ETV Bharat / bharat

Udaipur Gory Murder: ୮ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା, ଅଭିଯୁକ୍ତର ପିତାମାତା ଗିରଫ - ଉଦୟପୁରରେ କୁନି ଝିଅକୁ ଦୁଷ୍କର୍ମ

ରାଜସ୍ଥାନରେ ୮ବର୍ଷର ଶିଶୁକୁ ଦୁଷ୍କର୍ମ, ହତ୍ୟା କରି ମୃତଦେହକୁ ୧୦ଖଣ୍ଡ କରିବା ଘଟଣା । ଅଭିଯୁକ୍ତର ପିତାମାତାକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

Udaipur 8 year old girl rape and murder case

author img

By

Published : Apr 4, 2023, 9:28 PM IST

ଜୟପୁର: ରାଜସ୍ଥାନ ଉଦୟପୁରରେ କୁନି ଝିଅକୁ ଦୁଷ୍କର୍ମ ହତ୍ୟା ଘଟଣା । ଏହି ମାମଲାରେ ଲଗାତାର ଭାବେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି । ପୋଲିସ ଅଭିଯୁକ୍ତର ପିତାମାତାଙ୍କୁ ଗିରଫ କରିଥିବା ବେଳେ ଏଯାବତ ପୀଡ଼ିତାର ବ୍ୟବଚ୍ଛେଦ ରିପୋର୍ଟ ଆସିନାହିଁ । ଗତ ଶନିବାର ଶିଶୁକୁ ଦୁଷ୍କର୍ମ କରି ହତ୍ୟା କରିବା ପରେ ମୃତଦେହକୁ ୧୦ ଖଣ୍ଡ କରିଥିଲା ଅଭିଯୁକ୍ତ ।

ଉଦୟପୁର ଏସପି ବିକାଶ ଶର୍ମାଙ୍କ ସୂଚନା ଅନୁସାରେ ପୀଡ଼ିତାର ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି । ରିପୋର୍ଟ ଆସିବା ପରେ ପୋଲିସ ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢାଇବ । ଅଭିଯୁକ୍ତର ପିତାମାତାକୁ ଗିରଫ କରାଯାଇଥିବା ବେଳେ ଆଜି ଅପରାହ୍ନରେ କୋର୍ଟରେ ହାଜର କରାଯାଇଛି । ଅଭିଯୁକ୍ତକୁ ପୀଡ଼ିତା ଚିହ୍ନିଥିବା ବେଳେ ଭାଇ ବୋଲି ସମ୍ବୋଧନ କରୁଥିଲା । ଅଭିଯୋଗ ଅନୁସାରେ ଅଭିଯୁକ୍ତ ଜଣକ ପ୍ରଥମେ ନାବାଳିକାକୁ ହତ୍ୟା କରିବା ପରେ ମୃତଦେହ ସହିତ ଦୁଷ୍କର୍ମ କରିଥିଲା । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏ ନେଇ ସ୍ପଷ୍ଟ ସୂଚନା ମିଳିବ ବୋଲି କହିଛି ପୋଲିସ ।

ଏହା ବି ପଢନ୍ତୁ-Cyber Crime: ସାଇବର ଠକଙ୍କ କବଜାରେ ୧ଲକ୍ଷରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ

ଏନେଇ ଖବର ପାଇବା ପରେ ଯେତେବେଳେ ପୋଲିସ ଅଭିଯୁକ୍ତର ଘରେ ପହଞ୍ଚିଥିଲା, ସେତେବେଳେ ସେ ମୋବାଇଲରେ ଭିଡିଓ ଗେମ ଖେଳୁଥିଲା ବୋଲି କହିଛି ପୋଲିସ । ଏହାପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପରେ ମଙ୍ଗଳବାର ତାର ପିତାମାତାଙ୍କୁ ମଧ୍ୟ ଗିରଫ କରିଛି । ସୂଚନା ଥାଉ କି ଗତ ଶନିବାର ଉଦୟପୁର ଅଞ୍ଚଳରେ ଅଭିଯୁକ୍ତ ଜଣକ ପଡ଼ୋଶୀ ଘରର ନାବାଳିକାକୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏହି ସମୟରେ ଅଭିଯୁକ୍ତର ପିତାମାତା ଘରେ ନଥିଲେ । ହେଲେ ହତ୍ୟାକାଣ୍ଡ ପରେ ଘରେ ପହଞ୍ଚିଥିଲେ ଏବଂ ଶିଶୁର ମୃତଦେହ ଦେଖିବାକୁ ପାଇଥିଲେ ।

ପୁଅକୁ ବଞ୍ଚାଇବା ଲାଗି ପିତାମାତା ମୃତଦେହକୁ ୧୦ ଖଣ୍ଡ କରିବା ପରେ ପାଖ ଏକ ଅଳିଆ ଆବର୍ଜନାପୂର୍ଣ୍ଣ ସ୍ଥାନରେ ଫିଙ୍ଗିଦେଇଥିଲେ । ପୋଲିସର କହିବାନୁସାରେ ପୀଡ଼ିତାକୁ ଲୋଭ ଦେଖାଇ ଘରକୁ ଡାକିଥିଲା ଅଭିଯୁକ୍ତ । ଏହାପରେ ତାକୁ ହତ୍ୟା କରି ମୃତଦେହ ସହିତ ଦୁଷ୍କର୍ମ କରିଥିଲା । ପ୍ରାୟ ୪ ଦିନ ପର୍ଯ୍ୟନ୍ତ ପୀଡ଼ିତାର ମୃତଦେହ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ପଡ଼ି ରହିଥିଲା । ଏହି ଜଘନ୍ୟ ହତ୍ୟାକାଣ୍ଡର ଖୁଲାସା କରିବାରେ ସହାୟକ ହୋଇଛି ପୋଲିସର ସନ୍ଧାନୀ କୁକୁର ପ୍ରିନ୍ସ । ପ୍ରଥମେ ମୃତଦେହ ନିକଟରେ ପ୍ରିନ୍ସ ପହଞ୍ଚିବା ପରେ ଏହାପରେ ଅଭିଯୁକ୍ତର ଘର ଆଡ଼କୁ ଦୌଡ଼ିଥିଲା । ଅଭିଯୁକ୍ତର ଘରେ ରକ୍ତ ଚିହ୍ନ ଥିବା ପୋଲିସ ଦେଖିବାକୁ ପାଇବା ପରେ ପଚରାଉଚରା କରିଥିଲା । ଏହାପରେ ଘଟଣା ସାମ୍ନାକୁ ଆସିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.