ETV Bharat / bharat

ଯୌତୁକ ପାଇଁ ବୋହୂକୁ ନିର୍ଯାତନା, ପାଇଖାନାରେ ରଖି ଗରମ ପାଣି ଢାଳି ଦେଉଥିଲେ

author img

By

Published : Sep 22, 2022, 5:14 PM IST

ଉତ୍ତରାଖଣ୍ଡର ପ୍ରତାପନଗରର ରିଣ୍ଡୋଲ ଗ୍ରାମରେ ଅଭାବନୀୟ ଘଟଣା । ବୋହୂକୁ ପାଇଖାନାରେ ରଖି ଖାଇବାକୁ ନଦେଇ ମାଡ ମାରିବା ସହ ଦେହରେ ଗରମ ପାଣି ଢାଳି ନିର୍ଯାତନା ଦେଉଥିଲେ । ଶାଶୁ ଓ ନଣନ୍ଦକୁ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

ଉତ୍ତରାଖଣ୍ଡରେ ଛାତିଥରା ଘଟଣା, ଯୌତୁକ ପାଇଁ ବୋହୂକୁ ନିର୍ଯାତନା

ଡେରାଡୁନ: ପ୍ରତାପନଗରରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଯୌତୁକ ପାଇଁ ବୋହୂକୁ ଶାଶୁଘର ଲୋକଙ୍କ ଅକଥନୀୟ ଅତ୍ୟାଚାର । ଅଭିଯୋଗ ଅନୁସାରେ, ମହିଳାଙ୍କୁ ବନ୍ଦ କୋଠରୀରେ ରଖି ମାନସିକ ନିର୍ଯାତନା ଦେଉଥିଲେ ଶାଶୁଘର ଲୋକେ (Heartbreaking act of in laws with married)। କେବଳ ସେତିକି ନୁହେଁ ପାଇଖାନାରେ ତାଲା ପକାଇ ବିନା ଖାଦ୍ୟ ଓ ବିନା ପାଣିରେ ଅନ୍ଧାର ଗୃହରେ ବନ୍ଦୀ କରାଯାଇଥିଲା ମହିଳାଙ୍କୁ । କେବଳ ଏତିକିରେ ସୀମିତ ନଥିଲା ନିର୍ଯାତନା ଶାଶୁଘର ଲୋକେ ମହିଳାଙ୍କ ଉପରକୁ ଗରମପାଣି ପକାଇବା ସହ ଗରମ ତାଓ୍ବାରେ ଚେଙ୍କ ମଧ୍ୟ ଦେଉଥିଲେ ।

ଉତ୍ତରାଖଣ୍ଡର ପ୍ରତାପନଗରରୁ ରିଣ୍ଡୋଲ ଗ୍ରାମରୁ ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ ଉତ୍ତରାଖଣ୍ଡ ମହିଳା ଆୟୋଗର (Uttarakhand Women Commission) ହସ୍ତକ୍ଷେପ ପରେ ଶାଶୁ ସୁଭଦ୍ରା ଦେବୀ ଓ ନଣନ୍ଦ ଜୟା ଜାଗୁଡିଙ୍କୁ ଗିରଫ କରିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ: ପଞ୍ଚଭୂତରେ ବିଲୀନ ହେଲେ କମେଡିଆନ ରାଜୁ ଶ୍ରୀବାସ୍ତବ: ଝୁରୁଛି କଳାକାର ଜଗତ, କାନ୍ଦୁଛି ଦେଶ

ଏହି ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହିଳା ଆୟୋଗ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ମହିଳା ଆୟୋଗର ସଭାପତି କୁସୁମ କାଣ୍ଡୱାଲ କହିଛନ୍ତି ଯେ, "ପୀଡିତା ପ୍ରୀତିଙ୍କୁ ବନ୍ଧକ ରଖି ତାଙ୍କ ଶାଶୁ ତାଙ୍କୁ ଅତି ନିର୍ମମ ଭାବେ ପିଟୁଥିଲେ । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଛି । ପୀଡିତାଙ୍କୁ ଚିକିତ୍ସା ପାଇଁ କରୋନେସନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶାଶୁ ଓ ନଣନ୍ଦ ଉଭୟେ କୃରତାର ସମସ୍ତ ସୀମା ଅତିକ୍ରମ କରି ବୋହୂର ଶରୀରର ପ୍ରାୟ ୨୦ଟି ସ୍ଥାନରେ ଜାଳି ଦେଇଛନ୍ତି । ଯେତେବେଳେ ମହିଳାଙ୍କ ପରିବାର ସଦସ୍ୟ ତାଙ୍କୁ ଉଦ୍ଧାର କରିବାକୁ ଆସିଥିଲେ, ସେତେବେଳେ ପ୍ରୀତିଙ୍କୁ ବିନା ପୋଷାକରେ ରୋଷେଇ ଘରେ ବନ୍ଦୀ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।"

ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ମଙ୍ଗଳବାର ଡାକ୍ତର ଅଲଟ୍ରାସାଉଣ୍ଡ ପାଇଁ ବହୁବାର ଚେଷ୍ଟା କରିବା ସତ୍ତ୍ବେ ମଧ୍ୟ ସମ୍ଭବ ହୋଇପାରିନଥିଲା । କାରଣ ଡାକ୍ତରଙ୍କ କହିବା ଅନୁସାରେ ସେ ଗତ ୭ଦିନ ହେବ ପାଣି କି ଖାଦ୍ୟ ଗ୍ରହଣ କରିନଥିଲେ । ପୀଡିତାଙ୍କ ବାପଘର ଲୋକଙ୍କ ଅଭିଯୋଗ ଅନୁସାରେ, ଶାଶୁଙ୍କର ଲେକେ ପ୍ରୀତିକୁ ବହୁତ ହଇରାଣ କରୁଥିଲେ । ଖାଦ୍ୟ ପାନୀୟ ନଦେବା ସହ ପାଇଖାନାରେ ରଖି ମାଡ ମାରିବା ସହ ଅତ୍ୟାଚାର କରୁଥିଲେ ।

ଏନେଇ ପୋଲିସ ତଦନ୍ତ କରିବା ସମୟରେ ପଡୋଶୀ ଘର ଲୋକ କହିଥିଲେ, "ପ୍ରୀତିଙ୍କ ୩ଟି ସନ୍ତାନ ରହିଛି । ଦୁଇଟି ପୁଅ ଏବଂ ଗୋଟିଏ ଝିଅ । ଶ୍ବଶୁର ଆଇଟିବିପିରେ ଚାକିରି କରୁଥିବାବେଳେ ଘରେ ପ୍ରୀତିଙ୍କ ଶାଶୁ, ବୋହୂ, ସ୍ୱାମୀ, ଭାଉଜ ଏବଂ ତିନି ପିଲା ରହୁଥିଲେ । ସକାଳେ ପିଲାମାନେ ସ୍କୁଲ ଯାଇ ଘରକୁ ଆସିବା ପରେ ଘରର ଫାଟକ ଖୋଲିଥାଏ । ବାକି ସମୟରେ ଘରର ଫାଟକ ଭିତରୁ ୨୪ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିଥାଏ ।"

ପୀଡିତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, "ପ୍ରୀତିଙ୍କ ସ୍ୱାମୀ ଅନୁପ ମାନସିକ ସ୍ତରରେ ଦୁର୍ବଳ । ଆର୍ଥିକ ଅବସ୍ଥା ଖରାପ ହେତୁ ପ୍ରୀତିଙ୍କୁ ଗତ କିଛି ବର୍ଷ ଧରି ନିର୍ଯାତନା ଦିଆଯାଉଥିଲା। ଯୌତୁକ ନିର୍ଯାତନା, ହତ୍ୟା ଉଦ୍ୟମ ସମେତ ବିଭନ୍ନ ସଙ୍ଗୀନ ଦଫାରେ ପୀଡିତାଙ୍କ ଶାଶୁ ଓ ନଣନ୍ଦଙ୍କ ବିରୋଧରେ ମାମଲା ଦାୟର କରିଥିଲେ । ଯାହାକୁ ଆଧାର କରି ତେହେରୀ ପୋଲିସ ଅଭିଯୁକ୍ତ ଶାଶୁ ଏବଂ ନଣନ୍ଦଙ୍କୁ ଗିରଫ କରିଛି ।"

ଏହି ଘଟଣାକୁ ନେଇ ପୀଡିତା ପୋଲିସକୁ କହିଛନ୍ତି ଯେ, "ଶାଶୁ ଓ ନଣନ୍ଦ ତାଙ୍କୁ ଦୀର୍ଘ ଦିନ ଧରି ନିର୍ଯାତନା ଦେଉଥିଲେ । ଗରମ ତ୍ବାଓ୍ବାରେ ଚେଙ୍କ ଦେବା ସହ ଦେହରେ ଗରମପାଣି ଢାଳୁଥିଲେ । ତାଙ୍କ ଚିତ୍କାର ଯେପରି କେହି ଶୁଣିପାରିବେ ନାହିଁ ସେଥିପାଇଁ ପାଟିରେ କପଡା ଭର୍ତ୍ତି କରିଥିଲେ । ରକ୍ଷା କରିବା ପାଇଁ ଛୁଆ ଏବଂ ସ୍ବାମୀମାନେ ବହୁତ ଚେଷ୍ଚା କରୁଥିଲେ କିନ୍ତୁ ସ୍ବାମୀ ମାନସିକ ସ୍ତରରେ ଦୁର୍ବଳତା ଯୋଗୁଁ କିଛି କରିପାରୁନଥିଲେ । ଯେତେବେଳେ ଶ୍ବଶୁର ଘରକୁ ଛୁଟିରେ ଆସୁଥିଲେ ସେ ମଧ୍ୟ ନିର୍ଯାତନା ଦେଉଥିଲେ ।"

ଡାକ୍ତରୀ ପରୀକ୍ଷା କରିବା ପରେ ପୀଡିତାଙ୍କୁ ଡେରାଡୁନ କରୋନେସନ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇବାକୁ ଏସପି ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.