ରପତି କହିଥିଲେ ।

  • ओडिशा के भविष्य को लेकर आप लोग कई सपने जरूर देखते होंगे। आप अपनी सोच में ओडिशा की कैसी तस्वीर देखना चाहते हैं? इस धरती की बेटी होने के नाते मैं भी ओडिशा के बारे में बहुत सपने देखती हूं और मुझे इस पर गर्व है।

ବିଜ୍ଞାନ ଆଧାରରେ ନିର୍ମିତ ଓଡିଶାର ମନ୍ଦିର ଭାରତୀୟ ସଂସ୍କୃତି ଓ ସଭ୍ୟତାକୁ ନୂଆ ଦିଗ ଦେଇଛି । ଆମେ ସମସ୍ତେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛୁ । ଆଉ ୨୫ବର୍ଷ ପରେ ସ୍ୱାଧୀନତାର ଶତାବ୍ଦୀ ପାଳନ କରିବା । ଓଡିଶା ୧୪ ବର୍ଷ ପରେ ନୂଆ ପ୍ରଦେଶ ଗଠନର ଶତାବ୍ଦୀ ପାଳନ କରିବ । ଏହି ସମୟ ଉଭୟ ଭାରତ ଓ ଓଡିଶା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତକୁ ଏକ ବିକଶିତ ଦେଶ ଗଠନ କରିବା ପାଇଁ ସମସ୍ତଙ୍କ ସାମୂହିକ ପ୍ରୟାସର ଆବଶ୍ୟକତା ରହିଛି । ବିକାଶର ଲାଭ ସମାଜର ସବୁବର୍ଗର ଲୋକଙ୍କ ପାଖରେ ପହଞ୍ଚିବା ଦରକାର । ଏକ ସମୃଦ୍ଧ ଭାରତ ଗଠନ କରିବାକୁ ହେଲେ, ସମସ୍ତ ପ୍ରଦେଶର ପୂର୍ଣ୍ଣ ବିକାଶ ଜରୁରୀ । ଆଉ ଏହି ବିକାଶ ଧାରା ଓଡିଶାରୁ ଆରମ୍ଭ ହେଉ ବୋଲି ମୋର ଆନ୍ତରିକତା ଇଛା ରହିଛି ବୋଲି କହିଛନ୍ତି ରାଷ୍ଟ୍ରପତି ।

  • ओडिशा को प्रकृति का अनूठा वरदान प्राप्त है। ओडिशा में लंबी तटरेखा है और ओडिशा खनिज, वन और जल संसाधनों से समृद्ध राज्य है। ओडिशा नदियों से भी समृद्ध है। ओडिशा के उपजाऊ खेत, नदी रूपी माताओं का वरदान हैं।

ଏହାବି ପଢନ୍ତୁ- ଦେଶର ଭୂଗୋଳ ଓ ଇତିହାସରେ ଓଡିଶାର ସ୍ଥାନ ସ୍ବତନ୍ତ୍ର: ରାଷ୍ଟ୍ରପତି

କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କୁ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ହାଇକୋର୍ଟ ମୁଖ୍ୟ ବିଚାରପତି, ବିଧାନସଭା ବାଚସ୍ପତି, ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ବାନ୍ଧ ଶିଳ୍ପୀ ସୁରେନ୍ଦ୍ର ମେହେର, ଲୋକ କୋବି ହଳଧର ନାଗ, ମୟୁରଭଞ୍ଜର ବିଭିନ୍ନ ଚାଷୀ, ରାଷ୍ଟ୍ରପତିଙ୍କୁ ବିଭିନ୍ନ କଳାକୃତି, ସମ୍ବଲପୁରୀ ବାନ୍ଧକଳା, ସହ ଏକାଧିକ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ ।

  • सभी राज्यों के विकास में ही भारत का समग्र विकास निहित है। समृद्ध भारत को और अधिक समृद्ध बनाने का अभियान ओडिशा से आरंभ हो, यह मेरी हार्दिक इच्छा है।

ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଥିଲେ, ‘‘ମହାମହିମ ରାଷ୍ଟ୍ରପତିଙ୍କ ସଫଳତା ଭିତରେ ପ୍ରତିଟି ଓଡିଆ ଦେଖୁଛି ନିଜ ସଫଳତା । ପ୍ରଥମଥର ଓଡିଶାରୁ ଜଣେ ମହିଳା ଦେଶର ପ୍ରଥମ ନାଗରିକ ହୋଇଛନ୍ତି । ରାଇରଙ୍ଗପୁରରୁ ରାଇସିନା ହିଲ୍ସକୁ ତାଙ୍କ ଯାତ୍ରା ପାଇଁ ପ୍ରତିଟି ଓଡିଆଙ୍କ ପାଇଁ ଗର୍ବ ।’’

ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟମନ୍ତ୍ରୀ ମଣ୍ଡଳ, ସମସ୍ତ ଲୋକ ପ୍ରତିନିଧି, ହାଇକୋର୍ଟ ବିଚାରପତି ଗଣ, ପ୍ରଶାସନିକ ଅଧିକାରୀଙ୍କ ସମେତ ରାଜ୍ୟର ବିଶିଷ୍ଚ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.