ETV Bharat / bharat

ଦେଶର ଅର୍ଥନୀତି ବଜାୟ ପାଇଁ ଜନସଂଖ୍ୟା ନିୟନ୍ତ୍ରଣ ଆବଶ୍ୟକ: ଶରଦ ପାୱାର - population

ଦେଶର ଅର୍ଥନୀତି, ସୁସ୍ଥ ଜୀବନଯାପନ ଓ ସନ୍ତୁଳିତ ପରିବେଶ ପାଇଁ ଜନସଂଖ୍ୟା ନିୟନ୍ତ୍ରଣ ହେବା ଆବଶ୍ୟକ ବୋଲି କହିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର । ଅଧିକ ପଢନ୍ତୁ...

ଏନସିପି ମୁଖ୍ୟ ଶରତ ପାୱାର
ଏନସିପି ମୁଖ୍ୟ ଶରତ ପାୱାର
author img

By

Published : Jul 11, 2021, 4:48 PM IST

ମୁମ୍ବାଇ: ଆଜି ବିଶ୍ବ ଜନସଂଖ୍ୟା ଦିବସ । ଏହି ଅବସରରେ ଉତ୍ତରପ୍ରଦେଶ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଏକ ଡ୍ରାଫ୍ଟ ପ୍ରସ୍ତୁତ କରିଛି । ଏହି ସମୟରେ ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି ଦେଶର ଅର୍ଥନୀତି, ସୁସ୍ଥ ଜୀବନଯାପନ ଓ ସନ୍ତୁଳିତ ପରିବେଶ ପାଇଁ ଜନସଂଖ୍ୟା ନିୟନ୍ତ୍ରଣ ହେବା ଆବଶ୍ୟକ ।

ତାଙ୍କ ବିବୃତ୍ତି ଜନସଂଖ୍ୟା ନିୟନ୍ତ୍ରଣ ସପକ୍ଷରେ ରହିଛି । ଦେଶର ଅର୍ଥନୀତି, ମୋଟ ଜାତୀୟ ଆୟ, ସୁସ୍ଥ ଜୀବନଧାରଣ ଏବଂ ଏକ ସନ୍ତୁଳିତ ପରିବେଶକୁ ବଜାୟ ରଖିବା ପାଇଁ ଜନସଂଖ୍ୟା ନିୟନ୍ତ୍ରଣର ବାର୍ତ୍ତା ବହୁ ଦୂର ପର୍ଯ୍ୟନ୍ତ ପହଞ୍ଚିବା ଆବଶ୍ୟକ । ବିଶ୍ବ ଜନସଂଖ୍ୟା ଦିବସ ଅବସରରେ ଜନସଂଖ୍ୟା ନିୟନ୍ତ୍ରଣରେ ସହଯୋଗ କରିବାକୁ ପ୍ରତ୍ୟେକ ସଚେତନ ନାଗରିକ ଏକ ପ୍ରତିବଦ୍ଧ ରହିବା ଉଚିତ ବୋଲି କହିଛନ୍ତି ଶରଦ ପାୱାର ।

ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନେଇ ଆହ୍ବାନ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଅସମାନତା ସମେତ ପ୍ରମୁଖ ସମସ୍ୟାର ମୂଳ କାରଣ ହେଉଛି ଜନସଂଖ୍ୟା ବୃଦ୍ଧି ବୋଲି କହିଛନ୍ତି ଯୋଗୀ ଆଦିତ୍ୟନାଥ । ଉନ୍ନତ ସମାଜ ଗଠନ ପାଇଁ ଜନସଂଖ୍ୟା ନିୟନ୍ତ୍ରଣର ଆବଶ୍ୟକତା ରହିଛି ।

ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଉତ୍ତରପ୍ରଦେଶ ସରକାର ଖୁବ ଶୀଘ୍ର ଏକ ଆଇନ ଆଣିବାକୁ ଯାଉଛନ୍ତି । ଏ ନେଇ ଏକ ଚିଠା ପ୍ରସ୍ତୁତ କରାଯାଇଛି । ରାଜ୍ୟ ଆଇନ କମିଶନର ଅଧ୍ୟକ୍ଷ ଜଷ୍ଟିମ୍ ଆଦିତ୍ୟନାଥ ମିତଲ ଏହାକୁ ପ୍ରସ୍ତୁତ କରିଛନ୍ତି । ରାଜ୍ୟରେ ଜଣେ ଦମ୍ପତିଙ୍କର ଦୁଇରୁ ଅଧିକ ସନ୍ତାନ ଥିବେ ତାଙ୍କୁ ସରକାରୀ ଚାକିର ମିଳିବ ନାହିଁ । ରାସନ କାର୍ଡରେ 4ରୁ ଅଧିକ ସଦସ୍ୟଙ୍କ ନାମ ଲେଖାଯିବ ନାହିଁ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.