ETV Bharat / bharat

ବାଜପେୟୀଙ୍କ ଜନ୍ମ ଦିନରେ ଚାଷୀଙ୍କୁ ଭେଟି ଦେବେ ମୋଦି, ମିଳିବ 18 ହଜାର କୋଟି

author img

By

Published : Dec 23, 2020, 9:50 PM IST

25 ଡିସେମ୍ବରରେ ଭିଡିଓ କନଫେରେନ୍ସ ଜରିଆରେ ପିଏମକେଏସଏନ ଅନ୍ତର୍ଗତ ଆର୍ଥିକ ସହାୟତାର ଆଗାମୀ କିସ୍ତି ଜାରି କରିବେ ପ୍ରଧାନମନ୍ତ୍ରୀ । 9 କୋଟିରୁ ଅଧିକ ହିତାଧିକାରୀ ଚାଷୀ ପରିବାରକୁ 18 ହଜାର କୋଟି ଟଙ୍କା ଅର୍ଥ ବ୍ୟାଙ୍କ୍‌ ଖାତାକୁ ପଠାଇବେ ମୋଦି । ଅଧିକ ପଢନ୍ତୁ...

ବାଜପେୟୀଙ୍କ ଜନ୍ମ ଦିନରେ ଚାଷୀଙ୍କ ଭେଟି ଦେବେ ମୋଦି, ମିଳିବ 18 ହଜାର କୋଟି

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଗତ ଏକ ମାସରୁ ଜାରି ଚାଷୀ ଆନ୍ଦୋଳନ ମଧ୍ୟରେ କୃଷକ ସମ୍ମାନ ନିଧିର ଆଗାମୀ କିସ୍ତି ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 25 ଡିସେମ୍ବରରେ ଭିଡିଓ କନଫେରେନ୍ସ ଜରିଆରେ ପିଏମକେଏସଏନ ଅନ୍ତର୍ଗତ ଆର୍ଥିକ ସହାୟତାର ଆଗାମୀ କିସ୍ତି ଜାରି କରିବେ ପ୍ରଧାନମନ୍ତ୍ରୀ । ତେବେ ବୁଧବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ପିଏମଓରୁ ଟ୍ବିଟ ମାଧ୍ୟମରେ ଦିଆଯାଇଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ 9କୋଟିରୁ ଅଧିକ ହିତାଧିକାରୀ ଚାଷୀ ପରିବାରକୁ 18 ହଜାର କୋଟି ଟଙ୍କା ଅର୍ଥ ବ୍ୟାଙ୍କ୍‌ ଖାତାକୁ ପଠାଇବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ 6ଟି ଭିନ୍ନ ଭିନ୍ନ ରାଜ୍ୟର ଚାଷୀଙ୍କ ସହ ଆଲୋଚନା ମଧ୍ୟ କରିବେ ।

ଚାଷୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନାରେ କୃଷକ କଲ୍ୟାଣ ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ନିଜର ଅନୁଭବ ବଖାଣିବେ ପ୍ରଧାନମନ୍ତ୍ରୀ । ଏହି ଆଲୋଚନା ସମୟରେ ଉପସ୍ଥିତ ରହିବେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ।

25 ଡିସେମ୍ବରରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଦିବସ । ଏହ ଦିନକୁ ସୁଶାସନ ଦିବସ ରୂପେ ପାଳନ କରନ୍ତି କେନ୍ଦ୍ର ସରକାର । ତେବେ 25 ଡିସେମ୍ବର କାର୍ଯ୍ୟକ୍ରମ ଉପରେ ବିବରଣୀ ପ୍ରଦାନ କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । ଏହି ଦିନ ମଧ୍ୟାହ୍ନ 12ଟା କାର୍ଯ୍ୟକ୍ରଣ ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ଏହି ସମୟରେ 6 ରାଜ୍ୟର 6 ଜଣ ଚାଷୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସମ୍ବାଦ ରହିବ । ଏହାପରେ ଚାଷୀଙ୍କୁ ସମ୍ବୋଧନ କରିବେ ମୋଦି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.