ETV Bharat / bharat

କୃଷକଙ୍କ ଦିଲ୍ଲୀ ମାର୍ଚ ରୋକିବାକୁ ହରିୟାଣା ସୀମା ସିଲ, କୁରୁକ୍ଷେତ୍ରରେ ପାଣି ମାଡ

author img

By

Published : Nov 25, 2020, 7:02 PM IST

ଚାଷୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀ-ଗୁରୁଗ୍ରାମ ସୀମାରେ ପ୍ରବଳ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେପଟେ ଚାଷୀମାନେ କୁରୁକ୍ଷେତ୍ରରେ ପହଞ୍ଚିବା ପରେ ସେମାନଙ୍କୁ ରୋକିବାକୁ ପୋଲିସ ପାଣି ମାଡ କରୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

କୃଷକଙ୍କ ଦିଲ୍ଲୀ ମାର୍ଚ ରୋକିବାକୁ ହରିୟାଣା ସୀମା ସିଲ, କରୁକ୍ଷେତ୍ରରେ ପାଣି ମାଡ

ଚଣ୍ଡିଗଡ: ହରିୟାଣାରେ ଚାଷୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀ-ଗୁରୁଗ୍ରାମ ସୀମାରେ ପ୍ରବଳ ପୋଲିସ ଫୋର୍ସ ମୁତୟନ କରାଯାଇଛି । ବ୍ୟାରିକେଡିଂ ସହ ଆରମ୍ଭ ହୋଇଛି ପାଣିମାଡ । ତେବେ ଚାଷୀମାନେ ନିଜର ଦାବି ନେଇ ଦିଲ୍ଲୀ ମୁହାଁ ହୋଇଛନ୍ତି । ହେଲେ ମହାମାରୀ କୋରୋନା ସଙ୍କଟ ମଧ୍ୟରେ ଦିଲ୍ଲୀର ଶାନ୍ତି ବ୍ୟବସ୍ଥାରେ ଅବହେଳା କରାଯିବାକୁ ଦିଆଯିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏପରି ସ୍ଥିତିରେ ସମସ୍ତ ଗାଡିମୋଟରକୁ ପୋଲିସ ଚେକିଂ ଦେଇ ଯିବାକୁ ହେବ ।

ଚାଷୀ ଆନ୍ଦୋଳନରୁ ଦୃଷ୍ଟିରେ ରଖି 26 ଓ 27 ନଭେମ୍ବର ଦୁଇଦିନ ସମସ୍ତ ହରିୟାଣାକୁ ଲାଗିଥିବା ସମସ୍ତ ସୀମା ବନ୍ଦ ପାଇଁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର । 27 ନଭେମ୍ବରରେ କୃଷି ଆଇନକୁ ନେଇ ଦିଲ୍ଲୀରେ ବଡ ଆନ୍ଦୋଳନ ହେବା ନେଇ ଜଣାପଡିଛି ।

ଗୁରୁଗ୍ରାମ ଡେପୁଟି କମିଶନର ଅମିତ ଖତ୍ରି କହିଛନ୍ତି ଯେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଖଟ୍ଟର କରୋନା ମହାମାରୀ ଉପରେ ପରାମର୍ଶଦାତା ସମ୍ବନ୍ଧରେ କଡା ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ପୋଲିସକୁ କୁହାଯାଇଛି ଯେ, ଏପରି ସମସ୍ତ ଲୋକଙ୍କୁ ଯେଉଁମାନେ କୃଷକଙ୍କ ନାଁରେ ଦିଲ୍ଲୀର ଶାନ୍ତି ବ୍ୟବସ୍ଥାକୁ ଭଙ୍ଗ କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ଉପରେ ନଜର ରଖିବାର ଆବଶ୍ୟକତା ରହିଛି । ସେପଟେ ଚାଷୀମାନେ କୁରୁକ୍ଷେତ୍ରରେ ପହଞ୍ଚିବା ପରେ ସେମାନଙ୍କୁ ରୋକିବାକୁ ପୋଲିସ ପାଣି ମାଡ କରୁଥିବା ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.