ETV Bharat / bharat

ଜମ୍ମୁ କାଶ୍ମୀରରୁ ୩ ଲସ୍କର ଆତଙ୍କୀ ସହଯୋଗୀ ଗିରଫ

ବୁଡଗାମ ଜିଲ୍ଲାରୁ ୩ ଲସ୍କର ଆତଙ୍କବାଦୀ ସହଯୋଗୀ ଗିରଫ । ଗୋଟିଏ ହ୍ୟାଣ୍ଡ ଗ୍ରେନେଡ ସହ ଅଫୁଟା ଗୁଳି ଜବତ । ଅଧିକ ପଢନ୍ତୁ

ଜମ୍ମୁ କାଶ୍ମୀରରୁ ୩ ଲସ୍କର ଆତଙ୍କୀ ସହଯୋଗୀ ଗିରଫ
ଜମ୍ମୁ କାଶ୍ମୀରରୁ ୩ ଲସ୍କର ଆତଙ୍କୀ ସହଯୋଗୀ ଗିରଫ
author img

By

Published : Aug 10, 2023, 1:26 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରର ବୁଡଗାମ ଜିଲ୍ଲାରୁ ୩ ଜଣ ଲସ୍କର ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରାଯାଇଛି । ଜମ୍ମୁ କାଶ୍ମୀର ପୋଲିସ ସୁରକ୍ଷାବଳର ସହାୟତାରେ ସେମାନଙ୍କୁ ଗିରଫ କରିଛି । ଏହି ଆତଙ୍କୀ ସହଯୋଗୀମାନେ ପ୍ରତିବନ୍ଧିତ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା ସହ ଜଡିତ ଥିଲେ । ସେମାନଙ୍କ ନିକଟରୁ ଅନେକ ଗୁଡିଏ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି । ଏମାନେ ସ୍ଥାନୀୟ ଅଞ୍ଚଳରେ ଆତଙ୍କୀ କାର୍ଯ୍ୟକଳାପ ଘଟାଇବାକୁ ଯୋଜନା କରୁଥିବା ବେଳେ ପୋଲିସ ସବୁ ଚକ୍ରାନ୍ତ ପଣ୍ଡ କରିଦେଇଛି । ଏନେଇ ଆଜି(ଗୁରୁବାର) କାଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଜମ୍ମୁ କାଶ୍ମୀରରୁ ୩ ଲସ୍କର ଆତଙ୍କୀ ସହଯୋଗୀ ଗିରଫ
ଜମ୍ମୁ କାଶ୍ମୀରରୁ ୩ ଲସ୍କର ଆତଙ୍କୀ ସହଯୋଗୀ ଗିରଫ

କାଶ୍ମୀର ପୋଲିସ ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି, ବୁଡଗାମ ଜିଲ୍ଲାର ଖାନସାହାବ ଅଞ୍ଚଳରେ ପୋଲିସ ଓ ସେନାର ୬୨ ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟର ମିଳିତ ଅପରେସନରେ ୩ ଜଣ ଆତଙ୍କବାଦୀ ସହଯୋଗୀ ଧରାପଡିଛନ୍ତି । ସେମାନେ କ୍ରେମସୋରା ନିବାସୀ କାଇସର ଅହମ୍ମଦ ଦାର ଏବଂ ୱାଗର ଅଞ୍ଚଳର ତାହିର ଅହମ୍ମଦ ଦାର ଓ ଅବଦୁଲ ରସିଦ ଗାନି ବୋଲି ପରିଚୟ ମିଳିଛି । ଲସ୍କର-ଏ-ତୋଏବା ଆତଙ୍କୀ ସଂଗଠନ ସହ ୩ ଜଣଙ୍କର ଲିଙ୍କ୍ ଥିଲା । ସେମାନଙ୍କ ନିକଟରୁ ଗୋଟିଏ ଚୀନ ନିର୍ମିତ ହ୍ୟାଣ୍ଡ ଗ୍ରେନେଡ, ଦୁଇଟି ମାଗାଜିନ ଏବଂ ୫୭ଟି ଜୀବନ୍ତ ଗୁଳି ଜବତ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଯବାନଙ୍କ ଗୁଳିରେ ଟଳିଲେ 2 ଆତଙ୍କବାଦୀ

ଏହାମଧ୍ୟ ପଢନ୍ତୁ: କୁଲଗାମରେ ସୁରକ୍ଷାକର୍ମୀ ଓ ଆତଙ୍କୀ ମୁହାଁମୁହିଁ: ୩ ଯବାନ ଶହୀଦ

ଏନେଇ ଖାନସାହାବ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ସମସ୍ତ ଆପତ୍ତିଜନକ ସମାଗ୍ରୀକୁ ଜବତ କରି ଅଧିକ ଛାନଭିନ୍ ଜାରି ରଖିଛି । ଦୁଇ ଦିନ ତଳେ ଦୁଇ ଜଣ ଆତଙ୍କୀ ପୁଞ୍ଚ ନିକଟରେ ଭାରତରେ ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ସେନା ଗୁଳିରେ ନିହତ ହୋଇଥିଲେ । ସେମାନେ କେଉଁ ଆତଙ୍କୀ ସଂଗଠନର ତାହା ଜଣାପଡି ନଥିଲା । ଏଲଓସିରେ ବାରମ୍ବାର ଅନୁପ୍ରବେଶ ଉଦ୍ୟମ କରାଯାଉଥିବାରୁ ସୀମା ସୁରକ୍ଷାକୁ ଆହୁରି କଡାକଡି କରାଯାଇଛି ।

ଏହି ଘଟଣାର ଦିନକ ପୂର୍ବରୁ ଉତ୍ତର କାଶ୍ମୀର ଅନ୍ତର୍ଗତ କୁପୱାର ଜିଲ୍ଲାର ଟଙ୍କଧର ସେକ୍ଟରେ ଆତଙ୍କୀମାନେ ଭାରତର ସୀମାକୁ ଅତିକ୍ରମ କରି ଅନୁପ୍ରବେଶ କରିଥିଲେ । ଏହାଦେଖି ଯବାନ ଗୁଳିମାଡ କରିବା ପରେ ଜଣେ ଆତଙ୍କୀର ମୃତ୍ୟୁ ହୋଇଥିଲା । ଗତ ୪ ତାରିଖରେ କୁଲଗାମ ଜିଲ୍ଲାର ହାଲନ ଜଙ୍ଗଲରେ ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିୟମରେ ୩ ଜଣ ଯବାନ ଶହୀଦ ହୋଇଯାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.