ନୂଆଦିଲ୍ଲୀ : ସମ୍ବିଧାନର ଜନକ, ଆଇନ ପ୍ରଣେତା ତଥା ରାଷ୍ଚ୍ରନେତା ବି.ଆର ଆମ୍ବେଦକରଙ୍କ 130ତମ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଭାରତୀୟ ସମ୍ବିଧାନର ପ୍ରମୁଖ ଶିଳ୍ପୀ ତଥା ଭାରତ ରତ୍ନ ବଦଶାହା ଡ. ଭିମରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀରେ ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି । ଏକ ନ୍ୟାୟପୂର୍ଣ୍ଣ ସମାଜ ତିଆରି କରିବାରେ ସେ ଆଜୀବନ ସଂର୍ଘଷ କରିଛନ୍ତି । ଆଜି ଆମେ ତାଙ୍କ ଜୀବନ, ବିଚାର ନୀତି ଆର୍ଦଶକି ଶିକ୍ଷା କରି ଆମ ଜୀବନରେ ପ୍ରୟୋଗ କରିବାକୁ ଟ୍ବିଟ କରି ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମ୍ବେଦକରଙ୍କ ଜନ୍ମଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଦଳିତମାନଙ୍କ ଅଧିକାର ଓ ସୁରକ୍ଷା ପାଇଁ ଆମ୍ବେଦକରଙ୍କ ସଂଗ୍ରାମ ତାଙ୍କୁ ଚିରସ୍ମରଣୀୟ କରିଛି । ସମାଜ ବର୍ଗର ବିଭାଗକୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ତାଙ୍କର ସଂଗ୍ରାମ ପ୍ରତ୍ୟେକ ପିଢୀ ପାଇଁ ଏକ ଉଦାହରଣ ହୋଇ ରହିବ ବୋଲି ଟ୍ବିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହିତ ଆଜି ଆମ୍ବେଦକରଙ୍କ ଜୀବନି ଉପରେ ଲିଖିତ ଚାରୋଟି ପୁସ୍ତକ ମଧ୍ୟ ଉନ୍ମୋଚିତ କରିଛନ୍ତି ପ୍ରଧାନମନ୍ତ୍ରୀ ।
ଏହି ପ୍ରଣମ୍ୟପୁରୁଷଙ୍କର ଜନ୍ମ 1891ମସିହା ଏପ୍ରିଲ 14 ତାରିଖରେ ମହାରାଷ୍ଟ୍ରର ଏକ ମାହାର ପରିବାରରେ ହୋଇଥିଲା ।1947ରେ ଦେଶ ସ୍ବାଧୀନ ହେବା ପରେ ଦେଶର ପରିଚାଳନା ପାଇଁ ସମ୍ବିଧାନର ଆବଶ୍ୟକତା ହୋଇଥିଲା । ଦିନରାତି ଏକ କରି ସେ ସମ୍ବିଧାନ ରଚନା କରିଥିଲେ । ଆମ୍ବେଦକରଙ୍କ ମୃତ୍ୟୁର ଚଉତିରିଶ ପରେ ଭାରତର ସର୍ବୋଚ୍ଚ ସମ୍ମାନ ମରଣୋତ୍ତୋର ଭାରତ ରତ୍ନରେ ତାଙ୍କୁ ସମ୍ନାନିତ କରାଯାଇଥିଲା ।
@ANI