ETV Bharat / bharat

ଭାରତ-ପାକିସ୍ତାନ ଅସ୍ତ୍ରବିରତି ଚୁକ୍ତିନାମା: ସୀମାବର୍ତ୍ତୀ ଅଞ୍ଚଳ ପୁଞ୍ଚବାସୀଙ୍କୁ ଆଶ୍ବସ୍ତି - ସୀମାବର୍ତ୍ତୀ ଅଞ୍ଚଳ ପୁଞ୍ଚବାସୀଙ୍କୁ ଆଶ୍ବସ୍ତି

ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତିନାମା ସ୍ବାକ୍ଷରିତ ହେବା ପରେ ଜମ୍ମୁକାଶ୍ମୀରର ସୀମାବର୍ତ୍ତୀ ଅଞ୍ଚଳ ପୁଞ୍ଚବାସୀଙ୍କୁ ଆଶ୍ବସ୍ତି ମିଳିଛି । ଅଧିକ ପଢନ୍ତୁ...

ଭାରତ-ପାକିସ୍ତାନ ଅସ୍ତ୍ରବିରତି ଚୁକ୍ତିନାମା: ସୀମାବର୍ତ୍ତୀ ଅଞ୍ଚଳ ପୁଞ୍ଚବାସୀଙ୍କୁ ଆଶ୍ବସ୍ତି

author img

By

Published : Mar 3, 2021, 1:02 PM IST

ଶ୍ରୀନଗର: ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଚିକ୍ତିନାମା ସ୍ବାକ୍ଷର ହୋଇଛି । ଯାହାଦ୍ବାରା ଜମ୍ମୁ ଓ କାଶ୍ମୀରର ସୀମାବର୍ତ୍ତୀ ଜିଲ୍ଲା ପୁଞ୍ଚବାସୀଙ୍କୁ ଆଶ୍ବସ୍ତି ମିଳିବା ସହିତ ଏହି ଅଞ୍ଚଳର ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମଧ୍ୟରେ ମନରେ ଲାଗି ରହିଥିବା ଭୟର ପରିସମାପ୍ତି ଘଟିଛି ।

ଦୁଇ ଦେଶର ସୀମାବର୍ତ୍ତୀ ଅଞ୍ଚଳ ପୁଞ୍ଚଠାରେ ରହିଥିବା ଫକୀରଦାରା ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ମନରେ ସର୍ବଦା ଆକ୍ରମଣକୁ ନେଇ ଭୟ ଲାଗି ରହିଥିଲା । ଏହି ଚୁକ୍ତିନାମା ହେବା ଦ୍ବାରା ସେମାନଙ୍କ ମନରୁ ଏହି ଭୟ ଦୂରୀଭୂତ ହୋଇଛି । ଏହି ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ମନଦୀପ କୌର କହିଛନ୍ତି ଯେ ଅସ୍ତ୍ରବିରତି ଉଲ୍ଲଘଂନ ସମୟରେ ବିଦ୍ୟାଳୟରେ ଗୁଳି ବାଜି ଏହାର ଘରଗୁଡିକ ଭଗ୍ନ ଅବସ୍ଥାରେ ରହିଛି । ଯେତେବେଳେ ମଧ୍ୟ ସୀମାବର୍ତ୍ତୀ ଅଞ୍ଚଳରେ ଗୁଳି ବିନିମୟ ହୋଇଥାଏ ଏହି ବିଦ୍ୟାଳୟ ପ୍ରଭାବିତ ହୋଇଥାଏ । ତେବେ ଗୁଳି ବିନିମୟ ସମୟରେ ଛାତ୍ରଛାତ୍ରୀ ଭୟଭୀତ ହେଇଯାଉଥିବା ବେଳେ ଏହାପରେ ବିଦ୍ୟାଳୟକୁ ମରାମତି କରାଯାଇଥାଏ ।

ଏହି ଚୁକ୍ତିନାମା ସମ୍ପର୍କରେ ସୂଚନା ପାଇବା ପରେ ଏହି ଅଞ୍ଚଳବାସୀଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ପିଲମାନେ ଆଶ୍ବସ୍ତି ଲାଭ କରିଥିବା ମନଦୀପ କହିଛନ୍ତି । ଗୁଳି ବିନିମୟ ହେଉଥିବାରୁ ପିଲାମାନେ ବିଦ୍ୟାଳୟ ଯିବାକୁ ଅନିଚ୍ଛା ପ୍ରକାଶ କରିଥାନ୍ତି ବୋଲି ଏହି ଅଞ୍ଚଳବାସୀ ମହମ୍ମଦ ରାଫିକ କହିଛନ୍ତି । ଅନ୍ୟପଟେ ବିଦ୍ୟାଳୟରେ ଏବେ ଶାନ୍ତ ପରିବେଶ ଓ ବିନା ଭୟରେ ପାଠ ପଢିପାରିବେ ବୋଲି ଜଣେ ଛାତ୍ର ମହମ୍ମଦ ଅଜାଦ କହିଛନ୍ତି ।

ଗୁଳି ବିନିମୟ ହେବା ଦ୍ବାରା 2 ଦେଶର ସୀମାବର୍ତ୍ତୀ ଅଞ୍ଚଳ ପ୍ରଭାବିତ ହେଉଥିବାରୁ LoCରେ ଆଗକୁ ଗୁଳି ବିନିମୟ କରାଯିବ ନାହିଁ ବୋଲି ଚୁକ୍ତିନାମା ସ୍ବାକ୍ଷର ହୋଇଛି । ଏହି ଚୁକ୍ତିନାମା 2 ଦେଶର ସାମରିକ କାର୍ଯ୍ୟର ନିର୍ଦ୍ଦେଶକ ଜେନେରାଲଙ୍କ ମଧ୍ୟରେ ଆଲୋଚନା ହୋଇ ସ୍ବାକ୍ଷର ହୋଇଥିବା ଜଣାପଡିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.