ETV Bharat / bharat

ଦୁଷ୍କର୍ମ ପୀଡିତାଙ୍କୁ ମଧ୍ୟ ଛାଡିଲାନି ପୋଲିସ ! ଅଶ୍ଳୀଳ ବାର୍ତ୍ତାଳାପ ଅଡିଓ ଭାଇରାଲ ପରେ ଇନିସପେକ୍ଟର ନିଲମ୍ବିତ - ଉତ୍ତର ପ୍ରଦେଶ ପୋଲିସ

ଦୁଷ୍କର୍ମ ପୀଡିତାଙ୍କୁ ଫୋନରେ ଅଶ୍ଳୀଳ ବାର୍ତ୍ତାଳାପ କଲେ ତଦନ୍ତକାରୀ ପୋଲିସ ଅଧିକାରୀ । ଅଡିଓ କ୍ଲିପ ଭାଇରାଲ ହେବା ପରେ ନିଲମ୍ବିତ କରି ତଦନ୍ତ ନିର୍ଦ୍ଦେଶ ଦେଲେ ଏସପି । ଅଧିକ ପଢନ୍ତୁ

ଦୁଷ୍କର୍ମ ପୀଡିତାଙ୍କୁ ମଧ୍ୟ ଛାଡିଲାନି ପୋଲିସ ! ଅଶ୍ଲୀଳ ବାର୍ତ୍ତାଳାପ କରି ଇନସପେକ୍ଟର ନିଲମ୍ବିତ

author img

By ETV Bharat Odisha Team

Published : Sep 28, 2023, 8:10 PM IST

ଲକ୍ଷ୍ନୌ: ସମାଜର ସୁରକ୍ଷା ପାଇଁ ଜାଗ୍ରତ ପ୍ରହରୀ ଖାକିରେ ଲାଗିଲା ଦାଗ । ତଦନ୍ତ କିମ୍ବା ଅଭିଯୋଗ ବେଳେ ପୋଲିସର ଦୁର୍ବ୍ୟବହାର ଅଭିଯୋଗ ବିଭିନ୍ନ ସମୟରେ ଖବର ମୁଖ୍ୟାଂଶରେ ରହିଛି । ହେଲେ ଦୁଷ୍କର୍ମ ପୀଡିତା ମଧ୍ୟ ପୋଲିସ ଦ୍ବାରା ଅଶ୍ଳୀଳ ବ୍ୟବହାରର ଶିକାର ହୋଇଛନ୍ତି । ଉତ୍ତର ପ୍ରଦେଶ ସମ୍ଭଲ ଜିଲ୍ଲାରେ ଏପରି ଏକ ଅଭିଯୋଗ ଆସିଛି । ପୀଡିତାଙ୍କ ମାମଲାର ତଦନ୍ତ କରୁଥିବା ଜଣେ ଇନସପେକ୍ଟର ଜେରା କରିବା ଆଳରେ ପୀଡିତାଙ୍କ ସହ ଅଶ୍ଳୀଳ ବାର୍ତ୍ତାଳାପ କରିଥିବା ଅଭିଯୋଗ ହୋଇଛି । ଅଧିକାରୀ ଓ ପୀଡିତାଙ୍କ ମଧ୍ୟରେ ଟେଲିଫୋନିକ୍‌ ବାର୍ତ୍ତାଳାପର ଦୁଇଟି କ୍ଲିପ ଭାଇରାଲ ହେବା ପରେ ସମ୍ପୃକ୍ତ ଅଧିକାରୀଙ୍କୁ ସେବାରୁ ନିଲମ୍ବିତ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।

ସୂଚନା ଅନୁସାରେ, ସମ୍ଭଲ ଜିଲ୍ଲାର ଏହି ପୀଡିତା ଜଣକ ଜୁନ ମାସରେ ଦୁଷ୍କର୍ମର ଶିକାର ହୋଇଥିଲେ । ସେ ଏନେଇ ସ୍ଥାନୀୟ ଗୁନ୍ନୋର କୋତଓ୍ବାଲୀ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲାର ତଦନ୍ତକାରୀ ଅଧିକାରୀ ଅଶୋକ କୁମାର କର ତଦନ୍ତ ଆଳରେ ଏକାଧିକ ଥର ପୀଡିତାଙ୍କୁ ଜେରା କରିଥିଲେ । ହେଲେ ନିକଟରେ ଫୋନ ଯୋଗେ ପୀଡିତାଙ୍କୁ ଯୋଗାଯୋଗ କରିଥିଲେ ତଦନ୍ତକାରୀ ଅଧିକାରୀ । ପୀଡିତାଙ୍କୁ ଅଶ୍ଳୀଳ ଇଙ୍ଗୀତ ସହ ହ୍ବାଟ୍ସଆପରେ କଲ କରିବା ପାଇଁ ଚାପ ପକାଇଥିଲେ । ଅଧିକାରୀଜଣକ ଭିନ୍ନ ଉଦ୍ଦେଶ୍ୟ ରଖି ସରକାରୀ କ୍ଷମତାକୁ ଅପବ୍ୟବହାର କରିଥିବା ପୀଡିତା ଓ ତାଙ୍କ ପରିବାର ଅଭିଯୋଗ କରିବା ସହ ଉଭୟଙ୍କ ବାର୍ତ୍ତାଳାପ ଅଡିଓ କ୍ଲିପ ମଧ୍ୟ ଭାଇରାଲ ହୋଇଛି ।

ଏହା ମଧ୍ୟ ପଢନ୍ତୁ :-ICC World Cup 2023: ଖଲିସ୍ତାନୀ ଧମକ, ରାଜଧାନୀରେ ବଢିଲା ସୁରକ୍ଷା

ଭାଇରାଲ ଅଡିଓରେ ପୋଲିସ ଅଧିକାରୀ ପୀଡିତାଙ୍କ ପ୍ରତି ଏକାଧିକ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଛନ୍ତି । ହ୍ବାଟ୍ସଆପରେ ଭିଡିଓ କଲ କରିବା ପାଇଁ ମଧ୍ୟ ବାଧ୍ୟ କହୁଛନ୍ତି । ହେଲେ ପୀଡିତା ଜଣକ ଏପରି ନକରିବା ପାଇଁ ଅଧିକାରୀଙ୍କୁ କହିଥିଲେ । ମାତ୍ର ଅଧିକାରୀ ବାରମ୍ବାର ତାଙ୍କୁ ଭିଡିଓ କଲ କରିବା ପାଇଁ ବାଧ୍ୟ କରୁଥିବା ଶୁଣିବାକୁ ମିଳିଛି । ଅଡିଓ କ୍ଲିପ ଭାଇରାଲ ହେବା ପରେ ଏସପି ସମ୍ପୃକ୍ତ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା ସହ ଏକ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଏସପି କହିଛନ୍ତି । ଏହି ଭାଇରାଲ ଅଡିଓ କ୍ଲିପର ସତ୍ୟତା ନେଇ ପୋଲିସ କିଛି ସ୍ପଷ୍ଟ କରିନି । ଇଟିଭି ଭାରତ ମଧ୍ୟ ଏହି କ୍ଲିପର ସତ୍ୟତା ସମ୍ପର୍କରେ ନିଶ୍ଚିତ କରୁନାହିଁ ବରଂ କେବଳ ଅଭିଯୋଗ ଓ ଭାଇରାଲ ଅଡିଓ ଆଧାରରେ ଏହି ଖବର ପ୍ରସାରିତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.