ETV Bharat / bharat

ଆଜି ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ - ବାଚସ୍ପତି ସମ୍ମିଳନୀ

ଆଜି(ବୁଧବାର) ହିମାଚଳ ପ୍ରଦେଶ ଶିମଲାରେ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀ ଅନୁଷ୍ଠିତ ହେବ । ଯେଉଁଥିରେ ଭର୍ଚ୍ଚୁଆଲରେ ଅଧ୍ଯକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
author img

By

Published : Nov 17, 2021, 8:34 AM IST

ଶିମଲା: ଆଜି(ବୁଧବାର) ହିମାଚଳପ୍ରଦେଶ ଶିମଲାରେ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀ ଅନୁଷ୍ଠିତ ହେବ । ଯେଉଁଥିରେ ଭର୍ଚୁଆଲରେ ଅଧକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୯୨୧ରେ ଶିମଲାରେ ପ୍ରଥମ ବାଚସ୍ପତି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହାର ଶତବାର୍ଷିକୀ ପୂର୍ତ୍ତୀ ଉପଲକ୍ଷେ ଦେବାକୁ ଥିବା ଦୁଇ ଦିନିଆ ସମ୍ମିଳନୀରେ ଦେଶର ସମସ୍ତ ବାଚସ୍ପତି ଓ ଉପବାଚସ୍ପତି ଯୋଗ ଦେବେ ।

ଏ ପର୍ଯ୍ୟନ୍ତ ଶିମଲାରେ ମୋଟ ୬ଟି ସମ୍ମିଳନୀ ଅନୁଷ୍ଠିତ ହୋଇସାରିଛି । 1921, 1926, 1933, 1939ରେ ସ୍ବାଧୀନତା ପୂର୍ବରୁ ଏବଂ 1976 ଏବଂ 1997ରେ ସ୍ବାଧୀନତା ପରେ ଅନୁଷ୍ଠିତ ହୋଇଛି । ଏହା ସହିତ ବିଧାନସଭା ସଚିବଙ୍କ ୫୮ତମ ସର୍ବଭାରତୀୟ ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହେବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବୋଧନ ଦେବେ ଓ ଲୋକସଭା ବାଚସ୍ପତି ଓମ ବିର୍ଲା ଅଧ୍ୟକ୍ଷତା କରିବେ ।

ଗଣତନ୍ତ୍ରକୁ ମଜବୁତ କରିବାର ନେଇ ଏହି ସମ୍ମିଳନୀରେ ଆଲୋଚନା ହେବ । ଏଥିରେ 288 ପ୍ରିଜାଇଡିଂ ଅଫିସରଙ୍କ ସମେତ ମୋଟ 378 ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବେ । ଏହା ସହିତ ଶିମଲାର ପ୍ରସିଦ୍ଧ ସ୍ଥାନ ପରିଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହି ଆଲୋଚନାଚକ୍ରରେ ଲୋକସଭା ବାଚସ୍ପତି ଓମ୍ ପ୍ରକାଶ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ, କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ହିମାଚଳ ପ୍ରଦେଶ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର ଏବଂ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମଧ୍ୟ ଯୋଗଦେବେ ବୋଲି ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.