ଚଣ୍ଡିଗଡ: 'ଯାହାଙ୍କ ପାଇଁ କର୍ତ୍ତବ୍ୟ ଠାରୁ ଜୀବନ ବଡ, ତାଙ୍କୁ ଭାରତ ଭଳି ଦେଶର ଦାୟିତ୍ବ ନେବା ଅନୁଚିତ୍' । ପଞ୍ଜାବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷାଜନିତ ତ୍ରୁଟିକୁ ନେଇ ବିବାଦରେ ଥିବା ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ନିଜ ଟ୍ବିଟର ହ୍ୟାଣ୍ଡେଲରେ ପୁଣିଥରେ ଏପରି ବିବାଦୀୟ ପୋଷ୍ଟ କରିଛନ୍ତି । ଟ୍ବିଟରରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଏହି ବାକ୍ୟକୁ ସେୟାର କରିଛନ୍ତି ଚନ୍ନି । ଯେଉଁଥିରେ ସେ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହିଁ ଟାର୍ଗେଟ କରିଥିବା ସ୍ପଷ୍ଟ ହେଉଛି ।
ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷାରେ ବିଭ୍ରାଟ ନେଇ ରାଜନୈତିକ ବୟାନବାଜି ଜାରି ରହିଛି । ଘଟଣାରେ ସୃଷ୍ଟି ହୋଇଥିବା ରାଜନୈତିକ ଝଡ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ବିଜେପି ନେତାମନ୍ତ୍ରୀ ଚନ୍ନି ସରକାରଙ୍କୁ ଘେରୁଥିବାବେଳେ ବିଜେପି ନେତୃତ୍ବାଧୀନ ସରକାର ମଧ୍ୟ ଏବେ ପଞ୍ଜାବ ସରକାରଙ୍କ ବରଖାସ୍ତ ଦାବି କରିଛନ୍ତି । ଯାହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛନ୍ତି କଂଗ୍ରେସ ନେତୃତ୍ବାଧୀନ ପଞ୍ଜାବ ସରକାର । କର୍ତ୍ତବ୍ୟ ଠାରୁ ଜୀବନକୁ ବଡ ଭାବୁଥିବା ବ୍ୟକ୍ତି ଭାରତ ଭଳି ଦେଶର ଦାୟିତ୍ବ ନେବା ଅନୁଚିତ୍ ପୋଷ୍ଟ ମାଧ୍ୟମରେ ପରୋକ୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବାଣ ମାରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ।
-
जिसे कर्त्तव्य से ज़्यादा जान की फ़िक्र हो, उसे भारत जैसे देश में बड़ी जिम्मेदारी नहीं लेनी चाहिए !
— Charanjit S Channi (@CHARANJITCHANNI) January 7, 2022 " class="align-text-top noRightClick twitterSection" data="
- सरदार वल्लभभाई पटेल pic.twitter.com/zefpEroVAF
">जिसे कर्त्तव्य से ज़्यादा जान की फ़िक्र हो, उसे भारत जैसे देश में बड़ी जिम्मेदारी नहीं लेनी चाहिए !
— Charanjit S Channi (@CHARANJITCHANNI) January 7, 2022
- सरदार वल्लभभाई पटेल pic.twitter.com/zefpEroVAFजिसे कर्त्तव्य से ज़्यादा जान की फ़िक्र हो, उसे भारत जैसे देश में बड़ी जिम्मेदारी नहीं लेनी चाहिए !
— Charanjit S Channi (@CHARANJITCHANNI) January 7, 2022
- सरदार वल्लभभाई पटेल pic.twitter.com/zefpEroVAF
ମୁଖ୍ୟମନ୍ତ୍ରୀଙ୍କ ସହ ପଞ୍ଜାବ ଗୃହମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ରାନ୍ଧୱା ମଧ୍ୟ ଏଥିରେ ତାଳ ଦେଇଛନ୍ତି । ଚନ୍ନିଙ୍କ ଏହି ବିବାଦୀୟ ପୋଷ୍ଟକୁ ରିଟ୍ବିଟ୍ କରିଛନ୍ତି ରାନ୍ଧୱା । ବିଜେପି-କଂଗ୍ରେସ ମଧ୍ୟରେ ଚାଲିଥିବା ଟଣାଓଟରା ଭିତରେ ଏହି ବିବାଦୀୟ ପୋଷ୍ଟ ରାଜନୈତିକ ପାଣିପାଗରେ କି ପରିବର୍ତ୍ତନ ଆଣୁଛି ତାହାକୁ ଅପେକ୍ଷା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ