ETV Bharat / bharat

ଖୋଲିଲା ୩୪ ବର୍ଷ ତଳର ଫାଇଲ; ଜଷ୍ଟିସ ଗଞ୍ଜୁ ହତ୍ୟା ମାମଲାର ତଦନ୍ତ ଆରମ୍ଭ

author img

By

Published : Aug 8, 2023, 1:17 PM IST

Updated : Aug 8, 2023, 1:50 PM IST

୩ ଦଶନ୍ଧି ତଳର ଜଷ୍ଟିସ ଗଞ୍ଜୁ ହତ୍ୟା ମାମଲାରେ ପୁଣି ଖୋଳତାଡ଼ ଆରମ୍ଭ କରିଛି ଜମ୍ମୁ କାଶ୍ମୀର ପୋଲିସ । ତଦନ୍ତରେ ସହଯୋଗ କରିବାକୁ ଜନସାଧାରଣଙ୍କୁ ଅପିଲ୍ । ଅଧିକ ପଢନ୍ତୁ

ଜଷ୍ଟିସ ଗଞ୍ଜୂ ହତ୍ୟା ମାମଲାର ତଦନ୍ତ ଆରମ୍ଭ
ଜଷ୍ଟିସ ଗଞ୍ଜୂ ହତ୍ୟା ମାମଲାର ତଦନ୍ତ ଆରମ୍ଭ

ଶ୍ରୀନଗର: ଦୀର୍ଘ ୩୪ ବର୍ଷ ପୂର୍ବେ ଜଷ୍ଟିସ ନୀଳକଣ୍ଠ ଗଞ୍ଜୁ ହତ୍ୟା ମାମଲାର ଫାଇଲ ଖୋଲିଛି ଜମ୍ମୁ-କାଶ୍ମୀର ପୋଲିସ । ୩ ଦଶନ୍ଧି ତଳର ଏହି ହତ୍ୟାକାଣ୍ଡ ପଛରେ ଥିବା ଅପରାଧିକ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିବାକୁ ରାଜ୍ୟ ତଦନ୍ତକାରୀ ଏଜେନ୍ସି(SIA) ଖୋଳତାଡ଼ ଆରମ୍ଭ କରିଛି । ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡ ସହିତ ଜଡ଼ିତ ତଥ୍ୟ ଏବଂ ପରିସ୍ଥିତି ସହ ପରିଚିତ ଥିବା ସମସ୍ତ ଲୋକେ ସାମ୍ନାକୁ ଆସି ତଦନ୍ତରେ ସହଯୋଗ କରିବାକୁ SIA ଅପିଲ କରିଛି । ଜଷ୍ଟିସ ଗଞ୍ଜୁ ଜମ୍ମୁ କାଶ୍ମୀର ଲିବେରେସନ ଫ୍ରଣ୍ଟର(JKLF) ପ୍ରତିଷ୍ଠାତା ମହମ୍ମଦ ମକବୁଲ ଭଟ୍ଟକୁ ମୃତ୍ୟୁଦଣ୍ଡ ଶୁଣାଇଥିଲେ । ଏହାପରେ ୧୯୮୯ ମସିହାରେ କାଶ୍ମୀର ପଣ୍ଡିତ ଜଷ୍ଟିସଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ ।

ଦୀର୍ଘ ବର୍ଷ ପରେ ଜମ୍ମୁ କାଶ୍ମୀର ପୋଲିସ ପୁଣିଥରେ ଜଷ୍ଟିସ ହତ୍ୟା ମାମଲାରେ ତଦନ୍ତ ଆରମ୍ଭ କରିଛି । କେହି ବି ଯଦି ଏହି ହତ୍ୟା ଘଟଣା ସମ୍ପର୍କରେ କିଛି ଜାଣିଥାନ୍ତି ତାହା ପୋଲିସକୁ ଜଣାଇବାକୁ ଅନୁରୋଧ କରାଯାଇଛି । ଏହାସହିତ ସୂଚନା ଦେଉଥିବା ବ୍ୟକ୍ତିଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନୀୟ ଓ ସୁରକ୍ଷିତ ରଖାଯିବ ବୋଲି ଏସଆଇଏ ଆଶ୍ବସନା ଦେଇଛି ।

କ'ଣ ଥିଲା ସମ୍ପୂର୍ଣ୍ଣ ଘଟଣା:

ଜଷ୍ଟିସ ନୀଳକଣ୍ଠ ଗଞ୍ଜୁ ଶ୍ରୀନଗର ସେସନ କୋର୍ଟ ବିଚାରପତି ଥିଲେ । ୧୯୬୮ ମସିହାରେ ଜମ୍ମୁ-କାଶ୍ମୀର ପୋଲିସ ଇନ୍ସପେକ୍ଟର ଅମର ଚାନ୍ଦ ହତ୍ୟା ମାମଲାର ଶୁଣାଣ କରି ଜଷ୍ଟିସ ଗଞ୍ଜୁ ଜମ୍ମୁ କାଶ୍ମୀର ଲିବେରେସନ ଫ୍ରଣ୍ଟ(JKLF)ର ମୁଖ୍ୟ ମକବୁଲ ଭଟ କୁ ମୃତ୍ୟୁଦଣ୍ଡ ଶୁଣାଇଥିଲେ । ୧୯୮୨ରେ ସୁପ୍ରିମକୋର୍ଟ ତାଙ୍କର ରାୟକୁ କାଏମ ରଖିଥିଲେ । ଯାହାର ଫଳସୂରୁପ ୧୯୮୪ ମସିହା ଫେବୃୟାରୀ ୯ରେ ମକବୁଲ ଭଟ୍ଟ ଦିଲ୍ଲୀର ତିହାର ଜେଲରେ ଫାଶୀରେ ଝୁଲିଥିଲା ।

ଏହାର ୬ ବର୍ଷ ପରେ ୧୯୮୯ ମସିହାରେ ହରି ସିଂ ହାଇଷ୍ଟ୍ରିଟ୍‌ରେ ଦିନ ଦ୍ବିପ୍ରହରରେ ଜଷ୍ଟିସ ଗଞ୍ଜୁଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କୀ । ଜଷ୍ଟିସଙ୍କ ହତ୍ୟା କାଶ୍ମୀରରେ କାଶ୍ମୀର ପଣ୍ଡିତଙ୍କ ଦ୍ବିତୀୟ ହାଇପ୍ରୋଫାଇଲ ହତ୍ୟାକାଣ୍ଡ ଥିଲା । ଏହି ଘଟଣା ସମଗ୍ର କାଶ୍ମୀର ପଣ୍ଡିତ ସମ୍ପ୍ରଦାୟ ମଧ୍ୟରେ ଆତଙ୍କ ଖେଳାଇ ଦେଇଥିଲା । ଏହାପରେ ହତ୍ୟା, ଗୁଳିମାଡ଼, ହିଂସା ବୃଦ୍ଧି ପାଇବାରୁ କାଶ୍ମୀର ପଣ୍ଡିତମାନେ ଘାଟି ଛାଡ଼ି ପଳାୟନ କରିଥିଲେ ।

ଚଳିତ ବର୍ଷ ଆରମ୍ଭରେ SIA ମୌଲବୀ ମହମ୍ମଦ ଫାରୁକ ହତ୍ୟାକାଣ୍ଡ ମାମଲାରେ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଥିଲା । ଫାରୁକ, ହୁରିୟାତ କନଫରେନ୍ସ ଚେୟାରମ୍ୟାନ ମିରୱାଜ ଉମର ଫାରୁକଙ୍କ ପିତା ଥିଲେ । ୧୯୯୦ ମେ' ୨୧ରେ ଶ୍ରୀନଗର ସ୍ଥିତ ବାସଭବନରେ ଆତଙ୍କୀମାନେ ତାଙ୍କୁ ଗୁଳି ହତ୍ୟା କରିଥିଲେ ।

Last Updated : Aug 8, 2023, 1:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.