ETV Bharat / bharat

ଗାନ୍ଧୀନଗର ରେଳ ଷ୍ଟେସନର ପାଞ୍ଚ ତାରକା ହୋଟେଲର ଉଦଘାଟନ କରିବେ ମୋଦି

author img

By

Published : Jul 14, 2021, 1:22 PM IST

ଜୁଲାଇ 16ରେ ଗୁଜୁରାଟ ଗାନ୍ଧୀନଗର ରେଳ ଷ୍ଟେସନରେ ନୂତନ ଭାବେ ନିର୍ମିତ ପାଞ୍ଚ ତାରକା ହୋଟେଲ ଓ ଅନ୍ୟାନ ବଡ ପ୍ରକଳ୍ପର ଉଦଘାଟନ କିରବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅହମ୍ମଦାବାଦ: ଗୁଜୁରାଟ ଗାନ୍ଧୀନଗର ରେଲୱେ ଷ୍ଟେସନର ନୂତନ ଭାବେ ନିର୍ମିତ ପାଞ୍ଚ ତାରକା ହୋଟେଲ ଓ ଅନ୍ୟାନ ବଡ ପ୍ରକଳ୍ପର ଉଦଘାଟନ କିରବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜୁଲାଇ 16 ତାରିଖରେ ଭର୍ଚୁଆଲ ମାଧ୍ୟମରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଗାନ୍ଧୀନଗରରେ ଥିବା ରେଳ ଷ୍ଟେସନର ପୁନଃନିର୍ମାଣ ଏବଂ ଷ୍ଟେସନରେ ପାଞ୍ଚ ତାରକା ହୋଟେଲ ନିର୍ମାଣ ପାଇଁ ଜାନୁଆରୀ 2017ରେ ପ୍ରଧାନମନ୍ତ୍ରୀ ମୋଦି ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ କାର୍ଯ୍ୟ ଆରମ୍ଭ ହୋଇଥିଲା । ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରେ ଷ୍ଟେସନ ଏକ ନୂଆ ରୂପ ପାଇଛି ଏବଂ 16 ତାରିଖ ପୂର୍ବାହ୍ନ 4ଟାରେ ଏହାର ଶୁଭାରମ୍ଭ ହେବା ନେଇ ପ୍ରସ୍ତୁତି ଶେଷ ହୋଇଛି ।

ନିର୍ମାଣ ହୋଇଥିବା ପାଞ୍ଚ ତାରକା ହୋଟେଲରେ 318ଟି ରୁମ ରହିଛି ଯାହା ବେସରକାରୀ ସଂସ୍ଥା ଦ୍ବାରା ପରିଚାଳିତ ହେବ । ଏହା 7400ବର୍ଗ ଫୁଟର ହୋଇଥିବାବେଳେ ନିର୍ମାଣ ପାଇଁ 790କୋଟି ଖର୍ଚ୍ଚ ହୋଇଛି । ମହାତ୍ମା ମନ୍ଦିରରେ ଆୟୋଜିତ ସେମିନାର ଏବଂ ସମ୍ମିଳନୀରେ ଯୋଗ ଦେବାକୁ ଥିବା ସମସ୍ତ ଜାତୀୟ ତଥା ଆନ୍ତର୍ଜାତୀୟ ଅତିଥିମାନଙ୍କୁ ସ୍ବାଗତ କରାଯିବ ।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବେ । ଏହାପରେ ଅହମ୍ମଦାବାଦରେ ଏକ ସାଇନ୍ସ ସେଣ୍ଟର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ସାଇନ୍ସ ସେଣ୍ଟରରେ ତିନୋଟି ଆକର୍ଷଣାୟ ଜିନିଷ ରହିଛି । ଆକ୍ୟୁଟିକ ଗ୍ୟାଲେରୀ, ରୋବଟିକ ଗ୍ୟାଲେରୀ ଏବଂ ନେଚର ଗ୍ୟାଲେରୀ । 264 କୋଟି ଟଙ୍କା ବ୍ୟୟରେ ଆକ୍ୟୁଟିକ ଗ୍ୟାଲେରୀ ନିର୍ମାଣ ହୋଇଛି । ଏହା ଭାରତର ସବୁଠାରୁ ବଡ ଆକ୍ୟୁରମ ଯେଉଁଠାରେ ସାମୁଦ୍ରିକ ଜୀବଙ୍କ ପାଇଁ 68 ଟି ବଡ଼ ଟ୍ୟାଙ୍କ ରହିଛି ।

ପ୍ରତିଟି ଆକ୍ୟୁରମରେ 11,600 ମାଛ ଏବଂ 188 ପ୍ରଜାତିର ସାମୁଦ୍ରିକ ପ୍ରାଣୀ ରହିଛନ୍ତି । ଏହି ଗ୍ୟାଲେରୀରେ 28 ମିଟର ଲମ୍ବର ୱାଟର ୱାକୱେ ଟନେଲ ରହିଛି । ଏହା ସହିତ ଗ୍ୟାଲେରୀରେ 5ଡି ଥିଏଟର ମଧ୍ୟ ରହିଛି । ରୋବୋଟିକ୍ ଗ୍ୟାଲେରୀ ଯାହା 127 କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । 11,000 ବର୍ଗ ମିଟର ରହିଛି । ଏଥିରେ 79ଟି ବିଭିନ୍ନ ପ୍ରକାରର 200ରୁ ଅଧିକ ରୋବଟ୍ ଅଛି । ନେଚର ପାର୍କ ପାଇଁ 14 କୋଟି ଖର୍ଚ୍ଚ ହୋଇଛି । ଏହା 20 ଏକର ଜମିରେ ନିର୍ମାଣ ହୋଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.