ETV Bharat / bharat

PM Modi Interview ahead of G20: 'ବିଶ୍ବର କଲ୍ୟାଣ ପାଇଁ ଭାରତର ସବକା ବିକାଶ ସାଜିବ ମାର୍ଗଦର୍ଶକ'

author img

By ETV Bharat Odisha Team

Published : Sep 3, 2023, 5:07 PM IST

ଜି-20 ସମ୍ମିଳନୀ ପୂର୍ବରୁ ଏକ ବିଶେଷ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି 2047 ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ସହ ବିଶ୍ବର 3ୟ ସର୍ବବୃହତ ଅର୍ଥନୀତିରେ ପହଞ୍ଚିବ । ବିଶ୍ବର ଜିଡିପି-କେନ୍ଦ୍ରିକ ଦୃଷ୍ଟିକୋଣ ଏବେ ମାନବ-କେନ୍ଦ୍ରିକ ଦୃଷ୍ଟିକୋଣରେ ପରିବର୍ତ୍ତନ ହେଉଛି । ଯେଉଁଥିରେ ଭାରତର ରହିଛି ପ୍ରମୁଖ ଭୂମିକା । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଜି-20 ସମ୍ମିଳନୀର ଏକ ସପ୍ତାହ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶା କରିଛନ୍ତି ଯେ ବିଶ୍ବର କଲ୍ୟାଣ ପାଇଁ ଭାରତର 'ସବକା ବିକାଶ' ସାଜିପାରିବ ମାର୍ଗଦର୍ଶକ । ଆସନ୍ତା 2047 ସୁଦ୍ଧା ଭାରତର ଏକ ବିକଶିତ ରାଷ୍ଟ୍ରରେ ପରିଗଣିତ ହେବ । ଏହି ବିକଶିତ ଭାରତରେ ଦୁର୍ନୀତି, ପରିବାରବାଦ, ଜାତିବାଦ ପାଇଁ କୌଣସି ସ୍ଥାନ ରହିବ ନାହିଁ । ବିଶ୍ବର ଜିଡିପି-କେନ୍ଦ୍ରିକ ଦୃଷ୍ଟିକୋଣ ଏବେ ମାନବ-କେନ୍ଦ୍ରିକ ଦୃଷ୍ଟିକୋଣରେ ପରିବର୍ତ୍ତନ ହେଉଛି । ଯେଉଁଥିରେ ଭାରତ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଆସନ୍ତା 9 ଓ 10 ତାରିଖ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଜି-20 ସମ୍ମିଳନୀ । ଏଥିରେ ଅନେକ ବିଶ୍ବନେତା ସାମିଲ ହେବେ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା, ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ, ସାଉଦି ଆରବ କିଙ୍ଗ୍‌ ମହମ୍ମଦ ବିନ ସଲମାନ ଓ ଅନେକ ରାଷ୍ଟ୍ର ନେତା ସାମିଲ ହେବେ । ସେପ୍ଟେମ୍ବର 9 ଓ 10 ତାରିଖରେ ନବନିର୍ମିତ ଭାରତ ମଣ୍ଡପମ କନଫରେନ୍ସ ହଲ୍‌ରେ ସମସ୍ତେ ଏକାଠି ହେବେ । ଜି-20 ସମ୍ମିଳନୀରେ ଭାରତର ଅଧ୍ୟକ୍ଷତା ଦ୍ବାରା ଅନେକ ସକରାତ୍ମକ ପ୍ରଭାବ ପଡ଼ିଥିବା କହିଛନ୍ତି ମୋଦି ।

ଏହା ବି ପଢନ୍ତୁ- G-20 summit: ପୁଟିନଙ୍କ ରାସ୍ତାରେ ଜିନପିଙ୍ଗ, ଆସିବେନି ଭାରତ !

ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, " ବିଶ୍ବ ଇତିହାସରେ ଲମ୍ବା ସମୟ ପର୍ଯ୍ୟନ୍ତ ଭାରତର ଦୁନିଆର ଅଗ୍ରଣୀ ଅର୍ଥ ବ୍ୟବସ୍ଥା ମଧ୍ୟରେ ଗୋଟିଏ ଥିଲା । ହେଲେ ଉପନିବେଶବାଦର ପ୍ରଭାବ ଯୋଗୁଁ ଏହା ପ୍ରଭାବିତ ହୋଇଥିଲା । ମାତ୍ର ଏବେ ଭାରତ ପୁଣି ଆଗକୁ ବଢୁଛି । ଭାରତ 2021-22 ଆର୍ଥିକ ବର୍ଷରେ ବ୍ରିଟେନକୁ ପଛରେ ପକାଇ 5ମ ସ୍ଥାନରେ ପହଞ୍ଚିଥିଲା । ଭାରତ ଏବେ ବିଶ୍ବର ପଞ୍ଚମ ବୃହତ ଅର୍ଥନୀତି ରାଷ୍ଟ୍ର ହୋଇପାରିଛି । ଦଶମ ସ୍ଥାନରୁ ପଞ୍ଚମ ସ୍ଥାନକୁ ପହଞ୍ଚିବା ଲାଗି ଭାରତର ବେଗକୁ ଦେଖିଲେ ଏହା ସ୍ପଷ୍ଟ ଯେ ଅଭିବୃଦ୍ଧି କୌଶଳ ଭାରତକୁ ଜଣା ।"

ପ୍ରଧାନମନ୍ତ୍ରୀ କହିଛନ୍ତି 2014 ମସିହା ପୂର୍ବରୁ ଦେଶର ଅସ୍ଥିର ସରକାର ଥିଲେ । ଏଣୁ ସେମାନେ ଅନେକ କାର୍ଯ୍ୟ କରିପାରିନଥିଲେ । ହେଲେ ଗତ କିଛି ବର୍ଷ ଧରି ବିଜେପିକୁ ଜନତାଙ୍କ ପୂର୍ଣ୍ଣ ସମର୍ଥନ ମିଳୁଛି । ଯାହାଦ୍ବାରା ଦେଶରେ ଏକ ସ୍ଥିର ସରକାର ରହିଛି । ଏହି ସ୍ଥିରତା ଲାଗି ଗତ କିଛି ବର୍ଷ ମଧ୍ୟରେ ଭାରତର ଅଭିବୃଦ୍ଧି ଘଟିଛି । ଅର୍ଥ ବ୍ୟବସ୍ଥା, ଶିକ୍ଷା, ବ୍ୟାଙ୍କ, ଡିଜିଟାଲାଇଜେସନ, ସାମାଜିକ କ୍ଷେତ୍ରରେ ଭାରତ ଏକ ଶକ୍ତ ମୂଳଦୁଆ ପକାଇଛି । ଯାହାକୁ ବିଶ୍ବବାସୀଙ୍କ ଧ୍ୟାନ କେନ୍ଦ୍ରିତ କରିଛି । ଭାରତର ବୁଦ୍ଧିମତାକୁ ଏବେ ସମସ୍ତେ ଅତି ନିକଟରୁ ପରଖୁଥିବା କହିଛନ୍ତି ମୋଦି ।

ଆଗାମୀ ଦିନରେ ଭାରତ ବିଶ୍ବର ବୃହତ ଅର୍ଥନୀତି ରାଷ୍ଟ୍ର ତାଲିକାରେ ତୃତୀୟ ସ୍ଥାନରେ ପହଞ୍ଚିବ । ଦେଶ ଯେଉଁଭଳି ଭାବେ ଅଗ୍ରଗତି କରୁଛି ସେଥିରୁ ଅନୁମେୟ ଭାରତ 2047 ସୁଦ୍ଧା ବିକଶିତ ରାଷ୍ଟ୍ର ଭାବେ ପରିଗଣିତ ହେବ । ଏହି ସମୟରେ ଭ୍ରଷ୍ଟାଚାର, ଜାତିବାଦ ଓ ସାମ୍ପ୍ରଦାୟିକତା ଲାଗି କୌଣସି ସ୍ଥାନ ରହିବ ନାହିଁ । ଦେଶ ପ୍ରକୃତି ଓ ସଂସ୍କୃତି ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବ । 2028 ସୁଦ୍ଧା ଭାରତର GDP 5 ଲକ୍ଷ କୋଟି ଡଲାରରେ ପହଞ୍ଚି ଜର୍ମାନୀ ଓ ଜାପାନାକୁ ପଛରେ ପକାଇବ । ସେହି ସମୟରେ ମଧ୍ୟ ଭାରତର ଅର୍ଥବ୍ୟବସ୍ଥାଠାରୁ ଆମେରିକା 6 ଗୁଣା ଅଧିକ ରହିଥିବ ।

(PTI)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.