ETV Bharat / bharat

ସ୍ବଦେଶୀ ଯୁଦ୍ଧପୋତ ଆଇଏନଏସ୍ ବିକ୍ରାନ୍ତକୁ ନେଇ ଶ୍ରେୟ ରାଜନୀତି

author img

By

Published : Sep 2, 2022, 4:53 PM IST

Updated : Sep 2, 2022, 5:01 PM IST

ଭାରତକୁ ଆଜି ମିଳିଛି ପ୍ରଥମ ସ୍ବଦେଶୀ ଯୁଦ୍ଧପୋତ । ମହାସାଗରର ମହାରକ୍ଷୀ ଭାବେ ଜଳାବତରଣ କରିଛି ଆଇଏନଏସ୍ ବିକ୍ରାନ୍ତ INS Vikrant । ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଆଇଏନଏସ୍ ବିକ୍ରାନ୍ତର ଶ୍ରେୟ ନେବାକୁ ରାଜନୈତିକ ଦଳ ମଧ୍ୟରେ ଟଣା ଓଟରା ଭଳି ପରିସ୍ଥିତି ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ସ୍ବଦେଶୀ ଯୁଦ୍ଧପୋତ ଆଇଏନଏସ୍ ବିକ୍ରାନ୍ତକୁ ନେଇ ଶ୍ରେୟ ରାଜନୀତି
ସ୍ବଦେଶୀ ଯୁଦ୍ଧପୋତ ଆଇଏନଏସ୍ ବିକ୍ରାନ୍ତକୁ ନେଇ ଶ୍ରେୟ ରାଜନୀତି

ହାଇଦ୍ରାବାଦ: ଆଜି ଭାରତ ପାଇଁ ଐତିହାସିକ ଦିନ । ଦେଶକୁ ଆଜି ମିଳିଛି ପ୍ରଥମ ସ୍ବଦେଶୀ ଯୁଦ୍ଧପୋତ । ମହାସାଗରର ମହାରକ୍ଷୀ ଭାବେ ଜଳାବତରଣ କରିଛି ଆଇଏନଏସ୍ ବିକ୍ରାନ୍ତ(Indias First Naval Aircraft Carrier INS Vikrant) । କେରଳର କୋଚି ଠାରେ ଦେଶ ଉଦ୍ଦେଶ୍ୟରେ ଏହି ଶକ୍ତିଶାଳୀ ଏୟାରକ୍ରାଫ୍ଟ କ୍ୟାରିୟରକୁ ସମର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୪୫ ହଜାର ଟନର ଏହି ଯୁଦ୍ଧଯାହାଜ ଭାରତୀୟ ନୌସେନାର ଗର୍ବ, ଗୌରବ ଏବଂ ବଳ ସାଜିବ । ଚୀନକୁ ଚେକ୍ ଦେବାକୁ ଭାରତ ଏହି ବିଶାଳ ଯୁଦ୍ଧପୋତ ନିର୍ମାଣ କରିଛି । ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ଏହାକୁ ବିକଶିତ କରି ଭାରତ ଏକ ଏଲିଟ୍ କ୍ଲବରେ ସାମିଲ ହୋଇଛି ।

  • Our PM never recognises continuity in governance. #INSVikrant, commissioned today is a huge achievement but it was started 22 yrs ago - first Vajpayee Govt, then Manmohan Govt & then Modi Govt, there is continuity: Jairam Ramesh, Congress Gen Secy in-charge Communications (1/2) pic.twitter.com/NFTTRyZwfr

    — ANI (@ANI) September 2, 2022 " class="align-text-top noRightClick twitterSection" data=" ">

ଷଷ୍ଠ ଦେଶ ଭାବେ ଭାରତ କୌଣସି ଏକ ଯୁଦ୍ଧପୋତ ନିର୍ମାଣ କରି ନୌସେନାରେ ସାମିଲ କରିଛି । ତେବେ ନୌସେନାକୁ ଏହି ଭାସମାନ ବାହୁବଳୀ ମିଳିବା ପରେ ଆରମ୍ଭ ହୋଇଛି ଶ୍ରେୟ ପଲିଟିକ୍ସ । ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରି କଂଗ୍ରେସ ନେତା ଜୟରାମ ରମେଶ ଟ୍ବିଟ୍ କରିଛନ୍ତି । ଏପଟେ ଏହାର ଶ୍ରେୟ ରାଜନେତା କି ସରକାରଙ୍କୁ ନୁହେଁ ବରଂ ନିର୍ମାଣରେ ସାମିଲ ଇଞ୍ଜିନିୟର ଏବଂ ପ୍ରୋଜେକ୍ଟ ଡାଇରେକ୍ଟରଙ୍କୁ ମିଳିବା ଉଚିତ ବୋଲି ମତ ରଖିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ।

  • Jammu, J&K | I find his statements very funny. Credit for the project should go to everyone incl technicians, engineers involved in the whole process, not only to those who laid foundation stone & inaugurated it. Then it becomes a political statement: Anil Gaur, Defence Expert https://t.co/n7GHGfMJhS pic.twitter.com/ZRSE0SSboL

ଆଜି ଏହାର ଜଳାବତରଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ''ଏକ ନୂଆ ସୂର୍ଯ୍ୟୋଦୟର ସାକ୍ଷୀ ହେବାକୁ ଯାଉଛି INS ବିକ୍ରାନ୍ତ । ଏହା ଏକ ଯୁଦ୍ଧଜାହାଜ ନୁହେଁ ପରିଶ୍ରମ ଓ ପ୍ରତିଶ୍ରୁତିବଦ୍ଧତାର ପ୍ରମାଣ । ଆତ୍ମନିର୍ଭର ଭାରତର ପ୍ରତୀକ INS ବିକ୍ରାନ୍ତ ।'' ଏହା ସହିତ ମୋଦି କହିଥିଲେ, ଦେଶ ପାଇଁ ଆଜିର ଦିନଟି ଐତିହାସିକ । ନୌସେନା ପାଇଁ ଏକ ବଡ ଦିନ । କେରଳର ସମୁଦ୍ର ତଟରେ ଆଜି ପ୍ରତିଟି ଭାରତବାସୀ ଏକ ନୂଆ ସୂର୍ଯ୍ୟୋଦୟର ସାକ୍ଷୀ ଆଇଏନଏସ ବିକ୍ରାନ୍ତକୁ ଦେଖିବେ ।

ଏହା ବି ପଢନ୍ତୁ- ନୌସେନାରେ INS ବିକ୍ରାନ୍ତ, ଜାଣନ୍ତୁ କେତେ ଶକ୍ତିଶାଳୀ ?

ଆଇଏନଏସ ବିକ୍ରାନ୍ତ ଭାରତର ଧୈର୍ଯ୍ୟର ହୁଙ୍କାର । ବିକ୍ରାନ୍ତ ଭବ୍ୟ, ଅନନ୍ୟ, ବିଶେଷ ବିକ୍ରାନ୍ତ କେବଳ ଏକ ଯୁଦ୍ଧଜାହାଜ ନୁହେଁ ପରିଶ୍ରମ, ପ୍ରତିବଦ୍ଧତା ଓ ପ୍ରତିଶ୍ରୁତିବଦ୍ଧତା ଓ ପ୍ରଭାବର ପ୍ରମାଣ । ଆତ୍ମନିର୍ଭର ଭାରତର ପ୍ରତୀକ INS ବିକ୍ରାନ୍ତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏପଟେ ମୋଦିକୁ ଟ୍ବିଟ୍ କରି ଜବାବ ମାଗିଛନ୍ତି ରମେଶ । ସେ ଲେଖିଛନ୍ତି, ଆଇଏନଏସ୍ ବିକ୍ରାନ୍ତର ଶ୍ରେୟ କେବଳ କୌଣସି ଗୋଟିଏ ସରକାରଙ୍କୁ ଯିବା ଉଚିତ ନହେଁ । ଏହା (ବିକ୍ରାନ୍ତ ନିର୍ମାଣ) ଏକ ନିରନ୍ତର ପ୍ରକ୍ରିୟା । ଏହାର ନିର୍ମାଣ ୨୨ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା । ପ୍ରଥମେ ବାଜପେୟୀ ସରକାର ପରେ ମନମୋହନ ସରକାର ଏବଂ ବର୍ତ୍ତମାନ ମୋଦି ସରକାରଙ୍କ ଅମଳରେ ଏହା ଶେଷ ହୋଇଛି ।

ତେଣୁ ଏହି ନିରନ୍ତର ପ୍ରକ୍ରିୟାକୁ ମୋଦି ସମ୍ମାନ ଜଣାଇବା ଉଚିତ୍‌ । ଆଉ ସମସ୍ତ ପୂର୍ବ ସରକାର ଅବଦାନକୁ ମନେ ପକାଇବା ଜରୁରୀ । ଆମେ ଏଥିରେ ନିୟୋଜିତ ସମସ୍ତ ଇଞ୍ଜିନିୟର, ଅଫିସର ଏବଂ କର୍ମଚାରୀଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରୁଛୁ । ତେବେ ଏହା ୨୨ ବର୍ଷ ପରିଶ୍ରମର ଫଳ, କେବଳ ୨୦୧୪ ପରେ ଏହି ସଫଳତା ମିଳିଥିବା କହିବା ଭୁଲ୍‌ । ତେବେ ରମେଶଙ୍କୁ କାଉଣ୍ଟର କରିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ଅନୀଲ ଗୌର । ସେ କହିଛନ୍ତି, "ଏହି ବୟାନ ହାସ୍ୟାସ୍ପଦ । ଏହାର ସଫଳତା ଶ୍ରେୟ କେବଳ ଟେକ୍ନିସିଆନ, ଇଞ୍ଜିନିୟରକୁ ଯିବା କଥା ନୁହେଁ କି କିଏ ଶିଳାନ୍ୟାସ କରିଥିଲା ବା କିଏ ଉଦଘାଟନ କରିଛି । ଏହା କେବଳ ରମେଶଙ୍କର ରାଜନୈତିକ ବୟାନ ।

Last Updated : Sep 2, 2022, 5:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.