ETV Bharat / bharat

Krishna Janmashtami: ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Sep 7, 2023, 10:22 AM IST

Updated : Sep 7, 2023, 12:17 PM IST

ଆଜି ନଟଖଟ ନନ୍ଦଲାଲ କଳା କହ୍ନେଇ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିନ । ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି । ଅଧିକ ପଢନ୍ତୁ

president and pm modi greets people on janmashtami

ନୂଆଦିଲ୍ଲୀ: ଓଡିଶାରେ ଆଜି ନନ୍ଦ ଉତ୍ସବ ପାଇଁ ଉତ୍ସବ ମୁଖର ପୁରପଲ୍ଲୀ । କିନ୍ତୁ ଆଜି ଦେଶର ବିଭିନ୍ନ ଅଞ୍ଚଳରେ ଜନ୍ମାଷ୍ଟମୀ ପାଳନ କରାଯାଉଛି । କୃଷ୍ଣଙ୍କ ନାମରେ ଗୁଞ୍ଜରିତ ହେଉଛି ଗଗନ ପବନ । ନଟଖଟ ନନ୍ଦଲାଲ କଳା କହ୍ନେଇ ଭଗବାନ ଶ୍ରୀକୃଷ୍ଣଙ୍କର ଆଜି ଜନ୍ମଦିନ । ଜନ୍ମାଷ୍ଟମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ।

  • मैं सभी देशवासियों को जन्माष्टमी के पावन पर्व की बधाई देती हूं। जन्माष्टमी का त्योहार हमें भगवान श्रीकृष्ण के गीता के उपदेश को समझने, अमल में लाने और निष्काम कर्म करने की प्रेरणा देता है। भगवान श्रीकृष्ण ने पूरी मानवता को धर्म के मार्ग पर चलने का संदेश दिया है। आइए, इस शुभ अवसर…

    — President of India (@rashtrapatibhvn) September 7, 2023 " class="align-text-top noRightClick twitterSection" data=" ">

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ୍ସରେ ଟ୍ବିଟ କରି କହିଛନ୍ତି ଯେ, ପବିତ୍ର ଜନ୍ମାଷ୍ଟମୀରେ ଅବସରରେ ଦେଶବାସୀଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି । ଏହି ପର୍ବରେ ଭଗବାନ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟକୁ ବୁଝିବା ତାକୁ କାର୍ଯ୍ୟରେ ଲଗାଇ ନିସ୍ବାର୍ଥପର ସେବା କରିବା ପାଇଁ ପ୍ରେରଣା ଯୋଗାଇଥାଏ। ଭଗବାନ କୃଷ୍ଣ ମାନବଜାତିକୁ ସର୍ବଦା ଧର୍ମ ମାର୍ଗରେ ଚାଲିବାକୁ ବାର୍ତ୍ତା ଦେଇଛନ୍ତି । ଏହି ଶୁଭ ଅବସରରେ ସମସ୍ତେ ଆଗକୁ ବଢିବା ଏବଂ ଦେଶକୁ ସମୃଦ୍ଧ କରିବା ।

  • जन्माष्टमी की बहुत-बहुत बधाई। श्रद्धा और भक्ति का यह पावन अवसर मेरे सभी परिवारजनों के जीवन में नई ऊर्जा और नए उत्साह का संचार करे, यही कामना है। जय श्रीकृष्ण!

    — Narendra Modi (@narendramodi) September 7, 2023 " class="align-text-top noRightClick twitterSection" data=" ">

ଏନେଇ ପ୍ରଧାନମନ୍ତ୍ରୀ ଏକ୍ସରେ କହିଛନ୍ତି ଯେ, ଜନ୍ମାଷ୍ଟମୀ ଅବସରରେ ମୁଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଉଛି । ଶ୍ରଦ୍ଧା ଓ ଭକ୍ତିର ଏହି ପବିତ୍ର ଉତ୍ସବରେ ଦେଶବାସୀଙ୍କ ଜୀବନରେ ଶକ୍ତି ଏବଂ ଉତ୍ସାହ ଆଣୁ, ଏହା ମୋର କାମନା । ଜୟ ଶ୍ରୀକ୍ରିଷ୍ଣା ।

ଏହା ମଧ୍ୟ ପଢନ୍ତୁ-Shri Krishna Janmashtami: ବିହାରରେ ଜନ୍ମ ହେଲେ 500 ଶିଶୁ, ନାମ ରଖାଗଲା କାହ୍ନା ଓ ରାଧା

ପ୍ରଭୁ ଶ୍ରୀକୃଷ୍ଣଙ୍କ ମାନବୀୟ ଲୀଳାର ପର୍ବ ଜନ୍ମାଷ୍ଟମୀ । ଧରାପୃଷ୍ଠରେ ପାପୀଙ୍କର ଯେବେ ପ୍ରାର୍ଦୁଭାବ ବଢିଥାଏ ସେବେ ଭଗବାନ ସ୍ବୟଂ ଧରାପୃଷ୍ଠରେ ଅବତରଣ କରିଥାନ୍ତି । ଦ୍ବାପର ଯୁଗର ଶେଷ ଭାଗରେ ଭଗବାନ ଶ୍ରୀକୃଷ୍ଣ ଧରାବତରଣ କରିଥିଲେ । ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାପୃଷ୍ଠରେ ଧରାବତରଣ କରିବେ ଭଗବାନ ଶ୍ରୀକୃଷ୍ଣ । ଏନେଇ ସବୁଠି ଆନନ୍ଦ ଉଲ୍ଲାସ । କୃଷ୍ଣ ଜନ୍ମୋତ୍ସବ ନେଇ ସବୁଠି ସ୍ବତନ୍ତ୍ର ସମାରୋହ ସାଜସଜା ହୋଇଛି । ଗତକାଲି ଦେଶର କିଛି ସ୍ଥାନରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି।

ଭଗବାନ ଶ୍ରୀକୃଷ୍ଣ ଦ୍ବାପର ଯୁଗର ଶେଷ ଭାଗରେ ଧରାଧାମରେ ଅବତୀର୍ଣ୍ଣ ହେଇଥିଲେ । ତାଙ୍କର ଲୀଳା ଅବଧି ଥିଲା ୧୨୫ ବର୍ଷ ୭ ମାସ । ଖ୍ରୀଷ୍ଟପୂର୍ବ ୩୨୨୭ ପୂର୍ଣ୍ଣମାନ୍ତ ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିରେ କୃଷ୍ଣଙ୍କ ଜନ୍ମ ହୋଇଥିଲା । କଂସ ଦ୍ବାରା ବନ୍ଦୀ ଭଉଣୀ ଦେବକୀଙ୍କ ଗର୍ଭରୁ ବନ୍ଦୀଶାଳାରେ ଅର୍ଦ୍ଧ ରାତ୍ରୀରେ କୃଷ୍ଣ ଜନ୍ମ ହୋଇଥିଲେ । ବନ୍ଦୀଶାଳାର ସବୁ ପ୍ରହରୀ ଅଚେତ ହୋଇଥିଲେ । ସେହି ଶୁଭ ମୁହୂର୍ତ୍ତରେ ପ୍ରଭୁ ଶ୍ରୀ କୃଷ୍ଣ ମାଆ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ହୋଇ ଧରାଧାମରୁ ପାପ ବିନାଶ କରି ଧର୍ମ ସ୍ଥାପନା କରିଥିଲେ ।

Last Updated : Sep 7, 2023, 12:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.