ETV Bharat / bharat

IMFର ଚିନ୍ତାଜନକ ରିପୋର୍ଟ, ହିମାଳୟରେ ବୃଦ୍ଧି ପାଉଛି ପ୍ରଦୂଷଣ - IMFର ଚିନ୍ତାଜନକ ରିପୋର୍ଟ

ହିମାଳୟ ଅଞ୍ଚଳରେ ଆବଶ୍ୟକତା ଠାରୁ ଅଧିକ ପର୍ଯ୍ୟଟକଙ୍କ ଆଗମନ ଯୋଗୁଁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇଛି । ଏହାକୁ ନେଇ IMF ପକ୍ଷରୁ ଏକ ରିପୋର୍ଟ ଉତ୍ତରାଖଣ୍ଡ ସରକାରଙ୍କ ନିକଟରେ ଦାଖଲ କରାଯାଇଛି । ଅଧିକ ପଢ଼ନ୍ତୁ

IMFର ଚିନ୍ତାଜନକ ରିପୋର୍ଟ, ହିମାଳୟରେ ବୃଦ୍ଧି ପାଉଛି ପ୍ରଦୂଷଣ

author img

By

Published : Jun 24, 2022, 9:17 PM IST

ଡେରାଡୁନ: ହିମାଳୟ ଅଞ୍ଚଳରେ ଆବଶ୍ୟକତା ଠାରୁ ଅଧିକ ପର୍ଯ୍ୟଟକଙ୍କ ଆଗମନ ଯୋଗୁଁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇଛି । ଏହାକୁ ନେଇ IMF(Indian Mountaineering Foundation) ପକ୍ଷରୁ ଏକ ରିପୋର୍ଟ ଉତ୍ତରାଖଣ୍ଡ ସରକାରଙ୍କ ନିକଟରେ ଦାଖଲ କରାଯାଇଛି । IMFର ଏକ ବିଶେଷଜ୍ଞ ଦଳ ଏହାକୁ ନେଇ ସର୍ଭେ କରିଥିଲା, ଏହି ସର୍ଭେରୁ ଯେଉଁ ରିପୋର୍ଟ ଆସିଛି ତାହା ଚିନ୍ତା କରିବାକୁ ବାଧ୍ୟ କିରଛି ।

ଜୈବବିବିଧତାରେ ଭର୍ତ୍ତି ଉତ୍ତାରଖଣ୍ଡର ହିମାଳୟ ଅଞ୍ଚଳ । ଏଠାରେ ଏଭଳି ଅନେକ ସ୍ଥାନ ପର୍ଯ୍ୟଟକଙ୍କ ଦ୍ବାରା ଅଛୁଆଁ ଥିବାରୁ ଏହାର ସୌନ୍ଦର୍ଯ୍ୟରେ ପ୍ରତ୍ୟେକଙ୍କୁ ଆତ୍ମବିଭୋର କରୁଥିଲା । ବର୍ତ୍ତମାନ ଓମ୍‌ ପର୍ବତ, କୈଳାସ ଥିବା ଏଭଳି କିଛି ସ୍ଥାନରେ ପର୍ଯ୍ୟଟକଙ୍କ ଆଗମନ ବଢ଼ିଛି । ପର୍ଯ୍ୟଟକ ସେଠାରେ ବେସ୍‌ କ୍ୟାମ୍ପ କରି ଦିନ କାଟୁଛନ୍ତି ।

ସେମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସେହି ସବୁ ସ୍ଥାନ ଗୁଡ଼ିକରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଯାହାଫଳରେ ସେଠାରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଛି । IMF ପକ୍ଷରୁ ଦାଖଲ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ଯେ, ଏଠାରେ ଅବ୍ୟବସ୍ଥିତ ଢଙ୍ଗରେ ପର୍ଯ୍ୟଟନର ବିକାଶ କରାଯାଉଛି । ଯାହାଫଳରେ ଏହା ପରିବେଶ ଏଠାରେ ପାଖରେ ବାସ କରୁଥିବା ଲୋକଙ୍କ ପ୍ରତି ବିପଦ ସୃଷ୍ଟି କରିବ । ଏହାର ଏକ ଝଲକ କେଦାରନାଥ ଓ ବଦ୍ରିନାଥ ଧାମରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି । ଯେଉଁଠାରେ ପାଦେ ପାଦେ ପ୍ଲାଷ୍ଟିକ ଆବର୍ଜନା ଦେଖିବାକୁ ମିଳୁଛି ।

ସଷ୍ଟେନେବଲ ମଡେଲ ଅଫ୍‌ ଟୁରିଜିମ୍‌ରେ ଉପାୟରେ ଏଠାରେ ପର୍ଯ୍ୟଟନ ବିକାଶ କରିବା ଉପରେ ଧ୍ୟାନ ଦେବାକୁ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହି ଉପାୟ ମାଧ୍ୟମରେ କେତେକ ନିର୍ଦ୍ଦିଷ୍ଟ ସ୍ଥାନକୁ ପର୍ଯ୍ୟଟକଙ୍କ ଯିବା ଆସିବା ଉପରେ ସ୍ବତନ୍ତ୍ର କଟକଣା ରହିବ । ସେହିଭଳି ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପର୍ଯ୍ୟଟକଙ୍କୁ ସମସ୍ତ ସ୍ଥାନରେ କ୍ୟାମ୍ପ କରିବା କିମ୍ବା ସମସ୍ତ ସ୍ଥାନକୁ ଛୁଇଁବା ଉପରେ କଟକଣା ରହିବ । ଏଠାରେ ଥିବା ଗୌରୀକୁଣ୍ଡ ଓ ପାର୍ବତୀ ସରୋବର ଭଳି ସ୍ଥାନରେ ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ନଦେବାକୁ କୁହାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.