ETV Bharat / bharat

shraddha walker murder: ଉତ୍ତ୍ୟକ୍ତ ଲୋକଙ୍କଠାରୁ ଅଫତାବଙ୍କୁ ବଞ୍ଚାଇଥିଲେ, ପୁରସ୍କୃତ ହେଲେ ପୋଲିସ କର୍ମୀ - ଶ୍ରଦ୍ଧା ୱାକର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ

ଶ୍ରଦ୍ଧା ୱାକର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଫ୍‌ତାବଙ୍କୁ ଲୋକଙ୍କ ଆକ୍ରୋଶରୁ ବଞ୍ଚାଇଥିବା ପୋଲିସ କର୍ମୀଙ୍କୁ ପୁରସ୍କୃତ କରାଯାଇଛି । ଦିଲ୍ଲୀ ପୋଲିସ କମିଶନର ଦୁଇଜଣ ପୋଲିସ କର୍ମୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଛନ୍ତି । ଅଧିକ ପଢ଼ନ୍ତୁ

Policemen who saved police van carrying shraddha walker murder accused Aftab from attack got reward
shraddha walker murder: ଉତ୍ତ୍ୟକ୍ତ ଲୋକଙ୍କଠାରୁ ଅଫତାବଙ୍କୁ ବଞ୍ଚାଇଥିଲେ, ପୁରସ୍କୃତ ହେଲେ ପୋଲିସ କର୍ମୀ
author img

By

Published : Nov 30, 2022, 8:36 PM IST

ନୂଆଦିଲ୍ଲୀ: ଶ୍ରଦ୍ଧା ୱାକର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଫ୍‌ତାବଙ୍କୁ ଲୋକଙ୍କ ଆକ୍ରୋଶରୁ ବଞ୍ଚାଇଥିବା ପୋଲିସ କର୍ମୀଙ୍କୁ ପୁରସ୍କୃତ କରାଯାଇଛି । ଦିଲ୍ଲୀ ପୋଲିସ କମିଶନର ଦୁଇଜଣ ପୋଲିସ କର୍ମୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଛନ୍ତି । ସେହିଭଳି ଜଣେ ହେଡ୍‌ କନେଷ୍ଟବଳ ଓ ଦୁଇ ଜଣ କନେଷ୍ଟବଳଙ୍କୁ ୫ ହଜାର ଟଙ୍କା ଲେଖାଁଏ ପୁରସ୍କାର ପ୍ରଦାନ କରାଯାଇଛି ।

ଗତ ସୋମବାର ଫରେନ୍ସିକ୍‌ ଲ୍ୟାବ୍‌ରୁ ଅଫତାବ୍‌ ବାହାରିବା ପରେ କିଛି ଉତ୍ୟକ୍ତ ଲୋକ ଖଣ୍ଡା ଧରି ଅଫତାବକୁ ଆକ୍ରମଣ କରିବାକୁ ଗୋଡ଼ାଇ ଥିଲେ । ବାହାଦୁର ପୋଲିସ କର୍ମୀ ଆକ୍ରମଣକାରୀଙ୍କୁ ଗିରଫ କରିବା ସହ ଅଫତାବଙ୍କୁ ବଞ୍ଚାଇ ନେଇ ଯାଇଥିଲେ । ମୋଟ ୫ ଜଣ ଉତ୍ତ୍ୟକ୍ତ ଲୋକ ଅଫତାବ ବସିଥିବା ଭ୍ୟାନ୍‌ ଉପରକୁ ଖଣ୍ଡାରେ ଆକ୍ରମଣ କରିଥିଲେ । ଏହି ସମୟରେ ଅଫତାବ ସହ ଥିବା ପୋଲିସ କର୍ମୀ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ସେମାନଙ୍କୁ ପୋଲିସ ଭ୍ୟାନ୍‌ଠାରୁ ଦୂରରେ ରହିବାକୁ ବୁଝାଇଥିଲେ । ଏହାପରେ କିଛି ଆକ୍ରମଣକାରୀ ଭ୍ୟାନ ଉପରେ ଖଣ୍ଡା ଚଳାଇଥିଲେ ।

ଏହାପରେ ଆକ୍ରମଣକାରୀଙ୍କୁ ଗିରଫ କରିଥିଲା ପୋଲିସ । ପୋଲିସ ଜୀବନକୁ ବାଜି ଲଗାଇ ଅଫତାବଙ୍କୁ ବଞ୍ଚାଇଥିଲେ । ଦିଲ୍ଲୀ ଆର୍ମଡ୍‌ ପୋଲିସର ଥାର୍ଡ ବାଟାଲିୟନ ଟିମ୍‌ର ସବଇନ୍ସପେକ୍ଟର ରବିନ୍ଦର, ବିକ୍ରମ, କନେଷ୍ଟବଳ ଶକ୍ତି ଓ ଶ୍ୟାମ ସୁନ୍ଦର, ହେଡ୍‌ କନେଷ୍ଟବଳ ଅଶ୍ବିନୀଙ୍କୁ ଅର୍ଥିକ ପୁରସ୍କାର ଦିଆଯାଇଛି ।

ଶ୍ରଦ୍ଧା ୱାକର ହତ୍ୟାକାଣ୍ଡରେ ଅଭିଯୁକ୍ତ ଅଫତାବର ପୋଲିଗ୍ରାଫ୍‌ ଟେଷ୍ଟ କରାଯାଇଛି । ଏହାପରେ ଖୁବଶୀଘ୍ର ତାର ନାର୍କୋ ଟେଷ୍ଟ କରାଯିବ । ଯାହାଫଳରେ ପୋଲିସକୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.