ETV Bharat / bharat

ଘାଟିରେ ସକ୍ରିୟ 9 ମୋଷ୍ଟୱାଣ୍ଟେଡ ଆତଙ୍କବାଦୀଙ୍କ ତାଲିକା ଜାରି କଲା ପୋଲିସ

author img

By

Published : Mar 13, 2021, 10:22 PM IST

ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରୁଥିବା 9 ଜଣ ଆତଙ୍କବାଦୀଙ୍କ ତାଲିକା ଜାରି କଲା ଜମ୍ମୁ କାଶ୍ମୀର ପୋଲିସ । ସେମାନଙ୍କ ମଧ୍ୟରେ ଦୁଇଜଣ ଟପ କମାଣ୍ଡର ରହିଥିବା ଜଣାପଡିଛି । ଅଧିକ ପଢନ୍ତୁ...

Police releases list of 9 wanted militants active in Sringar following spike in attacks
ଘାଟିରେ ସକ୍ରିୟ 9 ମୋଷ୍ଟୱାଣ୍ଟେଡ ଆତଙ୍କବାଦୀଙ୍କ ତାଲିକା ଜାରୀ କଲା ପୋଲିସ

ଶ୍ରୀନଗର: ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରୁଥିବା 9 ଜଣ ଆତଙ୍କବାଦୀଙ୍କ ତାଲିକା ଜାରି କଲା ଜମ୍ମୁ କାଶ୍ମୀର ପୋଲିସ । ସେମାନଙ୍କ ମଧ୍ୟରେ ଦୁଇଜଣ କମାଣ୍ଡର ରହିଥିବା ଜଣାପଡିଛି । ସୂଚନା ପାଇଁ ପୋଲିସ ଘୋଷଣା କଲା ପୁରସ୍କାର ।

ଜମ୍ମୁ କାଶ୍ମୀର ପୋଲିସ ଜାରି କରିଥିବା ମୋଷ୍ଟୱାଣ୍ଟେଡ ଆତଙ୍କବାଦୀଙ୍କ ମଧ୍ୟରୁ ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାର ଆବ୍ବାସ ଶେଖ ଓ ବଡଗାମର ମହମ୍ମଦ ୟୁସୁଫ କନତ୍ରୃ ରହିଛି । ସେମାନେ ଦୀର୍ଘଦିନ ହେଲା ଆତଙ୍କବାଦୀ କାର୍ଯ୍ୟକଳାପରେ ସକ୍ରିୟ ରହିଛନ୍ତି । ସେହିପରି ଅନ୍ୟ 7 ଜଣ ଶ୍ରୀନଗରରେ ସକ୍ରିୟ ରହିଛନ୍ତି । ସେମାନେ ହେଲେ ୱାସିମ କାଦରୀ, ସାହିଦ ଖୁର୍ସୀଦ, ଇରଫାନ ମହମ୍ମଦ ସୋଫି, ବିଲାଲ ଅହମ୍ମଦ ଭଟ୍ଟ, ସାକିବ ମନଜୁର ଡାର, ଆବରାର ନଦିମ । ସେମାନେ ବିଭିନ୍ନ ସମୟରେ ଘାଟିରେ ସୁରକ୍ଷା ବାହିନୀ ଉପରେ ଗ୍ରେନେଡ ମାଡ କରି ଫେରାର ହୋଇଯାଆନ୍ତି । ସୂଚନାଥାଉକି ନିକଟରେ କାଶ୍ମୀରର ବର୍ଜୁଲାରେ ଦୁଇ ଜଣ ସୁନା ବ୍ୟବସାୟୀଙ୍କୁ ଦୁଇ ଆତଙ୍କବାଦୀ ଆକ୍ରମଣ କରିଥିଲେ । ସେମାନେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ ।

କାଶ୍ମୀର ଜୋନର ଆଇଜି ବିଜୟ କୁମାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆତଙ୍କବାଦୀ ଆବ୍ବାସ ଶେଖକୁ ଶ୍ରୀନଗରରେ ବୁଲୁଥିବାର ଦେଖିବାକୁ ମିଳିଛି । ତାକୁ ଧରିବା ପାଇଁ ସୁରକ୍ଷାକର୍ମୀ ସ୍ବତନ୍ତ୍ର ଅପରେସନ ଆରମ୍ଭ କରିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.