ETV Bharat / bharat

ତାମିଲନାଡୁରେ ପୋଙ୍ଗଲ ପାଳୁଛନ୍ତି ହେଭିୱେଟ, ଲକ୍ଷ୍ୟ ବିଧାନସଭା ନିର୍ବାଚନ - politicians are celebrating Pongol in Tamil Nadu

ଦକ୍ଷିଣ ଭାରତରେ ପ୍ରସିଦ୍ଧ ପୋଙ୍ଗଲ ପର୍ବ ପାଳିତ ହେଉଛି । ଏହି ଅବସରରେ ତାମିଲାନାଡୁରେ ଅନେକ ଉତ୍ସବ ଆୟୋଜନ କରାଯାଇଛି । ଅଧିକ ପଢନ୍ତୁ..

ତାମିଲନାଡୁରେ ପୋଙ୍ଗଲ ପାଳୁଛନ୍ତି ହେଭିୱେଟ
ତାମିଲନାଡୁରେ ପୋଙ୍ଗଲ ପାଳୁଛନ୍ତି ହେଭିୱେଟ
author img

By

Published : Jan 14, 2021, 1:15 PM IST

ଚେନ୍ନାଇ: ଦକ୍ଷିଣ ଭାରତରେ ପ୍ରସିଦ୍ଧ ପୋଙ୍ଗଲ ପର୍ବ ପାଳିତ ହେଉଛି । ଏହି ଅବସରରେ ତାମିଲନାଡୁରେ ଅନେକ ଉତ୍ସବ ଆୟୋଜନ କରାଯାଇଛି । ଏହାସହ ରାଜନେତା ମଧ୍ୟ ଏହି ସବୁ ଉତ୍ସବରେ ସାମିଲ ହେଉଛନ୍ତି । ଗୁରୁବାର ରାଷ୍ଟ୍ରିୟ ସ୍ବୟଂସେବକ ସଂଘର ପ୍ରମୁଖ ମୋହନ ଭାଗବତ ଚେନ୍ନାଇ ଯାଇଛନ୍ତି । ପୋଙ୍ଗଲ ଅବସରରେ ସେ ପୂଜାର୍ଚ୍ଚନା କରିବେ । ମୋହନ ଭାଗବତ ଗୁରୁବାର ଚେନ୍ନାଇର କାଦୁମଣ୍ଡୀ ମନ୍ଦିରରେ ପହଞ୍ଚିଛନ୍ତି । ଏହି ଅବସରରେ ସେ ବିଶେଷ ପୂଜାର୍ଚ୍ଚନା କରାଯାଇଛି । ଏହାସହ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ନିଜ ଖୁସି ଜାହିର କରିଥିଲେ ।

ପ୍ରକାଶଥାଉକି, ମୋହନ ଭାଗବତ ଦୁଇ ଦିନିଆ ତାମିଲାନାଡୁ ଗସ୍ତରେ ଅଛନ୍ତି । ତେବେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ତାମିଲନାଡୁରେ ରହିବେ ଓ ପୋଙ୍ଗଲ କାର୍ଯ୍ୟକ୍ରମରେ ଭାଗ ନେବେ । ଏହାସହ ଦଳର କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବେ । ଅନ୍ୟପକ୍ଷେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ତାମିଲାନାଡୁର ମଦୁରୈରେ ଅଛନ୍ତି ।

ତେବେ ତାମିଲନାଡୁରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏମଧ୍ୟରେ ରାଜନୈତିକ ଦଳଙ୍କ ମଧ୍ୟରେ ତତ୍ପରତା ଦେଖାଦେଇଛି । କଂଗ୍ରେସ ଡିଏମକେ ସହ ମେଣ୍ଟ କରିବାକୁ ଇଚ୍ଛା ପ୍ରକାଶ କରିଥିବା ବେଳେ ବିଜେପି ମଧ୍ୟ AIADMK ସହ ପୁଣି ଶାସନ କରିବା ଲକ୍ଷ୍ୟରେ ଅଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.