ETV Bharat / bharat

ସିଂଘୁ ସୀମାରୁ ଶାହୀନବାଗ ଦାଦିଙ୍କୁ ଉଠାଇନେଲା ଦିଲ୍ଲୀ ପୋଲିସ - ଶାହୀନବାଗ ଦାଦି

ଶାହୀନବାଗ ଦାଦି ବିଲ୍‌କିସ ବାନୋ ଏବେ ଚାଷୀ ଆନ୍ଦୋଳନରେ ହୋଇଛନ୍ତି ସାମିଲ । ସିଂଘୁ ସୀମାରୁ ଶାହୀନବାଗର ଏହି ଦାଦିଙ୍କୁ ଉଠାଇନେଇଛି ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ...

ସିଂଘୁ ସୀମାରୁ ଶାହୀନବାଗ ଦାଦିଙ୍କୁ ଉଠାଇନେଲା ଦିଲ୍ଲୀ ପୋଲିସ

author img

By

Published : Dec 1, 2020, 4:58 PM IST

ନୂଆଦିଲ୍ଲୀ: ସିଏଏ ଓ ଏନଆରସି ଆନ୍ଦୋଳନ ସମୟରେ ସବୁଠୁ ଚର୍ଚିତ ଚେହେରା ଶାହୀନବାଗ ଦାଦି ବିଲ୍‌କିସ ବାନୋ ଏବେ ଚାଷୀ ଆନ୍ଦୋଳନରେ ହୋଇଛନ୍ତି ସାମିଲ । ହେଲେ ସିଏଏ ପ୍ରଦର୍ଶନ ଭଳି ଏହି ଆନ୍ଦୋଳନ ଯେପରି ଆଗକୁ ହିଂସାର ରୂପ ନନେଉ, ଏଥିପାଇଁ ସିଂଘୁ ସୀମାରୁ ଶାହୀନବାଗର ଏହି ଦାଦିଙ୍କୁ ଉଠାଇନେଇଛି ଦିଲ୍ଲୀ ପୋଲିସ ।

ମଙ୍ଗଳବାର ଚାଷୀ ଆନ୍ଦୋଳନରେ ସାମିଲ ହେବାକୁ ସିଂଘୁ ସୀମାରେ ପହଞ୍ଚିଥିଲେ ଶାହୀନବାଗ ଦାଦି ବିଲ୍‌କିସ ବାନୋ । ହେଲେ ଏଠାରେ ତାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିନେଇଥିବା ଜଣାପଡିଛି । ସୋମବାର ରାତିରେ ଦାଦିଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଥିଲା । ଭିଡିଓରେ ଦାଦି ଚାଷୀଙ୍କ ପ୍ରଦର୍ଶନସ୍ଥଳୀରେ ନଜର ଆସିଥିଲେ । ହେଲେ ପରେ ଏହି ଭିଡିଓ ନକଲି ଥିବା ଜଣାପଡିଛି ।

ନାଗରିକତ୍ବ ସଂଶୋଧନ ଆଇନ ବିରୋଧରେ ପ୍ରଦର୍ଶନ ସମୟରେ ବିଲ୍‌କିସ ଦାଦିଙ୍କୁ ଦେଖିବାକୁ ମିଳିଥିଲା। ସେ ସକାଳରୁ ରାତି ପର୍ଯ୍ୟନ୍ତ ଏଠାରେ ଧାରଣାରେ ବସିଥିଲେ । ଶେଷ ସମୟ ପର୍ଯ୍ୟନ୍ତ ଏହି ବିରୋଧ ଜାରି ରଖିବାକୁ ଚେତାବନୀ ଦେଇଥିଲେ ଦାଦି ।

ବିଲକିସ ବାନୋ ଯିଏକି ବିଲକିସ ଦାଦି ଭାବରେ ଜଣାଶୁଣା । ଉତ୍ତରପ୍ରଦେଶର ବୁଲନ୍ଦସହରର ଏହି ଦାଦି ବର୍ତ୍ତମାନ ନିଜ ପିଲାମାନଙ୍କ ସହିତ ଦିଲ୍ଲୀରେ ରହୁଛନ୍ତି | ତାଙ୍କ ସ୍ବାମୀ ଚାଷବାସ କରୁଥିବା ବେଳେ ଏବେ ସେ ଏହି ଦୁନିଆରେ ନାହାନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.