ବେଙ୍ଗାଲୁରୁ: ବିକ୍ରମ ଲ୍ୟାଣ୍ଡରଠାରୁ ଅବତରଣର ୬ ଘଣ୍ଟା ପରେ ପୃଥକ ହୋଇ ଚନ୍ଦ୍ରପୃଷ୍ଠରେ ବୁଲୁଛି ରୋଭର ପ୍ରଜ୍ଞାନ । ଗତ ୨୩ ତାରିଖରେ ବିକ୍ରମଠୁ ଅଲଗା ହେବା ପରେ ପ୍ରଜ୍ଞାନ ଆଜି ଯାଏଁ ୮ ମିଟର ରାସ୍ତା ଅତିକ୍ରମ କରିଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହିତ ରୋଭର ଚନ୍ଦ୍ରପୃଷ୍ଠରେ ଭାରତର ଛାପ ଛାଡୁଥିବା ବେଳେ ଚନ୍ଦ୍ରର ଦକ୍ଷିଣ ମେରୁରୁ ବିଭିନ୍ନ ତଥ୍ୟ ସଂଗ୍ରହ କରିବାରେ ଲାଗିଛି ।
-
Chandrayaan-3 Mission:
— ISRO (@isro) August 25, 2023 " class="align-text-top noRightClick twitterSection" data="
All planned Rover movements have been verified. The Rover has successfully traversed a distance of about 8 meters.
Rover payloads LIBS and APXS are turned ON.
All payloads on the propulsion module, lander module, and rover are performing nominally.…
">Chandrayaan-3 Mission:
— ISRO (@isro) August 25, 2023
All planned Rover movements have been verified. The Rover has successfully traversed a distance of about 8 meters.
Rover payloads LIBS and APXS are turned ON.
All payloads on the propulsion module, lander module, and rover are performing nominally.…Chandrayaan-3 Mission:
— ISRO (@isro) August 25, 2023
All planned Rover movements have been verified. The Rover has successfully traversed a distance of about 8 meters.
Rover payloads LIBS and APXS are turned ON.
All payloads on the propulsion module, lander module, and rover are performing nominally.…
ଏନେଇ ଇସ୍ରୋ ପକ୍ଷରୁ ଟ୍ବିଟ କରି କୁହାଯାଇଛି, "ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ଚଳପ୍ରଚଳ କରୁଥିବା ନେଇ ଇସ୍ରୋକୁ ସଙ୍କେତ ମିଳିଛି । ଏଯାବତ ରୋଭର ଚନ୍ଦ୍ରପୃଷ୍ଠରେ ପ୍ରାୟ ୮ ମିଟର ଯାତ୍ରା କରିଛି । ରୋଭରର ପ୍ଲେଲୋଡ LIBS ଓ APXS ଅନ୍ ହୋଇଛି । ପ୍ରପଲସନ ମଡ୍ୟୁଲ, ଲ୍ୟାଣ୍ଡର ମଡ୍ୟୁଲ ଓ ରୋଭରର ସମସ୍ତ ପ୍ଲେଲୋଡ ସ୍ବାଭାବିକ ଭାବେ କାର୍ଯ୍ୟ କରୁଛି ।" ତେବେ APXS ବା ଆଲଫା ପାର୍ଟିକଲ ଏକ୍ସ-ରେ ସ୍ପେକ୍ଟ୍ରୋମିଟର ଚନ୍ଦ୍ରପୃଷ୍ଠରେ ଥିବା ବିଭିନ୍ନ ରାସାୟନିକ ପଦାର୍ଥର ତଥ୍ୟ ସଂଗ୍ରହ କରୁଛି ।
ଏହା ବି ପଢନ୍ତୁ- Chandrayaan-3 landing: ଲ୍ୟାଣ୍ଡରରୁ ବାହାରିଲା ରୋଭର ‘ପ୍ରଜ୍ଞାନ’
ସେପଟେ LIBS ବା ଲେଜର ଇଣ୍ଡ୍ୟୁସଡ୍ ବ୍ରେକଡାଇନ ସ୍ପେକ୍ଟ୍ରୋସ୍କୋପ ଚନ୍ଦ୍ରପୃଷ୍ଠରେ ଥିବା ମୌଳିକ ପଦାର୍ଥ ଯେପରିକି ମ୍ୟାଗ୍ନେସିୟିମ, ଆଲୁମିନିୟମ, କ୍ୟାଲସିୟମ, ସିଲିକନ, ପୋଟାସିୟମ, ଆଇରନ, ଟାଇଟାନିୟମକୁ ଚିହ୍ନଟ କରିଛି । ଚନ୍ଦ୍ରପୃଷ୍ଠର ଲ୍ୟାଣ୍ଡିଂ ସାଇଟରେ ଥିବା ମୃତ୍ତିକା ଓ ପଥର ମଧ୍ୟରୁ ଏହି ମୌଳିକ ପଦାର୍ଥକୁ ଚିହ୍ନଟ କରିଛି LIBS । ସେପଟେ ଇସ୍ରୋ ପକ୍ଷରୁ ଗୁରୁବାର ଦିଆଯାଇଥିବା ସୂଚନା ଅନୁସାରେ ପ୍ରଜ୍ଞାନରେ ସଂଯୁକ୍ତ ହୋଇଥିବା ILSA, RAMBHA, ChaSTE ମଧ୍ୟ ଆକ୍ଟିଭ ହୋଇଛି । ILSA ଚନ୍ଦ୍ରପୃଷ୍ଠରେ ସେସିମିକ ଆକ୍ଟିଭିଟିର ତଥ୍ୟ ସଂଗ୍ରହ କରୁଛି । ସେପଟେ RAMBHA ଚନ୍ଦ୍ରର ପ୍ଲାଜମା ଏନଭାରମେଣ୍ଟ (ପୃଥିବୀର ଆୟୋନୋସ୍ଫିୟର ପରି)ର ମଧ୍ୟ ତଥ୍ୟ ସଂଗ୍ରହ କରୁଛି ।
ସେହିପରି ChaSTE ଚନ୍ଦ୍ରପୃଷ୍ଠରେ ଥିବା ଥର୍ମାଲ ପ୍ରପଟିଜ ବା ତାପଜ ଗୁଣକୁ ମାପ କରୁଛି । ତେବେ ସୂଚନା ଥାଉ କି ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଥମ ରାଷ୍ଟ୍ର ଭାବେ ଭାରତର ୩ୟ ମୁନ୍ ମିଶନ ଚନ୍ଦ୍ରଯାନ-୩ ସଫଳ ଅବତରଣ କରିଥିଲା । ଅବତରଣର ୬ ଘଣ୍ଟା ପରେ ବିକ୍ରମ ଲ୍ୟାଣ୍ଡରଠାରୁ ପୃଥକ ହୋଇଥିଲା ରୋଭର ପ୍ରଜ୍ଞାନ । ଏହାପରେ ବିକ୍ରମ ଲ୍ୟାଣ୍ଡର ମଧ୍ୟରୁ ବାହାରି ଚନ୍ଦ୍ରପୃଷ୍ଠରେ ଚଳପ୍ରଚଳ କରିଥିଲା । ଏହାର ଭିଡିଓ ମଧ୍ୟ ଇସ୍ରୋ ପକ୍ଷରୁ ଜାରି ହୋଇଛି ।