ETV Bharat / bharat

କର୍ଣ୍ଣାଟକ କ୍ୟାବିନେଟ; ମନ୍ତ୍ରୀଙ୍କୁ ମିଳିଲା ବିଭାଗ - CM Bommai keeps Financ

ର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଗତମାସ ଦାୟିତ୍ବ ନେଇଥିବା ବସବରାଜ ବୋମ୍ମାଇ ଆଜି ନିଜ ମନ୍ତ୍ରୀ ମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି । କ୍ୟାବିନେଟରେ ସାମିଲ ହୋଇଥିବା ମନ୍ତ୍ରୀ ମାନଙ୍କୁ ଆଜି ସେମାନଙ୍କ ବିଭାଗ ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

CM Bommai
CM Bommai
author img

By

Published : Aug 7, 2021, 2:29 PM IST

ବେଙ୍ଗାଲୁର: କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଗତମାସ ଦାୟିତ୍ବ ନେଇଥିବା ବସବରାଜ ବୋମ୍ମାଇ ଆଜି ନିଜ ମନ୍ତ୍ରୀ ମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି । କ୍ୟାବିନେଟରେ ସାମିଲ ହୋଇଥିବା ମନ୍ତ୍ରୀ ମାନଙ୍କୁ ଆଜି ସେମାନଙ୍କ ବିଭାଗ ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ନିଜ ପାଖରେ ଗୃହ, ଗୁଇନ୍ଦା, ଅର୍ଥ ସମେତ ବେଙ୍ଗାଲୁର ବିକାଶ ଓ ଆବଣ୍ଟିତ ହୋଇନଥିବା ବିଭାଗ ରଖିଥିବା ବେଳେ, ଗୋବିନ୍ଦ ଏମକେଙ୍କୁ ବୃହତ ଓ ମଧ୍ୟମ ଜଳସେଚନ ବିଭାଗ ଦେଇଛନ୍ତି । ସେହିପରି ଏ ଜ୍ଞାନେନ୍ଦ୍ରଙ୍କୁ ମିଳିଛି ଗୃହ ବିଭାଗ ।

ଅନ୍ୟପଟେ ସୁନିଲ କୁମାରଙ୍କୁ ଶକ୍ତି ବିଭାଗ, ବିସି ନାଗେଶଙ୍କୁ ପ୍ରାଥମିକ ଶିକ୍ଷା ବିଭାଗ, କେଏସ ଇଶ୍ବରପ୍ପାଙ୍କୁ ଗ୍ରାମୀଣ ବିକାଶ ବିଭାଗ ମିଳିଛି । ବି ଶ୍ରୀରାମୁଲ୍ଲୁଙ୍କୁ ପରିବହନ ଓ ଅନୁସୂଚିତ ଜାତି ଜନଜାତି କଲ୍ୟାଣ ବିଭାଗ ମିଳିଛି ।

ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ କ୍ୟାବିନେଟ ସମ୍ପ୍ରସାରଣ କରିଥିବା ମୁଖ୍ୟମନ୍ତ୍ରୀ ବସବରାଜଙ୍କ କ୍ୟାବିନେଟରେ ୭ ଜଣ ପଛୁଆ( ଓବିସି) ବର୍ଗରୁ ଥିବା ବେଳେ , ଜଣେ ଏସଟି, ୩ ଜଣ ଏସି, ୭ ଜଣ ୱକାଁଲିଙ୍ଗ ଓ ୮ ଜଣ ଲିଙ୍ଗାୟତ ସମ୍ପ୍ରଦାୟରୁ ଅଛନ୍ତି । ଆଉ ମହିଳା ବର୍ଗରୁ ଜଣଙ୍କୁ କ୍ୟାବିନେଟରେ ନେଇଛନ୍ତି ମୁଖ୍ୟମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.