ETV Bharat / bharat

ରାଜନୈତିକ ବିରୋଧ ଶତ୍ରୁତାରେ ବଦଳିବା ସୁସ୍ଥ ଗଣତନ୍ତ୍ର ପାଇଁ ଶୁଭ ସଙ୍କେତ ନୁହେଁ

ରାଜନୈତିକ ବିରୋଧୀ ଶତ୍ରୁତାରେ ପରିଣତ ହେବା ସୁସ୍ଥ ଗଣତନ୍ତ୍ର ପାଇଁ ଶୁଭ ସଙ୍କେତ ନୁହେଁ ବୋଲି କହିଛନ୍ତି ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଏନ. ଭି. ରମଣା । ଅଧିକ ପଢନ୍ତୁ

author img

By

Published : Jul 17, 2022, 3:21 PM IST

Updated : Jul 18, 2022, 11:41 AM IST

ରାଜନୈତିକ ବିରୋଧ ଶତ୍ରୁତାରେ ବଦଳିବା ଅନୁଚିତ: ପ୍ରଧାନବିଚାରପତି

ଜୟପୁର(ରାଜସ୍ଥାନ): ରାଜନୀତି ଧୀରେ ଧିରେ ଶତ୍ରୁତାରେ ପରିଣତ ହେଉଛି । କେଉଁଠି ଗଣ୍ଡଗୋଳ ତ କେଉଁଠି ରକ୍ତପାତ ହେଉଛି । ଏହା ସୁସ୍ଥ ଗଣତନ୍ତ୍ର ପାଇଁ ଶୁଭ ସଙ୍କେତ ନୁହେଁ । ରାଜନୈତିକ ବିରୋଧ ଶତ୍ରୁତାରେ ପରିଣତ ହେବା ଏକ ସୁସ୍ଥ ଗଣତନ୍ତ୍ରର ସଙ୍କେତ ନୁହେଁ ବୋଲି କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ. ଭି. ରମଣା । ରାଜସ୍ଥାନ ବିଧାନସଭାରେ ୭୫ତମ କମନୱେଲଥ ପାର୍ଲାମେଣ୍ଟାରୀ ଆସୋସିଏସ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହା କହିଛନ୍ତି ପ୍ରଧାନ ବିଚାରପତି ।

ସେ ଆହୁରି କହିଛନ୍ତି, "ପୂର୍ବରୁ ସରକାର ଓ ବିରୋଧୀଙ୍କ ମଧ୍ୟରେ ପାରସ୍ପରିକ ସମ୍ମାନ ରହୁଥିଲା । କିନ୍ତୁ ବର୍ତ୍ତମାନ ତାହା କମିବାରେ ଲାଗିଛି। ଏହା ସହିତ ବ୍ୟବସ୍ଥାପିକା ପ୍ରଦର୍ଶନ ଗୁଣବତ୍ତା ଉପରେ ମଧ୍ୟ ଆଲୋକପାତ କରିଛନ୍ତି ସିଜେଆଇ । ଦେଶର ବ୍ୟବସ୍ଥାପିକା ପ୍ରଦର୍ଶନର ମାନ କମିବା ଦୁଃଖର ବିଷୟ । ଅଧିକରୁ ଅଧିକ ଆଲୋଚନା ନ କରି, ବିଚାରବିମର୍ଶ ଏବଂ ଯାଞ୍ଚ ବିନା ଆଇନ ପ୍ରଣୟନ କରାଯାଉଥିବା କହିଛନ୍ତି ସିଜେଆଇ ଏନ୍.ଭି. ରମଣା ।

ନ୍ୟାୟ ପ୍ରଣୟନ କରିବା ଏକ ଜଟିଳ ପ୍ରକ୍ରିୟା । ତେଣୁ ବିଧାନସଭାର ସଦସ୍ୟମାନେ ଆଇନଗତ ବୃତ୍ତିଗତଙ୍କଠାରୁ ଗୁଣାତ୍ମକ ସହାୟତା ପାଇବା ଆବଶ୍ୟକ । ବର୍ତ୍ତମାନ ସ୍ଥିତିରେ ଭାରତର ଲୋକତନ୍ତ୍ର ପସନ୍ଦର କଥା ନୁହେଁ ମାତ୍ର ଏକ ଆବଶ୍ୟକତା । ଦେଶର ଲୋକତନ୍ତ୍ର ବର୍ତ୍ତମାନ ପ୍ରାରମ୍ଭିକ ଅବସ୍ଥାରେ ଅଛି । ଆଜି ଆମକୁ ମନ୍ଥନ ମାଧ୍ୟମରେ ଶିଖିବାକୁ ଅଛି ବୋଲି କହିଛନ୍ତି ମୁଖ୍ୟ ବିଚାରପତି । ନ୍ୟାୟପାଳିକାର ଏକ ପ୍ରମୁଖ ଭୂମିକା ହେଉଛି ଆଇନର ସଠିକ କାର୍ଯ୍ୟକାରୀ କରିବା । ଅଧିକାର ପ୍ରତି ସଚେତନତା ବୃଦ୍ଧି ନ୍ୟାୟପାଳିକା ଉପରେ ଜନସାଧାରଣଙ୍କ ଆଶା ବୃଦ୍ଧି ପାଇଛି ।''

ସେପଟେ ଜୟପୁରର ଅନ୍ୟ ଏକ କାର୍ଯ୍ୟକ୍ରମରେ ବାଚାରଧୀନ କଏଦୀଙ୍କ ଉପରେ ଚିନ୍ତା ପ୍ରକଟ କରିଛନ୍ତି ସିଜେଆଇ । ଦେଶରେ ୬.୧୦ ଲକ୍ଷ କଏଦୀଙ୍କ ମଧ୍ୟରୁ ପାଖାପାଖି ୮୦ ପ୍ରତିଶତ ବିଚାରଧୀନ ଅଛନ୍ତି । ଦେଶରେ କ୍ରିମିନାଲ ଜଷ୍ଟିସ ସିଷ୍ଟମର କ୍ଷମତାକୁ ସଠିକ କରିବାକୁ ହେବ । ବିନା ମକଦ୍ଦମାରେ ଅଧିକ ସଂଖ୍ୟାରେ ଲୋକଙ୍କୁ ଅଧିକ ସମୟ କଏଦ ରଖିବା ଉପରେ ଧ୍ୟାନ ଦେବା ଆବଶ୍ୟକ ।

Last Updated : Jul 18, 2022, 11:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.