ନୂଆଦିଲ୍ଲୀ: ଭାବର ସମର୍ପଣର ତିହାର ଗଣପର୍ବ ନୂଆଁଖାଇ ପାଇଁ ଚଳଚଞ୍ଚଳ ସମଗ୍ର ପଶ୍ଚିମ ଓଡ଼ିଶା । ରାଗ ରୁଷା ଭୁଲି ଏକାତର ପର୍ବ ପାଳୁଛନ୍ତି ପଶ୍ଚିମ ଓଡିଶାବାସୀ । ଚାଷ ଚାଷୀ ଓ ପ୍ରକୃତିର ପର୍ବ ନୂଆଁଖାଇ । ଏ ନେଇ ଉଠୁଛି ପଡୁଛି ପଶ୍ଚିମ ଓଡ଼ିଶା । ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
-
କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ସମସ୍ତ ଦେଶବାସୀ, ବିଶେଷ କରି ଓଡ଼ିଶାବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା ! ଧାନ ଅମଳର ଆନନ୍ଦ ଉଲ୍ଲାସ ଭିତରେ ଏହି ପର୍ବ ପାଳିତ ହୋଇଥାଏ । ନୂଆଁଖାଇ ଆମକୁ ଭ୍ରାତୃତ୍ୱ ଓ ପାରସ୍ପରିକ ସୌହାର୍ଦ୍ଦ୍ୟର ବାର୍ତ୍ତା ଦେଇଥାଏ । ଏହି ଶୁଭ ଅବସରରେ ଦେଶ ତଥା ଦେଶବାସୀଙ୍କ ସୁଖ ସମୃଦ୍ଧି ନିମନ୍ତେ ମୁଁ…
— President of India (@rashtrapatibhvn) September 20, 2023 " class="align-text-top noRightClick twitterSection" data="
">କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ସମସ୍ତ ଦେଶବାସୀ, ବିଶେଷ କରି ଓଡ଼ିଶାବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା ! ଧାନ ଅମଳର ଆନନ୍ଦ ଉଲ୍ଲାସ ଭିତରେ ଏହି ପର୍ବ ପାଳିତ ହୋଇଥାଏ । ନୂଆଁଖାଇ ଆମକୁ ଭ୍ରାତୃତ୍ୱ ଓ ପାରସ୍ପରିକ ସୌହାର୍ଦ୍ଦ୍ୟର ବାର୍ତ୍ତା ଦେଇଥାଏ । ଏହି ଶୁଭ ଅବସରରେ ଦେଶ ତଥା ଦେଶବାସୀଙ୍କ ସୁଖ ସମୃଦ୍ଧି ନିମନ୍ତେ ମୁଁ…
— President of India (@rashtrapatibhvn) September 20, 2023କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ସମସ୍ତ ଦେଶବାସୀ, ବିଶେଷ କରି ଓଡ଼ିଶାବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା ! ଧାନ ଅମଳର ଆନନ୍ଦ ଉଲ୍ଲାସ ଭିତରେ ଏହି ପର୍ବ ପାଳିତ ହୋଇଥାଏ । ନୂଆଁଖାଇ ଆମକୁ ଭ୍ରାତୃତ୍ୱ ଓ ପାରସ୍ପରିକ ସୌହାର୍ଦ୍ଦ୍ୟର ବାର୍ତ୍ତା ଦେଇଥାଏ । ଏହି ଶୁଭ ଅବସରରେ ଦେଶ ତଥା ଦେଶବାସୀଙ୍କ ସୁଖ ସମୃଦ୍ଧି ନିମନ୍ତେ ମୁଁ…
— President of India (@rashtrapatibhvn) September 20, 2023
ନୂଆଁଖାଇର ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି ଲେଖିଛନ୍ତି, ''କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ସମସ୍ତ ଦେଶବାସୀ, ବିଶେଷ କରି ଓଡିଶାବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା । ଧାନ ଅମଳର ଆନନ୍ଦ ଉଲ୍ଲାସ ଭିତରେ ଏହି ପର୍ବ ପାଳିତ ହୋଇଥାଏ । ନୂଆଁଖାଇ ଆମକୁ ଭ୍ରାତୃତ୍ବ ଓ ପାରସ୍ପରିକ ସୌହାର୍ଦ୍ଦର ବାର୍ତ୍ତା ଦେଇଥାଏ । ଏହି ଶୁଭ ଅବସରରେ ଦେଶ ତଥା ଦେଶବାସୀଙ୍କ ସୁଖ ସମୃଦ୍ଧି ନିମନ୍ତେ ମୁଁ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛି ।''
ଏହା ବି ପଢନ୍ତୁ...ଆଜି ଭାବର ତିହାର ନୂଆଁଖାଇ, ଦୁଲୁୁକୁଛି ପଶ୍ଚିମ ଓଡ଼ିଶା
-
କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା। ମା' ସମଲେଶ୍ବରୀଙ୍କ ଆଶୀର୍ବାଦରୁ ଆପଣଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ। #ନୂଆଁଖାଇଜୁହାର 🙏 pic.twitter.com/AuUpdQ6NEP
— Naveen Patnaik (@Naveen_Odisha) September 20, 2023 " class="align-text-top noRightClick twitterSection" data="
">କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା। ମା' ସମଲେଶ୍ବରୀଙ୍କ ଆଶୀର୍ବାଦରୁ ଆପଣଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ। #ନୂଆଁଖାଇଜୁହାର 🙏 pic.twitter.com/AuUpdQ6NEP
— Naveen Patnaik (@Naveen_Odisha) September 20, 2023କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା। ମା' ସମଲେଶ୍ବରୀଙ୍କ ଆଶୀର୍ବାଦରୁ ଆପଣଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ। #ନୂଆଁଖାଇଜୁହାର 🙏 pic.twitter.com/AuUpdQ6NEP
— Naveen Patnaik (@Naveen_Odisha) September 20, 2023
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇର ଶୁଭେଚ୍ଛା ଜଣାଇ ଲେଖିଛନ୍ତି, '' କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା । ମା' ସମଲେଶ୍ବରୀଙ୍କ ଆଶୀର୍ବାଦରୁ ଆପଣଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ ।''
-
ଆମର୍ ମହାନ୍ ପରବ୍ ‘ନୂଆଁଖାଇ’ ଆଏଜ୍ ପାଲନ୍ ହେଉଛେ । ଇଥିର୍ ଲାଗି ମାଁ- ବହେନ୍, ଦାଦା-ଭାଏ ମାନ୍କୁଁ ମୋର୍ “ନୂଆଁଖାଇ ଜୁହାର୍” । ଆପଣ୍ମାନ୍କଁର୍ ଜୀବନ୍ଥି ସୁଖ୍, ଶାନ୍ତି ଆଉ ସମ୍ରୁଦ୍ଧି ଲାଗି ପ୍ରାର୍ଥନା କରୁଛେଁ । 🙏 pic.twitter.com/tLYKLfwmvE
— Dharmendra Pradhan (@dpradhanbjp) September 20, 2023 " class="align-text-top noRightClick twitterSection" data="
">ଆମର୍ ମହାନ୍ ପରବ୍ ‘ନୂଆଁଖାଇ’ ଆଏଜ୍ ପାଲନ୍ ହେଉଛେ । ଇଥିର୍ ଲାଗି ମାଁ- ବହେନ୍, ଦାଦା-ଭାଏ ମାନ୍କୁଁ ମୋର୍ “ନୂଆଁଖାଇ ଜୁହାର୍” । ଆପଣ୍ମାନ୍କଁର୍ ଜୀବନ୍ଥି ସୁଖ୍, ଶାନ୍ତି ଆଉ ସମ୍ରୁଦ୍ଧି ଲାଗି ପ୍ରାର୍ଥନା କରୁଛେଁ । 🙏 pic.twitter.com/tLYKLfwmvE
— Dharmendra Pradhan (@dpradhanbjp) September 20, 2023ଆମର୍ ମହାନ୍ ପରବ୍ ‘ନୂଆଁଖାଇ’ ଆଏଜ୍ ପାଲନ୍ ହେଉଛେ । ଇଥିର୍ ଲାଗି ମାଁ- ବହେନ୍, ଦାଦା-ଭାଏ ମାନ୍କୁଁ ମୋର୍ “ନୂଆଁଖାଇ ଜୁହାର୍” । ଆପଣ୍ମାନ୍କଁର୍ ଜୀବନ୍ଥି ସୁଖ୍, ଶାନ୍ତି ଆଉ ସମ୍ରୁଦ୍ଧି ଲାଗି ପ୍ରାର୍ଥନା କରୁଛେଁ । 🙏 pic.twitter.com/tLYKLfwmvE
— Dharmendra Pradhan (@dpradhanbjp) September 20, 2023
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଁଖାଇ ଶୁଭେଚ୍ଛା ଜଣାଇ କହିଛନ୍ତି, ''ଆମର ମହାନ ପର୍ବ ନୂଆଁଖାଇ ଆଜି ପାଳନ ହେଉଛି । ଏନେଇ ମାଆ ଭାଉଣୀ ଦାଦା ଭାଇଙ୍କୁ ମୋର ନୂଆଁଖାଇ ଜୁହାର । ଆପଣଙ୍କର ଜୀବନରେ ସୁଖ, ଶାନ୍ତି ଆଉ ସମୃଦ୍ଧି ଲାଗି ମୁଁ ପ୍ରାର୍ଥନା କରୁଛି ।'' ସମ୍ବଲପୁରୀ ଭାଷାରେ ନୂଆଁଖାଇ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହା ବି ପଢନ୍ତୁ...ବାଲୁକା ଚିତ୍ରକଳାରେ ନୂଆଁଖାଇ ପର୍ବର ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ସୁଦର୍ଶନ
କୃଷିଭିତ୍ତିକ ପର୍ବ ନୂଆଁଖାଇକୁ ନେଇ ପଶ୍ଚିମ ଓଡ଼ିଶାର ପୁରପଲ୍ଲୀରେ ଖୁବ ଉତ୍ସାହ ଓ ଉଦ୍ଦୀପନା ଦେଖା ଦେଇଛି । ଖାଲି ପଶ୍ଚିମ ଓଡ଼ିଶା ନୁହେଁ ବାହାର ରାଜ୍ୟରେ ରହୁଥିବା ପଶ୍ଚିମ ଓଡ଼ିଶାବାସୀ ମଧ୍ୟ ଏହି ପର୍ବକୁ ଧୁମଧାମରେ ପାଳନ କରିଥାଆନ୍ତି । ନୂଆ ଚାଉଳରୁ ପ୍ରସ୍ତୁତ ଖିରୀ, ପିଠା ଏବଂ ବିଭିନ୍ନ ପନିପରିବାରେ ପ୍ରସ୍ତୁତ ବ୍ୟଞ୍ଜନ, ବାଉଁଶ କରଡିରେ ତିଆରି ଆମ୍ବୁଲ ଖଟା ଆଦି ଅନେକ ଖାଦ୍ୟର ସମ୍ଭାରକୁ ଶାଳପତ୍ରରେ ତିଆରି ଖଲି ଓ ଦନାରେ ପରଷା ଯାଏ ।