ETV Bharat / bharat

UP Polls 6th Phase: ସକାଳ ୧୧ଟା ସୁଦ୍ଧା ୨୧.୭୯% ମତଦାନ

author img

By

Published : Mar 3, 2022, 7:45 AM IST

Updated : Mar 3, 2022, 12:36 PM IST

ଆଜି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ । ଅଧିକ ପଢନ୍ତୁ

UP election 6th Phase: ଆରମ୍ଭ ହେଲା ମତଦାନ
UP election 6th Phase: ଆରମ୍ଭ ହେଲା ମତଦାନ

ଲକ୍ଷ୍ନୌ: ଆଜି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ । ସକାଳ ୯ଟା ସୁଦ୍ଧା ୮.୬୯ ପ୍ରତିଶତ ମତଦାନ ହୋଇଥିବା ବେଳେ ୧୧ଟା ସୁଦ୍ଧା ୨୧.୭୯ ପ୍ରତିଶତ ମତଦାନ ହୋଇଛି । ଆଜି ୫୭ଟି ଆସନ ପାଇଁ ୬୭୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ୨.୧୪ କୋଟି ଭୋଟର । ଗୋରଖପୁର ଅର୍ବାନ ଆସନ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମଧ୍ୟ ଆଜି ଭାଗ୍ୟ ପରୀକ୍ଷା ହେବ ।

ସେହିପରି ତାମକୁହି ଆସନରୁ ଲଢୁଥିବା ଉତ୍ତରପ୍ରଦେଶ ପିସିସି ସଭାପତି ଅଜୟ କୁମାର ଲାଲ୍ଲୁ, ଫାଜିଲନଗରରୁ ପ୍ରତିଦ୍ବନ୍ଦିତା କରୁଥିବାବେଳେ ସମାଜବାଦୀ ପାର୍ଟିର ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ ଓ ବିରୋଧୀ ଦଳ ନେତା ରାମ ଗୋବିନ୍ଦ ଚୌଧୁରୀଙ୍କ ଆଜି ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।

ଆମ୍ବେଦକର ନଗର, ବଲରାମପୁର, ସିଦ୍ଧାର୍ଥ ନଗର, ବସ୍ତି, ସାନ୍ତ କବିର ନଗର, ମହାରାଜଗଞ୍ଜ, ଗୋରଖପୁର, କୁଷିନଗର, ଦେଓରିଆ ଏବଂ ବାଲ୍ଲିଆରେ ମତଦାନ ଆରମ୍ଭ ହୋଇଯାଇଛି । ଷଷ୍ଠ ପର୍ଯ୍ୟାୟ ଭୋଟ ପୂର୍ବରୁ ଗତକାଲି ପ୍ରତିଦ୍ବନ୍ଦି କରିଥିବା ଦଳ ଗୁଡିକରେ ନିର୍ବାଚନୀ ପ୍ରଚାର ଶେଷ ହୋଇଥିଲା । ଆସନ୍ତା ମାର୍ଚ୍ଚ 7 ତାରିଖରେ ଶେଷ ପର୍ଯ୍ୟାୟ ଭୋଟିଂ ହେବାକୁ ଥିବାବେଳେ ମାର୍ଚ୍ଚ ୧୦ ତାରିଖରେ ଭୋଟ ଗଣତି ହେବା ସହ ଜନାଦେଶ ପ୍ରକାଶ ପାଇବ ।

Last Updated : Mar 3, 2022, 12:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.