ETV Bharat / bharat

ୟୁପିରେ 9ଟି ମେଡିକାଲ କଲେଜ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଉତ୍ତର ପ୍ରଦେଶରେ 9ଟି ମେଡିକାଲ କଲେଜର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଜୁଲାଇ 9ରେ ପିଏମ ସମସ୍ତ ମେଡିକାଲ କଲେଜ ଗୁଡିକର କରିବେ ଉଦଘାଟନ । ଅଧିକ ପଢନ୍ତୁ...

author img

By

Published : Jul 4, 2021, 11:59 AM IST

PM to inaugurate nine new medical colleges in UP on July 9
UPରେ 9ଟି ମେଡିକାଲ କଲେଜକୁ ଉଦଘାଟନ କରିବେ PM

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ 9ଟି ମେଡିକାଲ କଲେଜର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଲକ୍ଷରେ ଏହି ମେଡିକାଲ କଲେଜ ଗୁଡିକ ଖୋଲାଯାଉଛି । ଜୁଲାଇ 9ରେ ପିଏମ ଏ ସମସ୍ତ ମେଡିକାଲ କଲେଜ ଗୁଡିକର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ରାଜ୍ୟ ସରକାରଙ୍କ ଦ୍ବାରା ଜାରି ବିବୃତ୍ତି ଅନୁଯାୟୀ, ଉତ୍ତରପ୍ରଦେଶ ଇତିହାସରେ ଏହା ପ୍ରଥମ । ଗୋଟିଏ ଦିନରେ 9ଟି ମେଡିକାଲ କଲେଜ ଉଦ୍ଘାଟନ ହେବ। ଦିଓରିଆ, ଏଟାହ, ଫତେହପୁର, ଗାଜିପୁର, ହାରଦୋଇ, ଜୈନପୁର, ମିର୍ଜାପୁର, ପ୍ରତାପଗଡ ଏବଂ ସିଦ୍ଧାର୍ଥନଗର ଜିଲ୍ଲାରେ ମେଡିକାଲ କଲେଜ ଗୁଡିକ ଖୋଲାଯିବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମତରେ ପ୍ରତ୍ୟେକ ଜିଲ୍ଲାରେ ଏକ ମେଡିକାଲ କଲେଜ ରହିବା ଉଚିତ୍। ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟରେ 2017 ପର୍ଯ୍ୟନ୍ତ କେବଳ 12 ଟି ମେଡିକାଲ କଲେଜ ଥିଲା । ବର୍ତ୍ତମାନ ସରକାରଙ୍କ ଅଧୀନରେ ଏହା 48କୁ ବୃଦ୍ଧି ପାଇଛି।

ଆହୁରି 13 ଟି ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟ ଜୋରସୋରେ ଚାଲିଛି। ସରକାର ନୂତନ ମେଡିକାଲ କଲେଜଗୁଡ଼ିକର ପ୍ରାୟ 70 ପ୍ରତିଶତ ଅଧ୍ୟାପକ ନିଯୁକ୍ତି ହୋଇସାରିଛନ୍ତି। ଏହି କଲେଜ ଗୁଡ଼ିକରେ 450ରୁ ଅଧିକ ଅଧ୍ୟାପକଙ୍କ ନିଯୁକ୍ତି ପ୍ରକ୍ରିୟା ଚାଲିଛି । ନିଯୁକ୍ତି ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ସହ କରିବାକୁ ସିଏମ୍ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ, ରାଜ୍ୟରେ ସ୍ବାସ୍ଥ୍ୟସେବା ବୃଦ୍ଧି ପାଇଁ 441 ଅମ୍ଳଜାନ ଉତ୍ପାଦନ କାରଖାନା ସ୍ଥାପନ ପାଇଁ ସରକାର ଯୁଦ୍ଧକାଳୀନ ଭିର୍ତ୍ତୀରେ କାର୍ଯ୍ୟ କରୁଛନ୍ତି । ଏଥି ମଧ୍ୟରୁ 131 ଟି କାର୍ଯ୍ୟକ୍ଷମ ହୋଇସାରିଛି । ରାଜ୍ୟରେ 3500 ହେଲଥ ସବ ଷ୍ଟେସନ, 1,475 ପବ୍ଲିକ ହେଲଥ ସେଣ୍ଟର ଏବଂ 399 ଟି ସହରାଞ୍ଚଳ ପବ୍ଲିକ ହେଲଥ ସେଣ୍ଟର ରହିଛି । ଏହା ବ୍ୟତୀତ 5,424 ସ୍ବାସ୍ଥ୍ୟ କେନ୍ଦ୍ର ମଧ୍ୟ କାର୍ଯ୍ୟକ୍ଷମ ହେଉଛି । ରାଜ୍ୟରେ 6 ଟି ନୂତନ ସୁପର ସ୍ପେସିଆଲିଟି ବ୍ଲକ ରହିଛି । ଉତ୍ତମସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ରାଏ ବରେଲିରେ ଏମ୍ସ ଥିଲା ବେଳେ ଗୋରଖପୁରରେ ଓପିଡି କାର୍ଯ୍ୟ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.