ETV Bharat / bharat

ଆଜି ବି ଗମ୍ଭୀର ଦିଲ୍ଲୀର ବାୟୁ ପ୍ରଦୂଷଣ, ଜନଜୀବନ ପ୍ରଭାବିତ

author img

By

Published : Nov 11, 2020, 7:52 AM IST

Updated : Nov 11, 2020, 8:07 AM IST

ରାଜଧାନୀରେ ପୁଣି ବିଢିଛି ପ୍ରଦୂଷଣ ସ୍ତର । ଆଜିବି ଦିଲ୍ଲୀରେ ଗମ୍ଭୀର ରହିଛି ବାୟୁପ୍ରଦୂଷଣର ମାତ୍ରା । ଅଧିକ ପଢନ୍ତୁ...

Pollution continues to affect the quality of air in the national capital
ଆଜିବି ଗମ୍ଭୀର ରହିଛି ଦିଲ୍ଲୀର ବାୟୁ ପ୍ରଦୂଷଣ ,ଜନଜୀବନ ପ୍ରଭାବିତ

ନୂଆଦିଲ୍ଲୀ: ପ୍ରଦୂଷଣ ଯୋଗୁଁ ଅସ୍ତବ୍ୟସ୍ତ ଦିଲ୍ଲୀବାସୀ । ରାଜଧାନୀରେ ପୁଣି ବଢିଛି ପ୍ରଦୂଷଣ ସ୍ତର । ଅତ୍ୟଧିକ ମାତ୍ରାରେ କୁହୁଡି ଓ ପ୍ରଦୂଷଣର ରହିଥିବାରୁ ରାସ୍ତାଘାଟ ମଧ୍ୟ ଠିକ ଭାବରେ ଦିଶୁନି । ଫଳରେ ଅନେକ ଦୁର୍ଘଟଣା ମଧ୍ୟ ଘଟୁଛି । ପ୍ରାତଃ ଭ୍ରମଣରେ ଆସୁଥିବା ଲୋକେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ବୁଧବାର ମଧ୍ୟ ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ରହିଛି । ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ(ସିପିସିବି)ର ସଦ୍ୟତମ ରିପୋର୍ଟ ମୁତାବକ ଦିଲ୍ଲୀର ଆନନ୍ଦ ବିହାରରେ 402 ଓ ନାଜାଫଗଡରେ 414 ରହିଛି ଏୟାର କ୍ବାଲିଟି ଇନଡେକ୍ସ(ଏକ୍ୟୁଆଇ)ମାନ । ସେହିପରି ମନ୍ଦିର ମାର୍ଗରେ 364, ଅଶୋକ ବିହାରରେ 397 ଓ ପ୍ରତାପଗଞ୍ଜରେ 369 ଏକ୍ୟୁଆଇ ମାନ ରହିଛି । ଯାହା ଗମ୍ଭୀର ଶ୍ରେଣୀରେ ଅନ୍ତର୍ଭୁକ୍ତ ଅଟେ । ତେବେ ରାଜଧାନୀର ବାୟୁ ପ୍ରଦୂଷଣକୁ କମ କରିବାକୁ ସରକାର ଅନେକ ଯୋଜନା ଆରମ୍ଭ କରିଥିବା ସତ୍ତ୍ବେ ଏହା କୌଣସି କାମ କରୁନଥିବା ପରିଲକ୍ଷିତ ହେଉଛି ।

@ ANI

Last Updated : Nov 11, 2020, 8:07 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.