ETV Bharat / bharat

ସେମିଫାଇନାଲ ଫାଇଟ: 3ରେ 5 ରାଜ୍ୟର ଜନାଦେଶ, ମୋଦି ଏବଂ ରାହୁଲଙ୍କ ପାଇଁ ଏସିଡ୍ ଟେଷ୍ଟ

author img

By ETV Bharat Odisha Team

Published : Dec 1, 2023, 3:36 PM IST

Poll of polls: ସରିଛି ଲଢ଼େଇ, ଏବେ ଅପେକ୍ଷା ରେଜଲ୍ଟକୁ । ଏକଜାଟ୍ ପୋଲ୍ ପୂର୍ବରୁ ଉତ୍କଣ୍ଠା ବଢ଼ାଇଛି ଏକଜିଟ୍ ପୋଲ୍ । ରାଜସ୍ଥାନ ଏବଂ ମଧ୍ୟ ପ୍ରଦେଶରେ ବିଜେପି ! ଛତିଶଗଡ଼ ଏବଂ ତେଲେଙ୍ଗାନାରେ କଂଗ୍ରେସ ! ମିଜୋରାମରେ ଝୁଲା ବିଧାନସଭା ! ସତ ହେବ କି ଏକଜିଟ୍ ପୋଲ୍ ? ଅଧିକ ପଢ଼ନ୍ତୁ

ସେମିଫାଇନାଲ ଫାଇଟ: ଡିସେମ୍ବର 3ରେ 5 ରାଜ୍ୟର ଜନାଦେଶ, ମୋଦି ଏବଂ ରାହୁଲଙ୍କ ପାଇଁ ଏସିଡ୍ ଟେଷ୍ଟ

ହାଇଦ୍ରାବାଦ: ପାଞ୍ଚଟି ରାଜ୍ୟରେ ସରିଛି ଭୋଟ୍ । ଆସନ୍ତା 3 ତାରିଖରେ ଆସିବ ଚୂଡ଼ାନ୍ତ ଫଳାଫଳ । ଏହା ପୂର୍ବରୁ ଉତ୍କଣ୍ଠା ବଢ଼ାଇଛି ଏକଜିଟ୍ ପୋଲ୍ ବା ବୁଥ୍ ବାହୁଡ଼ା ମତ । ପୋଲ୍ ଅଫ୍ ଫୋଲ୍ସ ଅନୁସାରେ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ବିଜେପି । ଛତିଶଗଡ଼ ଏବଂ ତେଲେଙ୍ଗାନାରେ କଂଗ୍ରେସ । ମିଜୋରାମରେ ଝୁଲା ବିଧାନସଭା । ରାଜସ୍ଥାନ ଏବଂ ତେଲେଙ୍ଗାନାରେ ପରିବର୍ତ୍ତନର ପୂର୍ବାନୁମାନ କରାଯାଇଥିବା ବେଳେ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ କ୍ଷମତା ବଜାୟ ରଖିପାରନ୍ତି ଶାସକ ଦଳ । ଏକଜିଟ୍ ପୋଲ୍ ଏକଜାଟ୍ ହୋଇନଥିବାରୁ, ଏହାକୁ ବିଶ୍ବାସ କରିହେବ ନାହିଁ । ଏବେ ଅପେକ୍ଷା ଡିସେମ୍ବର 3 'ରେଜଲ୍ଟ ଡେ' କୁ ।

ଏକଜିଟ୍ ପୋଲ୍: ଡିସେମ୍ବର 3 ରେଜଲ୍ଟ ଡେ । ସେହିଦିନ ପ୍ରକାଶ ପାଇବ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଏବଂ ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ । ଏହା ପୂର୍ବରୁ ଛାତି ଧଡ଼ ଧଡ଼ କରିଛି ଏକଜିଟ୍ ପୋଲ୍ । ଏକଜିଟ୍ ପୋଲ୍ ଅନୁସାରେ ରାଜସ୍ଥାନରେ କ୍ଲିନ ସୁଇପ କରିପାରେ ବିଜେପି । ତେଲେଙ୍ଗାନାରେ ବିଆରଏସକୁ ଚକମା ଦେଇ କ୍ଷମତା ହାତେଇପାରେ ଡାର୍କ ହର୍ସ କଂଗ୍ରେସ ପାର୍ଟି । ମଧ୍ୟ ପ୍ରଦେଶରେ ଶାସକ ବିଜେପି ଏବଂ ବିରୋଧୀ କଂଗ୍ରେସ ମଧ୍ୟରେ ହେବ କଡ଼ା ଟକ୍କର । ତେବେ ମଧ୍ୟପ୍ରଦେଶରେ ବିଜେପି ଅପର ହ୍ୟାଣ୍ଡରେ ରହିବ ବୋଲି ପୂର୍ବାନୁମାନ କରିଛନ୍ତି ସିଂହଭାଗ ସର୍ଭେ ସଂସ୍ଥା । ଛତିଶଗଡ଼ରେ ବିଜେପି କଡ଼ା ଟକ୍କର ଦେଉଥିବା ବେଳେ, କଂଗ୍ରେସକୁ ମିଳିପାରେ ସ୍ପଷ୍ଟ ବହୁମତ । ଏକଜିଟ୍ ପୋଲ୍ ଅନୁସାରେ ମିଜୋରାମରେ କାହାକୁ ମିଳିନପାରେ ସ୍ପଷ୍ଟ ବହୁମତ । ମିଜୋରାମରେ ଶାସକ ମିଜୋ ନ୍ୟାସନାଲ ଫ୍ରଣ୍ଟ୍ (MNF) ଏବଂ ଜୋରାମ ପିପ୍ୟୁଲ୍ସ ମୁଭମେଣ୍ଟ୍ (ZPM) ମଧ୍ୟରେ ନେକ୍ ଟୁ ନେକ୍ ଫାଇଟ ହେଉଥିବା ବେଳେ, ଝୁଲା ବିଧାନସଭାର ପୂର୍ବ ଆକଳନ କରିଛି ଏକଜିଟ୍ ପୋଲ୍।

ପୋଲ୍ ଅଫ ପୋଲ୍ସ (ରାଜସ୍ଥାନ): ଏବେ ନଜର ପକାଇବା ପୋଲ ଅଫ୍ ପୋଲ୍ସ ଉପରେ । ପୋଲ୍ ଅଫ ପୋଲ୍ସରେ ରାଜସ୍ଥାନରେ କ୍ଲିନ ସୁଇପ କରିବ ବିଜେପି । 200 ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ, ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର 101 । ଏଥର 199 ଆସନରେ ହୋଇଛି ମତଦାନ ହୋଇଥିବା ବେଳେ, ବିଜେପିକୁ ମିଳିପାରେ 115 ଆସନ । ଅନ୍ୟପକ୍ଷରେ ଶାସକ ବିଜେପି ପାଇପାରେ 71 ସିଟ୍ ଅନ୍ୟାନ୍ୟ ଦଳ 13ଟି ଆସନରେ ବିଜୟୀ ହୋଇ ପାରନ୍ତି । ରାଜସ୍ଥାନରେ ପ୍ରତି ପାଞ୍ଚ ବର୍ଷରେ ସରକାର ପରିବର୍ତ୍ତନର ଇତିହାସ ରହିଛି। 1993 ଠାରୁ ଏହା ଜାରି ରହିଛି । ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା, ସରକାର ଅଦଳ-ବଦଳ ଦୁଇଟି ଦଳ ବିଜେପି ଏବଂ କଂଗ୍ରେସ ମଧ୍ୟରେ ହିଁ ହୋଇ ଆସୁଛି । ଅର୍ଥାତ ପ୍ରତି ପାଞ୍ଚ ବର୍ଷରେ ଆଣ୍ଟି ଇନକମ୍ବେନ୍ସି ର ସମ୍ମୁଖୀନ ହୋଇଥାନ୍ତି ଶାସକ ଦଳ । 2023 ନିର୍ବାଚନରେ ସମାନ ପରମ୍ପରା ବଜାୟ ରହିବା ନେଇ ଆକଳନ କରିଛି ଏକଜିଟ୍ ପୋଲ୍ । 2018ରୁ ବର୍ତ୍ତମାନ ଯାଏଁ, ଏଠାରେ କ୍ଷମତାରେ ରହିଛି କଂଗ୍ରେସ ପାର୍ଟି । ମୁଖ୍ୟମନ୍ତ୍ରୀ ଅଛନ୍ତି ଅଶୋକ ଗେହେଲୋତ । ତେବେ ମୁଖ୍ୟମନ୍ତ୍ରୀ ଗେହୋଲୋତ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଶୀତଳ ଯୁଦ୍ଧର ଫାଇଦା ସିଧାସଳଖ ବିଜେପି ମିଳିବାକୁ ଯାଉଛି।

ଏହା ମଧ୍ଯ ପଢ଼ନ୍ତୁ:ରାଜସ୍ଥାନ ରଣ: ଏକଜିଟ୍ ପୋଲରେ ବିଜେପି ଆଗୁଆ, ଡିସେମ୍ବର 3ରେ ଏକଜାଟ୍ ପୋଲ୍

ପୋଲ୍ ଅଫ ପୋଲ୍ସ (ମଧ୍ୟପ୍ରଦେଶ): ମଧ୍ୟ ପ୍ରଦେଶରେ ପୁଣି ଥରେ ଆସିପାରେ ବିଜେପି ସରକାର । 230 ଆସନ ବିଶିଷ୍ଟ ମଧ୍ୟ ପ୍ରଦେଶ ବିଧାନସଭାରେ, ମ୍ୟାଜିକ ନମ୍ବର ହେଇଛି 116 । ପୋଲ୍ ଅଫ ପୋଲ୍ସ ଅନୁସାରେ ବିଜେପି ଛୁଇଁପାରେ ମ୍ୟାଜିକ୍ ନମ୍ବର । ବିଜେପିକୁ 116 ଆସନ ମିଳିବାର ସମ୍ଭବନା ଥିବା ବେଳେ, କଂଗ୍ରେସ ମଧ୍ୟ ପାଇପାରେ 111 ସିଟ୍ । ଅର୍ଥାତ ଏଥର ମଧ୍ୟ ପ୍ରଦେଶରେ ହୋଇପାରେ ଆର୍ ପାର୍ ଲଢ଼େଇ । ଅନ୍ୟ ଦଳଙ୍କୁ ମିଳିପାରେ 3ଟି ଆସନ । ଆକଳନ ଅନୁସାରେ ଯଦିଓ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଜୋରଦାର ଲଢ଼େଇ ହେବ, ତେବେ ଶାସକ ଦଳ ବିଜେପିକୁ ମିଳିପାରେ ଆଡଭାଣ୍ଟେଜ୍ । ଏଠାରେ ବିଜେପି ସପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ୟାକଟର କାମ କରିବ ବୋଲି କୁହାଯାଉଛି । ଶିବରାଜ ସିଂହ ଚୌହାନ ବର୍ତ୍ତମାନ ବିଜେପି ସରକାରରେ ମୁଖ୍ୟମନ୍ତ୍ରୀ ଥିବା ବେଳେ, ଚଳିତ ନିର୍ବାଚନରେ କାହାକୁ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିନଥିଲା ବିଜେପି । ସେପଟେ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଦାବିଦାର ଅଛନ୍ତି ପୂର୍ବତନ ସିଏମ୍ କମଲନାଥ ।

ଏହା ମଧ୍ଯ ପଢ଼ନ୍ତୁ: ଏକଜିଟ୍ ପୋଲ୍: ମଧ୍ୟ ପ୍ରଦେଶରେ କଂଗ୍ରେସ-ବିଜେପି କଡ଼ା ଟକ୍କର, ଫ୍ରଣ୍ଟଫୁଟରେ ପଦ୍ମଦଳ !

ପୋଲ୍ ଅଫ ପୋଲ୍ସ (ଛତିଶଗଡ଼): ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଗଡ଼ ଛତିଶଗଡ଼ରେ ପୁଣି ଥରେ ହାତର ଜିତାପଟ ହେବ ବୋଲି ଏକଜିଟ ପୋଲ୍ ଆକଳନ କରିଛି । ଏହା କଂଗ୍ରେସର ସଜହ ବିଜୟ ହୋଇନପାରେ । ବିରୋଧୀ ବିଜେପି, ଶାସକ ଦଳକୁ ଦେଉଛି କଡ଼ା ଟକ୍କର । ଛତିଶଗଡ଼ ବିଧାନସଭାରେ ମୋଟ 90 ଆସନ ଥିବାବେଳେ, ସରକାର ଗଠନ ପାଇଁ ଦରକାର 46 ସିଟ୍ । ପୋଲ ଅଫ୍ ପୋଲ୍ସ ଅନୁସାରେ ଛତିଶଗଡ଼ରେ କଂଗ୍ରେସ ପାଇପାରେ 49 ଆସନ । ବିଜେପିକୁ 38 ଆସନ ମିଳିବାର ସମ୍ଭାବନା ଥିବା ବେଳେ, ଅନ୍ୟନ୍ୟା ପାଇ ପାରନ୍ତି 3 ସିଟ୍ । ଛତିଶଗଡ଼ରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏବଂ ଉପମୁଖ୍ୟମନ୍ତ୍ରୀ ଟିଏସ ସିଂହଦେଓଙ୍କ ମଧ୍ୟରେ ଫାଟ୍ ରହିଛି ସତ । ହେଲା ଏହାର ବିଶେଷ ଫାଇଦା ବିଜେପିକୁ ଯାଉନଥିବା ଆକଳନ କରାଯାଇଛି । ଛତିଶଗଡ଼ରେ 2003ରୁ 2018 ଯାଏଁ କ୍ଷମତାରେ ଥିଲା ବିଜେପି । ଏହି 15 ବର୍ଷ ବା ତିନିଟି ଟର୍ମ ଯାକ ବିଜେପିରୁ ମୁଖ୍ୟମନ୍ତ୍ରୀ ଥିଲେ ଦଳର ଭେଟେରାନ୍ ନେତା ରମଣ ସିଂହ । ଚଳିତ ନିର୍ବାଚନ ମୈଦାନରେ ରମଣ ସିଂହ ଥିଲେ ମଧ୍ୟ, ତାଙ୍କର ପୂର୍ବ ଲୋକପ୍ରିୟତା ଏବେ ସେତେଟା ନାହିଁ ବୋଲି ଚର୍ଚ୍ଚା ହେଉଛି । ଯାହାର ସିଧାସଳଖ ଫାଇଦା କଂଗ୍ରେସକୁ ଯାଇପାରେ ।

ଏହା ମଧ୍ଯ ପଢ଼ନ୍ତୁ:ଛତିଶଗଡ ଏକଜିଟ ପୋଲ: ଗଡ ବଞ୍ଚାଇବାରେ ସଫଳ ହେବ କଂଗ୍ରେସ, ପୁଣି ବିରୋଧୀ ଆସନରେ ବିଜେପି

ପୋଲ୍ ଅଫ ପୋଲ୍ସ (ତେଲେଙ୍ଗାନା): ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଚକମା ଦେଇ ପାରନ୍ତି ତେଲେଙ୍ଗାନା ଭୋଟର ! ସିଏମ୍ କେସିଆରଙ୍କ ହ୍ୟାଟ୍ରିକ ଆଶା ଆଶାରେ ରହିଯିବ କି ! ପୂର୍ଣ୍ଣ ବହୁମତ ସହ ବ୍ୟାକ କରିବ କି ଗ୍ରାଣ୍ଡ ଓଲ୍ଡ ପାର୍ଟି! ଏହି ଆଶଙ୍କା ଏକଜିଟ୍ ପୋଲ୍ ରୁ ହିଁ ଆସୁଛି । କାରଣ ସବୁ ସର୍ଭେ ସଂସ୍ଥା ତେଲେଙ୍ଗାନାରେ କଂଗ୍ରେସକୁ ଦେଇଛନ୍ତି ଅଧିକ ଆସନ । ପୋଲ୍ ଅଫ୍ ପୋଲ୍ସ କହୁଛି, 119 ଆସନ ବିଶିଷ୍ଟ ତେଲେଙ୍ଗାନା ବିଧାନସଭାରେ କଂଗ୍ରେସକୁ ମିଳିପାରେ 54 ଆସନ । ଶାସକ ବିଆରଏସ୍ କୁ 52 , ଏମଆଇଏମକୁ 6 ଏବଂ ବିଜେପିକୁ ମିଳିପାରେ 7 ସିଟ୍ । ଏକଜିଟ୍ ପୋଲ୍ କୁ ନେଇ କଂଗ୍ରେସ ପାର୍ଟି ଉତ୍ସାହିତ ଥିବା ବେଳେ, ଡିସେମ୍ବର 9ରେ ତେଲେଙ୍ଗାନାରେ କଂଗ୍ରେସ ସରକାର ଶପଥ ନେବ ବୋଲି, ଘୋଷଣା କରି ସାରିଲେଣି ପିସିସି ସଭାପତି ରେଭାନ୍ଥ ରେଡ୍ଡି । ସେପଟେ ଏକଜିଟ୍ ପୋଲକୁ ଫଲ୍ଟ ପୋଲ୍ କହିଛନ୍ତି ଜୁନିଅର୍ କେସିଆର । ରାଜ୍ୟ ଆଇଟି ମନ୍ତ୍ରୀ କେ.ଟି. ରାମାରାଓ କହିଛନ୍ତି ଯେ, 'ଏକଜିଟ୍ ପୋଲରେ ଭାସି ଯିବା ବୋକାମୀ ହେବ। କାରଣ 2018 ଏହା ଭୁଲ ପ୍ରମାଣିତ ହୋଇଥିଲା। ଡିସେମ୍ବର 3ରେ ଆମେ ପୁଣି ଥରେ କ୍ଷମତାକୁ ଫେରୁଛୁ । ଆମେ 70 ପ୍ଲସ୍ ଆସନରେ ବିଜୟୀ ହେବୁ ।' କେଟିଆର ସୋଲିଆଲ୍ ମିଡିଆରେ ଏହି ବାର୍ତ୍ତା ଦେବା ସହ ବିଜୟ ନେଇ ଆଶାବାଦୀ ଅଛନ୍ତି ।

ଏହା ମଧ୍ଯ ପଢ଼ନ୍ତୁ: ଅଧା ରହିଯିବ କେସିରଆଙ୍କ ହାଟ୍ରିକ ଆଶା ! ତେଲେଙ୍ଗାନାରେ କ୍ଷମତା ଛଡାଇ ନେଇପାରେ କଂଗ୍ରେସ

ପୋଲ୍ ଅଫ ପୋଲ୍ସ (ମିଜୋରାମ): ବିଧାନସଭା ନିର୍ବାଚନ ଧାଁ ଧଉଡ଼ ଭିତରେ କେଉଁଠି ନାଁ କେଉଁଠି ପଛରେ ପଡ଼ିଯାଇଥିଲା ପୂର୍ବାଞ୍ଚଳ ରାଜ୍ୟ ମିଜୋରାମ । 4 ବଡ଼ ରାଜ୍ୟରେ ନିର୍ବାଚନୀ ହଲ୍ଲାବୋଲ୍ ହୋଇଥିବା ବେଳେ, ସେ ତୁଳନାରେ ମିଜୋରାମ ଢେର ପଛରେ ଥିଲା । ରାଜନୈତିକ ମହଲ ହେଉ କିମ୍ବା ଗଣମାଧ୍ୟମ, ମିଜୋରାମକୁ ନେଇ ନଥିଲା ଆଲୋଚନା-ପର୍ଯ୍ୟାଲୋଚନା । 40 ଆସନ ବିଶିଷ୍ଟ ମିଜୋରାମ ବିଧାନସଭାରେ ମ୍ୟାଜିକ ନମ୍ବର 21 ହୋଇଥିବା ବେଳେ, ଏଥର ଝୁଲା ବିଧାନସଭାର ଆଭାସ ଦେଇଛି ଏକଜିଟ୍ ପୋଲ୍ । ପୋଲ୍ ଅଫ ପୋଲ୍ସ ଅନୁସାରେ, ଶାସକ ମିଜୋ ନ୍ୟାସନାଲ ଫ୍ରଣ୍ଟ୍ (MNF) କିମ୍ବା ଜୋରାମ ପିପ୍ୟୁଲ୍ସ ମୁଭମେଣ୍ଟ୍ (ZPM), କାହାକୁ ମିଳିନପାରେ ସ୍ପଷ୍ଟ ଜନମ । ଇଣ୍ଡିଆ ଟିଭି-ସିଏନଏକ୍ସର ଆକଳନ MNFକୁ 14ରୁ 18 ଆସନ, ZPMକୁ 12ରୁ 16 ଆସନ, କଂଗ୍ରେସକୁ 8ରୁ 10 ଆସନ ଏବଂ ବିଜେପିକୁ ମିଳିପାରେ 2ଟି ଆସନ । ଜନ୍ କି ବାତ୍ ର ପୂର୍ବ ଆକଳନ MNFକୁ 10ରୁ 14 ଆସନ, କଂଗ୍ରେସକୁ 5ରୁ 9 ଆସନ ଏବଂ ବିଜେପି 2ଟି ଆସନ ପାଇପାରେ ।

2024 ସାଧାରଣ ନିର୍ବାଚନ ପୂର୍ବରୁ 2023ରେ 5 ରାଜ୍ୟର ବିଧାନସଭା ନିର୍ବାଚନ ବେଶ୍ ଗୁରୁତ୍ବପୂର୍ଣ୍ଣ । ବିଧାନସଭା ନିର୍ବାଚନ ଫଳାଫଳ ଉଭୟ ବିଜେପି ଏବଂ କଂଗ୍ରେସ ପାଇଁ ଅଧିକ ମହତ୍ବ ରଖୁଛି । ସବୁଠୁ ବଡ଼ ତଥା ହେଲା, ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧିଙ୍କ ପାଇଁ ସେମିଫାଇନାଲ ସଦୃଶ । କାରଣ ବିଧାନସଭା ନିର୍ବାଚନ ଫଳାଫଳ, ଆଗାମୀ ଲୋକସଭା ନିର୍ବାଚନ ଉପରେ ପଡ଼ିବା ସହ ଏହା ଜାତୀୟ ରାଜନୀତିକୁ ନିଶ୍ଚିତ ଭାବେ ପ୍ରଭାବିତ କରିବ ।

ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ମିଜୋରାମରେ ଗୋଟିଏ ଲେଖାଏଁ ପର୍ଯ୍ୟାୟରେ ମତଦାନ ହୋଇଥିବା ବେଳେ ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ପଡ଼ିଥିଲା ଭୋଟ୍ । ମିଜୋରାମରେ ନଭେମ୍ବର 7 ତାରିଖରେ ଭୋଟ୍ ନିଆଯାଇଥିଲା । ଛତିଶଗଡ଼ରେ ନଭେମ୍ବର 7 ଏବଂ ନଭେମ୍ବର 17ରେ ଭୋଟ୍ ଗ୍ରହଣ ହୋଇଥିବା ବେଳେ, ମଧ୍ୟପ୍ରଦେଶରେ ନଭେମ୍ବର 17ରେ ହୋଇଥିଲା ମତଦାନ । ରାଜସ୍ଥାନରେ ନଭେମ୍ବର 25 ଏବଂ ତେଲେଙ୍ଗାନାରେ ନଭେମ୍ବର 30ରେ ଭୋଟ୍ ନିଆଯାଇଥିଲା । ଡିସେମ୍ବର 3 ତାରିଖରେ ସମସ୍ତ 5ଟି ରାଜ୍ୟରେ ଭୋଟ୍ ଗଣତି ସହ ପ୍ରକାଶ ପାଇବ ଚୂଡ଼ାନ୍ତ ଫଳାଫଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.