ETV Bharat / bharat

ଆଜି CNCI ଦ୍ବିତୀୟ କ୍ୟାମ୍ପସ ଉଦଘାଟନ କରିବେ ମୋଦି

author img

By

Published : Jan 7, 2022, 8:19 AM IST

କ୍ୟାନ୍ସର ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୟାସ ଆରମ୍ଭ କରିଛନ୍ତି । ଆଜି (ଶୁକ୍ରବାର) କୋଲକାତାରେ ଚିତ୍ତରଞ୍ଜନ ଜାତୀୟ କର୍କଟ ପ୍ରତିଷ୍ଠାନ (Chittaranjan National Cancer Institute)ର ଦ୍ବିତୀୟ କ୍ୟାମ୍ପସର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ଆଜି CNCI ଦ୍ବିତୀୟ କ୍ୟାମ୍ପସ ଉଦଘାଟନ କରିବେ ମୋଦି
ଆଜି CNCI ଦ୍ବିତୀୟ କ୍ୟାମ୍ପସ ଉଦଘାଟନ କରିବେ ମୋଦି

ନୂଆଦିଲ୍ଲୀ: କ୍ୟାନ୍ସର ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୟାସ ଆରମ୍ଭ କରିଛନ୍ତି । ଆଜି (ଶୁକ୍ରବାର) କୋଲକାତାରେ ଚିତ୍ତରଞ୍ଜନ ଜାତୀୟ କର୍କଟ ପ୍ରତିଷ୍ଠାନ (Chittaranjan National Cancer Institute)ର ଦ୍ବିତୀୟ କ୍ୟାମ୍ପସର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଅପରାହ୍ନ ୧ଟାରେ ଆଭାସି ଜରିଆରେ ଏହି କାର୍ଯ୍ୟକ୍ରମ ହେବ । ଏ ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଦେଶରେ କ୍ୟାନ୍ସର ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ସିଏନସିଆଇର ନିର୍ମାଣ ହୋଇଛି । ଦେଶର ସମସ୍ତ ସ୍ବାସ୍ଥ୍ୟସେବା ସମ୍ପ୍ରସାରଣ ଏବଂ ନବୀକରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିରେ ସିଏନସିର ଦ୍ବିତୀୟ କ୍ୟାମ୍ପସ ନିର୍ମାଣ କରାଯାଇଛି । ୫୩୦ କୋଟି ବ୍ୟୟରେ ଏହି କ୍ୟାମ୍ପସ ନିର୍ମାଣ ହୋଇଛି । ୫୩୦ କୋଟିରୁ ୪୦୦ କୋଟି କେନ୍ଦ୍ର ସରକାର ଦେଇଥିବାବେଳେ ବାକି ପଶ୍ଚିମବଙ୍ଗ ସରକାର ପ୍ରଦାନ କରିଛନ୍ତି । ୪୬୦ ଶଯ୍ୟା ବିଶିଷ୍ଟ ବ୍ୟବସ୍ଥା ସହ ଏହି କ୍ୟାମ୍ପସ ନିର୍ମାଣ ହୋଇଛି ।

କ୍ୟାନ୍ସର ଆକ୍ରାନ୍ତଙ୍କୁ ଏଠାରେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ଡାଇଗ୍ନୋସିସ, ଚିକିତ୍ସା, ସିଟି ସ୍କାନ ଭଳି ସମସ୍ତ ଚିକିତ୍ସା ସୁବିଧା ଉପଲବ୍ଧ ହେବ । ବିଶେଷକରି ଦେଶର ପୂର୍ବ ଏବଂ ଉତ୍ତର-ପୂର୍ବାଞ୍ଚଳର କର୍କଟ ରୋଗୀଙ୍କ ପାଇଁ ବେଶ ଉପଯୋଗୀ ହେବ ଏହି କ୍ୟାନ୍ସର ହସ୍ପିଟାଲ । ଉଭୟ କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାରଙ୍କ ମିଳିତ ସହଯୋଗରେ କ୍ୟାନ୍ସର ପୀଡିତଙ୍କ ମଧ୍ୟରେ ଜିଇଁବାର ଏକ ନୂଆ ଆଶା ସଞ୍ଚାର ହୋଇପାରିବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.