ETV Bharat / bharat

କୋରୋନାର ଦ୍ବିତୀୟ ଲହର ଗର୍ଭବତୀଙ୍କ ପାଇଁ ଅଧିକ ବିପଜ୍ଜନକ: ICMR - ଗର୍ଭବତୀଙ୍କ ପାଇଁ ଅଧିକ ବିପଜ୍ଜନକ

ଇଣ୍ଡିଆନ କାଉନସିଲ ଅଫ୍ ମେଡ଼ିକାଲ ରିସର୍ଚ୍ଚ(ICMR) ତଥ୍ୟ ଅନୁସାରେ କୋରୋନା ଭାଇରସର ଦ୍ବିତୀୟ ଲହର ଗର୍ଭବତୀ ମହିଳା ଓ ଶିଶୁଙ୍କୁ ଜନ୍ମ ଦେଇସାରିଥିବା ମହିଳାଙ୍କ ଉପରେ ଅଧିକ ପ୍ରଭାବ ପକାଇଥିଲା । ଏହାସହ ଗୁରୁତର ହାର ଓ ମୃତ୍ୟୁସଂଖ୍ୟା ମଧ୍ୟ ପ୍ରଥମ ଲହର ତୁଳନାରେ ଦ୍ବିତୀୟ ଲହରେ ଅଧିକ ରହିଥିଲା । ଅଧିକ ପଢନ୍ତୁ...

କୋରୋନାର ଦ୍ବିତୀୟ ଲହର ଗର୍ଭବତୀଙ୍କ ପାଇଁ ଅଧିକ ବିପଜ୍ଜନକ- ICMR

author img

By

Published : Jun 17, 2021, 11:40 AM IST

ନୂଆଦିଲ୍ଲୀ: ଇଣ୍ଡିଆନ କାଉନସିଲ ଅଫ୍ ମେଡ଼ିକାଲ ରିସର୍ଚ୍ଚ(ICMR) ତଥ୍ୟ ଅନୁସାରେ କୋରୋନା ଭାଇରସର ଦ୍ବିତୀୟ ଲହର ଗର୍ଭବତୀ ମହିଳା ଓ ଶିଶୁଙ୍କୁ ଜନ୍ମ ଦେଇସାରିଥିବା ମହିଳାଙ୍କ ଉପରେ ଅଧିକ ପ୍ରଭାବ ପକାଇଥିଲା । ଏହାସହ ଗୁରୁତର ହାର ଓ ମୃତ୍ୟୁସଂଖ୍ୟା ମଧ୍ୟ ପ୍ରଥମ ଲହର ତୁଳନାରେ ଦ୍ବିତୀୟ ଲହରେ ଅଧିକ ରହିଥିଲା । ଆଇସିଏମଆର ଅନୁସାରେ, ଗର୍ଭବତୀ ମହିଳା ଓ ଶିଶୁଙ୍କୁ ଜନ୍ମ ଦେଇସାରିଥିବା ମହିଳାଙ୍କୁ ନେଇ ପ୍ରଥମ ଓ ଦ୍ବିତୀୟ ଲହର ସହ ତୁଳନା କରାଯାଇଥିଲା ।

ଦ୍ବିତୀୟ ଲହରରେ ଗୁରୁତର ଲକ୍ଷଣ ଥିବା ମାମଲା ୨୮.୭ ପ୍ରତିଶତ ଥିଲା । ଯାହା ପ୍ରଥମ ଲହରରେ ୧୪.୨ ପ୍ରତିଶତ ରହିଥିଲା । ସେହିପରି ଦ୍ବିତୀୟ ଲହରରେ ମୃତ୍ୟୁହାର ୫.୭ ପ୍ରତିଶତ ଥିବା ବେଳେ ପ୍ରଥମ ଲହରରେ ୦.୭ ପ୍ରତିଶତ ରହିଥିଲା । ଏହି ଗବେଷଣା ମୋଟ ୧୫୩୦ ଗର୍ଭବତୀ ଓ ପ୍ରସୂତୀଙ୍କ ଉପରେ କରାଯାଇଥିଲା । ଏହାମଧ୍ୟରୁ ୧୧୪୩ ଜଣ ଜଣ ପ୍ରଥମ ଲହରରେ ଓ ୩୮୭ ଜଣ ଦ୍ବିତୀୟ ଲହରରେ ସାମିଲ ଥିଲେ । ପ୍ରଥମ ଓ ଦ୍ବିତୀୟ ଲହରକୁ ମିଶାଇ ମୋଟ ମୃତ୍ୟୁଦର ୨ ପ୍ରତିଶତ ଥିଲା । ଯେଉଁଥିରେ ଅଧିକାଂଶ କୋଭିଡ ନିମୋନିଆ ଓ ଶ୍ବାସକ୍ରିୟା ନେବାରେ ସମସ୍ୟା ଦେଖା ଦେଉଥିଲା । ତେବେ ଏହି ଶ୍ରେଣୀର ମହିଳାଙ୍କ ପାଇଁ ଟିକା ଜରୁରୀ ବୋଲି ଗବେଷଣାରେ କୁହାଯାଇଛି ।

ଭାରତରେ ସ୍ତନପାନ କରାଉଥିବା ମହିଳାଙ୍କୁ ଭ୍ୟାକ୍ସିନ ଦେବା ପାଇଁ ପ୍ରସାବ ଦିଆଯାଇଥିଲା, ଯଦିଓ ସରକାରଙ୍କ ତରଫରୁ ଏହି ପ୍ରସ୍ତାବକୁ ନେଇ କୌଣସି ଗାଇଡଲାଇନ ଜାରି କରାଯାଇ ନାହିଁ । ଏହି ମାମଲା ଉପରେ ନ୍ୟାସନାଲ ଟେକ୍ନିକାଲ ଆଡ୍‌ଭାଇଜରି ଗ୍ରୁପ ଅଫ୍ ଇମ୍ୟୁନିଜେସନରେ ବିଚାର ଚାଲିଛି । ସୂଚନାଯୋଗ୍ୟ, ନିକଟରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମଧ୍ୟ କହିଥିଲା ଯେ, ଯଦି ଗର୍ଭବତୀ ମହିଳାଙ୍କ ପ୍ରତି ଅଧିକ ବିପଦ ରହିଥାଏ କିମ୍ବା ସେମାନେ ଅନ୍ୟ କେଉଁ ରୋଗରେ ପୀଡିତ ଥାନ୍ତି, ତେବେ ସେମାନଙ୍କୁ ଟିକା ଦିଆଯିବା ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.