ETV Bharat / bharat

India-Canada conflict: ‘କୂଟନୈତିକ ଅଧିକାରୀଙ୍କୁ ବରଖାସ୍ତ କରିବା ଅନ୍ତର୍ଜାତୀୟ ନିୟମର ଉଲ୍ଲଙ୍ଘନ ’ - ଖଲିସ୍ତାନୀ ଆତଙ୍କବୀଦୀ ନିଜ୍ଜାର ହତ୍ୟା ମାମଲା

ଖଲିସ୍ତାନୀ ଆତଙ୍କୀ ହତ୍ୟା ପ୍ରସଙ୍ଗରେ ପୁଣି ମୁହଁ ଖୋଲିଲେ କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋ । କହିଲେ ଭାରତ ସହ ଗଠନମୂଳକ ଭାବେ ସମାଧାନ ଚାହୁଁ । କୂଟନୈତିଜ୍ଞଙ୍କୁ ବରଖାସ୍ତ କରିବା ଭିଏନା ଅନ୍ତର୍ଜାତୀୟ ନିୟମର ଉଲ୍ଲଙ୍ଘନ । ଅଧିକ ପଢନ୍ତୁ

ଯଦି ବଡ ଦେଶ ଅନ୍ତର୍ଜାତୀୟ ନିୟମର ଉଲ୍ଲଙ୍ଘନ କରନ୍ତି’
ଯଦି ବଡ ଦେଶ ଅନ୍ତର୍ଜାତୀୟ ନିୟମର ଉଲ୍ଲଙ୍ଘନ କରନ୍ତି
author img

By ETV Bharat Odisha Team

Published : Nov 12, 2023, 7:01 PM IST

ହାଇଦ୍ରାବାଦ: କାନାଡାରେ ଖଲିସ୍ତାନୀ ଆତଙ୍କୀ ନିଜ୍ଜାର ହତ୍ୟା ମାମଲାରେ ଆଜି କାନାଡା ପ୍ରଧାନନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପୁଣି ଏକ ବୟାନ ରଖିଛନ୍ତି । ଭାରତ ସହିତ କାନାଡା ଏହି ଗମ୍ଭୀର ପ୍ରସଙ୍ଗରେ ଗଠନମୂଳକ ଆଭିମୁଖ୍ୟ ସହ କାର୍ଯ୍ୟ କରିବାକୁ ଚାହେଁ ବୋଲି ସେ କହିଛନ୍ତି । କିନ୍ତୁ ସେ ନିଜ ପୂର୍ବ ଅଭିଯୋଗକୁ ପୁଣି ଦୋହରାଇଛନ୍ତି । କହିଛନ୍ତି ଭାରତରେ ଅବସ୍ଥାପିତ ଥିବା କାନାଡା କୂଟନୈତିକ ଅଧିକାରୀଙ୍କୁ ବରଖାସ୍ତ କରିବା ଭିଏନା ଅନ୍ତର୍ଜାତୀୟ ଚୁକ୍ତିର ଉଲ୍ଲଙ୍ଘନ ।

  • On India-Canada row, Canadian PM Justin Trudeau says "We have been very clear that we want to work constructively with India on this very serious matter. From the very beginning, we shared the real allegations that we are deeply concerned about but we have reached out to the… pic.twitter.com/Scw5rMlQFM

    — ANI (@ANI) November 12, 2023 " class="align-text-top noRightClick twitterSection" data=" ">

ଶୁକ୍ରବାର ପ୍ରେସମିଟରେ ପ୍ରଧାନମନ୍ତ୍ରୀ ଟ୍ରୁଡୋ ନିଜର ଏହି ସଦ୍ୟତମ ମନ୍ତବ୍ୟରେ କହିଛନ୍ତି,‘‘କାନାଡା ସରକାର ପ୍ରଥମରୁ ଏହି ମାମଲାରେ ଭାରତ ସହ ଯୋଗାଯୋଗ କରିଛି । ଏହି ଗମ୍ଭୀର ମାମଲାରେ ଉଭୟ ଦେଶ ତୃଣମୂଳ ସ୍ତରରେ କାର୍ଯ୍ୟ କରିବା ପାଇଁ କାନାଡା ଆହ୍ବାନ ମଧ୍ୟ କରିଛି । କାନାଡା ମାଟିରେ ଜଣେ ଖଲିସ୍ତାନୀଙ୍କୁ ହତ୍ୟା କରାଯିବା ସମ୍ପର୍କରେ ଭାରତର ଭୂମିକା ଥିବା ସେମାନେ ବିଶ୍ବସ୍ତ ସୂତ୍ରରୁ ଜାଣିବା ପରେ ନୂଆଦିଲ୍ଲୀ ସହ ଯୋଗାଯୋଗ କରିଥିଲେ । ଭାରତ କାନାଡାର କୂଟନୈତିଜ୍ଞଙ୍କୁ ବରଖାସ୍ତ କରିବା ଅନ୍ତର୍ଜାତୀୟ ଆଇନର ଉଲ୍ଲଙ୍ଘନ । ଯଦି ବଡ ଦେଶମାନେ ବିନା ପରିଣାମରେ ଅନ୍ତର୍ଜାତୀୟ ଆଇନକୁ ଉଲ୍ଲଙ୍ଘନ କରିବେ, ତେବେ ବିଶ୍ବ ପ୍ରତି ବିପଦ ସୃଷ୍ଟି ହେବ । ଆମେ ଏହି ପ୍ରସଙ୍ଗରେ ଆମେରିକା ସମେତ ଅନ୍ୟ ସହଯୋଗୀଙ୍କ ସହ ନିୟମିତ ଯୋଗାଯୋଗରେ ରହିଛୁ ।’’

2020ରେ ଭାରତରେ ଆତଙ୍କବାଦୀ ଘୋଷିତ ଖଲିସ୍ତାନୀ ଟାଇଗର ଫୋର୍ସର ମୁଖ୍ୟ ହରଦ୍ବୀପ ସିଂ ନିଜ୍ଜାରକୁ କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶରେ ଜୁନ 18 ତାରିଖରେ ଗୁଳି କରି ହତ୍ୟା କରାାଇଥିଲା । ସେପ୍ଟମ୍ବରରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନୂଆଦିଲ୍ଲୀରେ ଆୟୋଜିତ ଜି20 ସମ୍ମିଳନୀରେ ଅଂଶଗ୍ରହଣ କରି ଫେରିବା ପରେ ଏହି ହତ୍ୟାକାଣ୍ଡରେ ଭାରତର ଭୂମିକା ଥିବା ଅଭିଯୋଗ କରିଥିଲେ । ଏହି ହତ୍ୟାକାଣ୍ଡ ଭାରତୀୟ ଏଜେନ୍ସି ଦ୍ବାରା ହୋଇଥିବା ସେ ଅଭିଯୋଗ କରିବା ପରେ ଏହାକୁ ନେଇ ଭାରତ ତୀବ୍ର ଉଦବେଗ ପ୍ରକାଶ କରିଥିଲା । ଭାରତରେ ଅବସ୍ଥାପିତ କାନାଡା କୂଟନୈତିକ ଅଧିକାରୀଙ୍କୁ ଭାରତ ବରଖାସ୍ତ କରିବା ସହ ନୂଆଦିଲ୍ଲୀ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିଲା । ଏହା ପରେ ଭାରତ ପକ୍ଷରୁ ମଧ୍ୟ କାନାଡାକୁ ଭିସା ସେବା ବନ୍ଦ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:-Israeli Settlements In Palestine: ଇସ୍ରାଏଲ ବିରୋଧରେ ଜାତିସଂଘର ସଙ୍କଳ୍ପକୁ ଭାରତର ସମର୍ଥନ

ଏହି ଗମ୍ଭୀର ପ୍ରସଙ୍ଗରେ ନୂଆଦିଲ୍ଲୀ ବାରମ୍ବାର କାନାଡାକୁ ପ୍ରମାଣ ମାଗିବା ସତ୍ତ୍ବେ ମଧ୍ୟ କାନାଡା କେବଳ ଅଭିଯୋଗ ବ୍ୟତୀତ କୌଣସି ସହଯୋଗ କରୁନଥିବା ନୂଆଦିଲ୍ଲୀ ପାଲଟା ଅଭିଯୋଗ କରିଥିଲା । ଏବେ କାନାଡା ପ୍ରଧାନମନ୍ତ୍ରୀ ପୁଣି ଏହି ପ୍ରସଙ୍ଗରେ ମୁହଁ ଖୋଲି ଭାରତକୁ ସମାଲୋଚନା କରିଛନ୍ତି । ସମାନେ ଆରମ୍ଭରୁ ଏହି ମାମଲାରେ ଭାରତ ସହ ଯୋଗାଯୋଗ ଓ ଗଠନମୂଳକ କାର୍ଯ୍ୟ ପାଇଁ ଚାହୁଁଥିବା ଟ୍ରୁଡୋ କହିଛନ୍ତି । ଭାରତର କୂଟନୈତିକ ଅଧିକାରୀ ବରଖାସ୍ତ କରିବା ଭିଏନା ନିୟମର ଉଲ୍ଲଙ୍ଘନ ବୋଲି ଟ୍ରୁଡୋ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.