ETV Bharat / bharat

ଦୁଷ୍କର୍ମକାରୀକୁ ହତ୍ୟା କଲେ ପୀଡିତା: ସ୍ୱାମୀଙ୍କ ମୃତ୍ୟୁ ପରେ ସମ୍ପର୍କୀୟ କରୁଥିଲେ ଦୁଷ୍କର୍ମ

author img

By

Published : Jul 17, 2023, 10:47 PM IST

ସ୍ୱାମୀଙ୍କ ମୃତ୍ୟୁ ପରେ ଦୁଷ୍କର୍ମର ଶିକାର ହୋଇ ସମ୍ପର୍କୀୟଙ୍କ ହତ୍ୟା କରିଛନ୍ତି ମହିଳା । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ରାଜଧାନୀ ଦିଲ୍ଲୀର ଶାସ୍ତ୍ରୀ ପାର୍କ ଅଞ୍ଚଳରେ। ଅଧିକ ପଢନ୍ତୁ

ଦୁଷ୍କର୍ମକାରୀକୁ ହତ୍ୟା କଲେ ପୀଡିତା
ଦୁଷ୍କର୍ମକାରୀକୁ ହତ୍ୟା କଲେ ପୀଡିତା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଉତ୍ତରପୂର୍ବ ଅଞ୍ଚଳରେ ଘଟିଛି ଛାତିଥରା ଘଟଣା। ସ୍ୱାମୀଙ୍କ ମୃତ୍ୟୁ ପରେ ଦୁଷ୍କର୍ମର ଶିକାର ହୋଇ ସମ୍ପର୍କୀୟଙ୍କ ହତ୍ୟା କରିଛନ୍ତି ମହିଳା। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଶାସ୍ତ୍ରୀ ପାର୍କ ଅଞ୍ଚଳରେ। ସୂଚନା ଅନୁସାରେ, ସ୍ୱାମୀଙ୍କ ମୃତ୍ୟୁ ପରେ ମହିଳାଙ୍କ ସମ୍ପର୍କୀୟମାନେ ତାଙ୍କୁ ଦୁଷ୍କର୍ମ କରିବା ସହ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ଆଉ ଶେଷରେ କୌଣସି ଉପାୟ ନପାଇ ନିଜ ସାଙ୍ଗଙ୍କ ସ୍ବାମୀଙ୍କ ସହ ମିଶି ସମ୍ପର୍କୀୟଙ୍କ ହତ୍ୟା କରିଥିବା ନେଇ ଅଭିଯୁକ୍ତ ମହିଳା ଜଣକ ସ୍ବୀକାର କରିଛନ୍ତି ।

ତେବେ ହତ୍ୟା ଅଭିଯୁକ୍ତ ମହିଳା ଜଣକ ଉତ୍ତରପ୍ରଦେଶ ରାଜ୍ୟର ବନ୍ଦାୟୁ ଅଞ୍ଚଳର ହୋଇଥିବା ଜଣାପଡିଛି। ଅନ୍ୟପଟେ ତାଙ୍କ ସହଯୋଗୀ ଦିଲ୍ଲୀର ଶାସ୍ତ୍ରୀ ନଗରରେ ରହୁଥିବା ନେଇ ସୂଚନା ଦେଇଛନ୍ତି ଡିସିପି ଜୟ ତିର୍କୀ। ତେବେ ଆଜି ସକାଳ ପ୍ରାୟ 8ଟା 30 ମିନିଟ ସମୟରେ ଶାସ୍ତ୍ରୀ ପାର୍କ ଥାନା ଅଞ୍ଚଳରେ ଥିବା ବେଲା ଫାର୍ମ ହାଉସ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ କୌଣସି ଧାରୁଆ ଅସ୍ତ୍ର ସାହାଯ୍ୟରେ ଯୁବକଙ୍କ ଗଳାକାଟି ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା କହିଛନ୍ତି ଡିସିପି। ମୃତକ ଜଣକ ଉତ୍ତରପ୍ରଦେଶ କାସଗଞ୍ଜ ଅଞ୍ଚଳର 20ବର୍ଷୀୟ ଯୁବକ ଅବଜୁର ବୋଲି ଜଣାପଡିଛି।

ଏହାସହ ମୃତକଙ୍କ ଶରୀରରେ କୌଣସି ପୋଷାକ ନଥିବାବେଳେ ବେକରେ ଗଭୀର କ୍ଷତ ଚିହ୍ନ ଦେଖିବାକୁ ମିଳିଥିବା ପୋଲିସ ପକ୍ଷରୁ କୁହାଯାଇଛି। ସେପଟେ ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଟିବି ହସ୍ପିଟାଲକୁ ପଠାଯାଇଛି। ସୂଚନା ଅନୁସାରେ, ଗତ ଜାନୁଆରୀରେ ଅସୁସ୍ଥତା କାରଣରୁ ଅଭିଯୁକ୍ତ ମହିଳାଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇଥିଲା। ଆଉ ତାପରେ ସମ୍ପର୍କୀୟ ଅବଜୁର ବାରମ୍ବାର ତାଙ୍କୁ ଦୁଷ୍କର୍ମ କରିଆସୁଥିବା ନେଇ ମହିଳା ଜଣକ ଅଭିଯୋଗ କରିଛନ୍ତି। ତେବେ ସେ ଅବଜୁରଠାରୁ ମୁକ୍ତି ଚାହୁଁଥିଲେ ବୋଲି କହିଛନ୍ତି ପୀଡିତା।

ଏହା ମଧ୍ୟ ପଢନ୍ତୁ...ଅଜଣା ଗଳିତ ମୃତଦେହ ଠାବ, ଘଟଣାସ୍ଥଳରେ ସାଇଣ୍ଟିଫିକ ଦଳ ଓ ସନ୍ଧାନୀ କୁକୁର

ଏହାସହ ସେ ପ୍ରତିଶୋଧପରାୟଣ ହୋଇ ଅବଜୁରର ହତ୍ୟା କରିଥିବା ନେଇ ପୋଲିସ ନିକଟରେ ସ୍ବୀକାର କରିଛନ୍ତି। ତେବେ ପୀଡିତାଙ୍କ ବୟାନ ସହ ଅନ୍ୟ ଦିଗକୁ ତଦନ୍ତ ପରିସରକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ। ତେବେ ପ୍ରକୃତରେ ଦୁଷ୍କର୍ମର ଶିକାର ହୋଇ ମହିଳା ଜଣକ ଏଭଳି କରିଛନ୍ତି ନା ଏହି ହତ୍ୟାକାଣ୍ଡ ପଛରେ ଆଉ କିଛି କାରଣ ରହିଛି ସେନେଇ ପୋଲିସ ଖୋଳତାଡ ଚଳାଇଥିବା ସୂଚନା ଦେଇଛନ୍ତି ଡିସିପି।ତେବେ ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ଅନେକ ଅପରାଧ ବଢିବାରେ ଲାଗିଛି। ଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ଆଦି ବଢିଚାଲିଥିବାବେଳେ ଅପରାଧ ରୋକିବା ପୋଲିସ ପାଇଁ ଚାଲେଞ୍ଜ ପାଲଟିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.