ETV Bharat / bharat

Delhi Kanjhawala case: 300 ସିସିଟିଭି ଫୁଟେଜର ଯାଞ୍ଚ କରୁଛି ପୋଲିସ

author img

By

Published : Jan 10, 2023, 9:36 AM IST

ଦିଲ୍ଲୀ ସୁଲତାନପୁରୀ କାଞ୍ଝୱାଲା କାର ଟ୍ରାଜେଡି ମାମଲାରେ 300 ସିସିଟିଭି ଫୁଟେଜର ଯାଞ୍ଚ କରୁଛି ପୋଲିସ । ଅଧିକ ପଢ଼ନ୍ତୁ

Kanjhawala death case
କାଞ୍ଝୱାଲା ହିଟ୍ ଆଣ୍ଡ୍‌ ରନ୍ ମାମଲା

ନୂଆଦିଲ୍ଲୀ: ସୁଲତାନପୁରୀ କାଞ୍ଝୱାଲା ହିଟ୍ ଆଣ୍ଡ୍‌ ରନ୍ ମାମଲାରେ ଏହି ଅଞ୍ଚଳର 300ଟି ସିସିଟିଭି ଫୁଟେଜ ସ୍କାନ କରିଛି ଦିଲ୍ଲୀ ପୋଲିସ । ଅଭିଯୁକ୍ତଙ୍କ କାରରୁ ସଂଗ୍ରହ କରାଯାଇଥିବା ରକ୍ତ ନମୁନାକୁ ମୃତ ଯୁବତୀଙ୍କ ପରିବାର ଲୋକଙ୍କ ସହିତ ମେଳ କରିଯିବ । କାରଟି ସ୍କୁଟିକୁ ଧକ୍କା ଦେଇଥିବା ସମୟର ସିସିଟିଭି ଫୁଟେଜ ଖୋଜୁଛି ପୋଲିସ । ଏନେଇ 300ରୁ ଊର୍ଦ୍ଧ୍ବ ସିସିଟିଭି ଫୁଟେଜ ସ୍କାନ କରାଯାଉଛି । ଯାହା ଘଟଣାର ତଦନ୍ତ କରିବାରେ ସହାୟକ ହେବ ବୋଲି ପୋଲିସ ସୂଚନା ଦେଇଛି ।

ଦିଲ୍ଲୀ ପୋଲିସ ପକ୍ଷରୁ ପ୍ରକାଶ ଯେ, ଫୋରେନସିକ୍‌ ଟିମ ଦୁର୍ଘଟଣା ଘଟାଇଥିବା କାରରୁ ରକ୍ତ ନମୁନା ସଂଗ୍ରହ କରିଛନ୍ତି । ଏହି ନମୁନା ଅଞ୍ଜଳିଙ୍କ ପରିବାର ସହ ମେଳ କରାଯିବ । ଅନ୍ୟପଟେ ଏହି ମାମଲାରେ ଗିରଫ ଅଭିଯୁକ୍ତ ସ୍ବୀକାର କରିଛନ୍ତି ଯେ, ତାଙ୍କ କାର ତଳେ ଜଣେ ମହିଳା ଲାଖି ରହିଥିବା ଜାଣି ମଧ୍ୟ ସେ ଗାଡ଼ି ଅଟକାଇନଥିଲେ । କାରଣ ଗାଡ଼ି ଅଟକାଇଲେ ହତ୍ୟା ମାମଲାରେ ପୋଲିସ ତାଙ୍କୁ ଗିରଫ କରିବ ବୋଲି ଡରିଯାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: Kanjhawala case: 14 ଦିନିଆ ନ୍ୟାୟିକ ହାଜତକୁ ଗଲେ 6 ଅଭିଯୁକ୍ତ

ସୂତ୍ରରୁ ପ୍ରକାଶ ଯେ, ଦିଲ୍ଲୀ ପୋଲିସର ପଚରାଉଚରା ବେଳେ ଗିରଫ ଅଭିଯୁକ୍ତମାନେ ଦ୍ବନ୍ଦ୍ୱରେ ପଡ଼ିଯାଇଥିଲେ । ବୟାନ ଦେବା ସମୟରେ ପରସ୍ପର ସହ ତାଳମେଳ ଖାଉନଥିଲା । ଯାହାକୁ ନେଇ ବିଭିନ୍ନ ଦିଗରୁ ତଦନ୍ତ ଜାରି ରହିଛି । ସମସ୍ତ ଗିରଫ 6 ଜଣ ଅଭିଯୁକ୍ତଙ୍କୁ ଗତ ସୋମବାର ରୋହିଣୀ କୋର୍ଟରେ ହାଜର କରାଯାଇଥିଲା । ଭିଡିଓ କନଫରେନ୍ସିଂ ମାଧ୍ୟମରେ ସଭିଙ୍କୁ ହାଜର କରାଯାଇଥିଲା । ଏହାପରେ ସେମାନଙ୍କୁ 14 ଦିନ ପାଇଁ ନ୍ୟାୟିକ ହାଜତକୁ ପଠାଯାଇଛି । ମୋଟ 7 ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ବିନା ଅନୁମତିରେ ଷ୍ଟେସନ ଛାଡ଼ି ପାରିବେନି ପୋଲିସ କର୍ମୀ, ଲାଇଭ୍ ଲୋକେସମନ ସେୟାର କରିବେ

ଏହି ମାମଲାରେ ପ୍ରଥମେ ଦୁର୍ଘଟଣା ଦିନ କାରରେ ଥିବା ଦୀପକ ଖନ୍ନା, ଅମିତ ଖନ୍ନା, କୃଷ୍ଣ, ମିଥୁନ ଓ ମନୋଜ ମିତ୍ତଲଙ୍କୁ ପୋଲିସ ଗିରଫ କରିଥିଲା । ପରେ ଘଟଣାରେ ପ୍ରମାଣ ନଷ୍ଟ କରିବାରେ ଅଭିଯୁକ୍ତଙ୍କୁ ସହଯୋଗ କରିଥିବା ଆଉ ଦୁଇ ସହଯୋଗୀଙ୍କୁ ଗିରଫ କରିଥିଲା ପୋଲିସ । ଶନିବାର ଅଙ୍କୁଶ ଖନ୍ନାକୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ସମସ୍ତ ଅଭିଯୁକ୍ତ ଖସାଇବାରେ ଅଙ୍କୁଶ ସାହାଯ୍ୟ କରିଥିବା ଅଭିଯୋଗ ହୋଇଥିଲା ।

ସୂଚନା ଥାଉକି, ନୂଆବର୍ଷ ପୂର୍ବ ରାତିରେ ଦିଲ୍ଲୀରେ ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଥିଲା । ଅଞ୍ଜଳି ନାମକ ଜଣେ ଯୁବତୀ ସ୍କୁଟିରେ ଯାଉଥିବା ସମୟରେ ଏକ ବାଲେନୋ କାର ଧକ୍କା ଦେବା ପରେ ପ୍ରାୟ 12 କିମି ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଯୁବତୀଙ୍କ ମୃତ୍ୟୁ ହୋଇଥିଲା । ଏକାଧିକ ଅଙ୍ଗରେ ଗଭୀର ଆଘାତ ଲାଗିବା ଓ ପ୍ରଚୁର ରକ୍ତସ୍ରାବ ହେବା ଯୋଗୁଁ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇଛି । ଏହି ଘଟଣାର ତଦନ୍ତ ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.