ETV Bharat / bharat

Agnipath Recruitment Controversy: ଜାତିଗତ ପ୍ରମାଣ ମଗାଯାଉଥିବା ଅଭିଯୋଗକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଖଣ୍ଡନ

ଅଗ୍ନିପଥ ଯୋଜନାର ଭର୍ତ୍ତି ପ୍ରକ୍ରିୟାରେ ଜାତିଗତ ପ୍ରମାଣପତ୍ର ମଗାଯିବା ଅଭିଯୋଗକୁ ଖଣ୍ଡନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ । କହିଲେ ସମ୍ପୂର୍ଣ୍ଣ ଗୁଜବ, ପୂର୍ବପ୍ରକ୍ରିୟାରେ ହୋଇନି କୌଣସି ପରିବର୍ତ୍ତନ । ଅଧିକ ପଢନ୍ତୁ

author img

By

Published : Jul 19, 2022, 7:29 PM IST

Agnipath recruitment controversy: ଜାତିଗତ ପ୍ରମାଣ ମଗାଯାଉଥିବା ଅଭିଯୋଗକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଖଣ୍ଡନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଣିଥିବା ସେନାରେ ଭର୍ତ୍ତି ଯୋଜନା ‘ଅଗ୍ନିପଥ’କୁ ନେଇ ଗୋଟିଏ ପରେ ଗୋଟିଏ ବିବାଦ ମୁଣ୍ଡ ଟେକିବାରେ ଲାଗିଛି । ତେବେ ଗତ କିଛି ଦିନ ଧରି ନିଯୁକ୍ତି ପ୍ରକ୍ରିୟାରେ ଆବେଦନକାରୀଙ୍କ ଠାରୁ ଜାତିଗତ ପ୍ରମାଣପତ୍ର ମଗାଯାଉଥିବା ନେଇ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଅଭିଯୋଗକୁ ଗୁଜବ କହିବା ସହ ସ୍ବାଧୀନତା ପୂର୍ବବର୍ତ୍ତୀ ସମୟରୁ ଯେଉଁ ପ୍ରକ୍ରିୟାରେ ସେନାରେ ଭର୍ତ୍ତି ହେଉଥିଲା, ସେହି ପ୍ରକ୍ରିୟା ଏବେ ମଧ୍ୟ ଜାରି ରହିଥିବା ରାଜନାଥ କହିଛନ୍ତି । ସିଂ ଆହୁରି ମଧ୍ୟ କହିଛନ୍ତି, ଅଦ୍ୟାବଧି ସେଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

  • #WATCH | "It's just a rumour. Earlier system, existing since pre-independence era, is going on. No change has been made. Old system is being continued," says Defence Min Rajnath Singh on Opposition's allegations that caste & religion certificates being asked for Agnipath scheme. pic.twitter.com/gtBJAtaSvP

    — ANI (@ANI) July 19, 2022 " class="align-text-top noRightClick twitterSection" data=" ">

ଆଜି ସଂସଦ ଭବନ ପରିସରରେ ଗଣମାଧ୍ୟମର ଏହି ଅଭିଯୋଗ ସମ୍ପର୍କିତ ପ୍ରଶ୍ନରେ ରାଜନାଥ କହିଛନ୍ତି, ‘‘ଏପ୍ରକାର ଚର୍ଚ୍ଚା କେବଳ ଏକ ଗୁଜବ ମାତ୍ର । ସ୍ବାଧୀନତା ପୂର୍ବରୁ ଯେଉଁ ପ୍ରକ୍ରିୟାରେ ଭର୍ତ୍ତି ହେଉଥିଲା, ସେଥିରେ କୌଣସି ପ୍ରକାର ପରିବର୍ତ୍ତନ କରାଯାଇନାହିଁ । ଏହା ପରେ କୌଣସି ପ୍ରକାର ସ୍ଷଷ୍ଟୀକରଣ ରଖିବାର ଆବଶ୍ୟକତା ନାହିଁ ।’’ ତେବେ ଏହି ଯୋଜାନରେ ଭର୍ତ୍ତି ପାଇଁ ଆବେଦନକାରୀଙ୍କୁ ଜାତିଗତ ପ୍ରମାଣପତ୍ର ଦାଖଲ କରିବାକୁ କୁହାଯାଉଥିବା ବିରୋଧୀ ଅଭିଯୋଗ କରିବା ସହ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ । ଅଗ୍ନିପଥ ଯୋଜନାରେ ଭର୍ତ୍ତି ହେବାକୁ ଆଶାୟୀଙ୍କ ଠାରୁ ଜାତିଗତ ପ୍ରମାଣପତ୍ର ମଗାଯାଉଥିବା AAP ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ପ୍ରଥମେ ଅଭିଯୋଗ ଉଠାଇଥିଲେ । ପରେ ଏନେଇ ଚର୍ଚ୍ଚା ବଢିବା ସହ ସରକାରଙ୍କୁ ମଧ୍ୟ ସାମାଲୋଚନା କରାଯିବା ଆରମ୍ଭ ହୋଇଥିଲା ।

ଗତମାସ (ଜୁନ) 14 ରେ ଏହି ଯୋଜନା ଘୋଷଣା କରିଥିଲେ କେନ୍ଦ୍ର ସରକାର । ଏହି ଯୋଜନାରେ ଯୁବକଙ୍କୁ ସ୍ବଳ୍ପ ଅବଧି ବିଶିଷ୍ଚ ଚୁକ୍ତିଭିତ୍ତିକ ଭାବେ ସେନାରେ ଭର୍ତ୍ତି ପାଇଁ ଅବସର ମିଳିବା ନେଇ ବ୍ୟବସ୍ଥା ରହିଥିଲା । ଏହି ଯୋଜନାକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ଓ ହିଂସା ମଧ୍ୟ ଦେଖିବାକୁ ମିଳିଥିଲା । ପରେ ପୂର୍ବ ବ୍ୟବସ୍ଥାରେ କିଛିଟା ସଂଶୋଧନ କରାଯିବା ସହ ବୟସ ସୀମା ମଧ୍ୟ ବଢାଇଥିଲେ କେନ୍ଦ୍ର ସରକାର । 3 ସେନା ମଧ୍ୟ ଆଶାୟୀଙ୍କ ଭ୍ରମ ଦୂର କରିବା ପାଇଁ ମିଳିତ ପ୍ରେସମିଟ କରି ଯୋଜନାର କାର୍ଯ୍ୟକାରୀତା ଓ ଉପାଦେୟତା ନେଇ ବିସ୍ତୃତ ସୂଚନା ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.