ETV Bharat / bharat

ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ପିଏମଙ୍କୁ ନିମନ୍ତ୍ରଣ କଲେ ପ୍ରମୋଦ - ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ର ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି ପ୍ରମୋଦ

ଆସନ୍ତାକାଲି କିମ୍ବା ଗୁରୁବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପ୍ରମୋଦ । ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି ପ୍ରମୋଦ ସାୱନ୍ତ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି ପ୍ରମୋଦ ସାୱନ୍ତ

author img

By

Published : Mar 22, 2022, 8:54 AM IST

Updated : Mar 22, 2022, 9:24 AM IST

ପାଣାଜୀ: ପୁଣି ଥରେ ଗୋଆରେ ବିଜେପି ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରମୋଦଙ୍କ ଉପରେ ଆସ୍ଥା ଜାହିର କରିଛି । ସୋମବାର ଆୟୋଜିତ ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ପ୍ରମୋଦ ସାଓ୍ବନ୍ତଙ୍କୁ ବିଧାୟକ ଦଳ ନେତା ଚୟନ କରିଛନ୍ତି । ଏହାସହିତ ଖୁବଶ୍ରୀଘ୍ର ଦ୍ବିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ପ୍ରମୋଦ । ଆସନ୍ତାକାଲି କିମ୍ବା ଗୁରୁବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପ୍ରମୋଦ । ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି ପ୍ରମୋଦ ସାୱନ୍ତ ।

ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଭାରତୀୟ ଜନତା ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରିଛନ୍ତି । ଯଦିଓ ଶପଥ ଗ୍ରହଣ କାର୍ଯ୍ୟକ୍ରମ ତାରିଖ ସ୍ଥିର ହୋଇନାହିଁ ବୁଧବାର କିମ୍ବା ଗୁରୁବାର ହେବାର ସମ୍ଭାବନା ରହିଛି । ଏ ନେଇ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କୁ ନିମନ୍ତ୍ରଣ କରିଥିବା କହିଛନ୍ତି ପ୍ରମୋଦ ସାୱନ୍ତ ।

ଗୋଆରେ ବିଜେପି ବିପୁଳ ବିଜୟ ପରେ କିଏ ମୁଖ୍ୟମନ୍ତ୍ରୀ ଏ ନେଇ ବିଚାରବିମର୍ଶ ଜାରି ରହିଥିଲା । ସୋମବାର ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ପ୍ରମୋଦଙ୍କୁ ବିଧାୟକ ଦଳ ନେତା ଚୟନ କରାଯାଇଛି । କେନ୍ଦ୍ର ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର ଏବଂ ଉପ ପର୍ଯ୍ୟବେକ୍ଷକ ଏଲ ମୁରୁନବିସ ବୈଠକରେ ଉପସ୍ଥିତ ଥିଲେ ।

ପ୍ରକାଶ ଥାଉ କି, ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ଗୋଆରେ ୪୦ଟି ବିଧାନସଭା ଆସନରେ ବିଜେପି ୨୦ଟି ସିଟ ହାସଲ କରିଛି । ମ୍ୟାଜିକ ନମ୍ବରରୁ ଗୋଟିଏ ଆସନ ପଛରେ ରହିଯାଇଛି ବିଜେପି । ସ୍ବାଧୀନ ବିଧାୟକଙ୍କ ସହ ମେଣ୍ଟ କରି ବିଜେପି ରାଜ୍ୟରେ ସରକାର ଗଠନ କରିବ । ପ୍ରମୋଦ କହିଛନ୍ତି ରାଜ୍ୟବାସୀ ତାଙ୍କୁ ଆଉ ଥରେ ସୁଯୋଗ ଦେଇଥିବାରୁ ସେ କୃତଜ୍ଞ ଓ ଗୋଆର ବିକାଶ ପାଇଁ ସବୁ ପ୍ରକାର ପ୍ରୟାସ ଜାରି ରଖିବେ ।

@ANI

Last Updated : Mar 22, 2022, 9:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.