ETV Bharat / bharat

ରାହୁଲ ଗାନ୍ଧୀଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର - ପ୍ରଶାନ୍ତ କିଶୋର

ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର । ବୈଠକରେ ପଞ୍ଜାବ ବିଧାନସଭା ନିର୍ବାଚନକୁ ନେଇ ଚର୍ଚ୍ଚା ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ରାହୁଲ ଗାନ୍ଧୀଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର
ରାହୁଲ ଗାନ୍ଧୀଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର
author img

By

Published : Jul 13, 2021, 5:15 PM IST

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର । ଦୁଇ ଜଣଙ୍କ ମଧ୍ୟରେ ହୋଇଛି ବୈଠକ । ଏହି ବୈଠକରେ ଉପସ୍ଥିତ ଅଛନ୍ତି ପ୍ରିୟଙ୍କା ଗାନ୍ଧୀଙ୍କ ସମେତ କେସି ଭେନୁଗୋପାଳ ଓ ପଞ୍ଜାବ ଦାୟିତ୍ବରେ ଥିବା କଂଗ୍ରେସର ହରିଶ ରାୱତ ।

ବୈଠକରେ ପଞ୍ଜାବ ବିଧାନସଭା ନିର୍ବାଚନକୁ ନେଇ ଚର୍ଚ୍ଚା ହୋଇଥିବା ଜଣାପଡିଛି । କିଛି ମାସ ପୂର୍ବେ ପ୍ରଶାନ୍ତ କିଶୋରଙ୍କୁ ନିଜ ପ୍ରମୁଖ ପରାମର୍ଶଦାତା ନିଯୁକ୍ତ କରିଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ।

ପ୍ରଶାନ୍ତ କିଶୋର ରାଜନୀତି ଦଳଗୁଡିକଙ୍କ ପାଇଁ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରନ୍ତି । ଏହାପୂର୍ବରୁ ପଶ୍ଚିମବଙ୍ଗ ନିର୍ବାଚନରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପାଇଁ ରଣନୀତି କାର୍ଯ୍ୟ କରୁଥିଲେ ପିକେ । ଆଉ ଏହାର ଫଳ ସ୍ବରୂପ ଟିଏମସିଙ୍କୁ ମିଳିଥିଲା 213ଟି ଆସନ ।

ଏହାପୂର୍ବରୁ ଏନସିପି ଅଧ୍ୟକ୍ଷ ଶରଦ ପାୱାରଙ୍କୁ ଭେଟିଥିଲେ ପିକେ । ବର୍ତ୍ତମାନ ମୋଦି ସରକାରଙ୍କ ବିରୋଧରେ ସମସ୍ତ ବିରୋଧୀ ଦଳଗୁଡିକୁ ଏକଜୁଟ କରିବାକୁ ଚାହୁଁଛନ୍ତି ପାୱାର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.