ନୂଆଦିଲ୍ଲୀ: ତାମିଲନାଡୁର ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ଆସନ୍ତାକାଲି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମ କରାଯିବା ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ଚେନ୍ନାଇ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ ରାମନାଥପୁରମ୍-ଥୋଥୁକୁଡି ପ୍ରାକୃତିକ ଗ୍ୟାସ୍ ପାଇପଲାଇନ ଏବଂ ପେଟ୍ରୋଲ୍ ଡେସୁଲଫୁରିଜେସନ୍ ୟୁନିଟକୁ ଦେଶ ପାଇଁ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏହା ସହିତ ନାଗପଟ୍ଟିନାମଠାରେ ଥିବା କଉଭେରି ରାଫାଇନାରି ପ୍ରକଳ୍ପର ଶିଳାନ୍ୟାସ କରିବେ ।
ଏହି ପ୍ରକଳ୍ପଗୁଡିକ ସାମାଜିକ ଅର୍ଥନୀତି ପାଇଁ ଲାଭପ୍ରଦ ହେବ । ଏହି ପ୍ରକଳ୍ପ ଉର୍ଜା ଆତ୍ମନିର୍ଭରତାକୁ ଅଧିକ ସଶକ୍ତ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ରାମନାଥପୁରମ୍-ଥୋଥୁକୁଡି ପ୍ରାକୃତିକ ଗ୍ୟାସ୍ ପାଇପଲାଇନ ଓ ନାଗାପାଟ୍ଟିନମ୍- ମଦୁରାଇ-ଟୁଟିକୋରିନ୍ ପ୍ରାକୃତିକ ଗ୍ୟାସ୍ ପାଇପଲାଇନ ପାଇଁ 700କୋଟି ବ୍ୟୟ ଅଟକଳ ହୋଇଛି । ଏହା ଓଏନଜିସି ଗ୍ୟାସ କ୍ଷେତ୍ରରୁ ଗ୍ୟାସ ବ୍ୟବହାର କରିବାରେ ସାହାଯ୍ୟ କରିବା ସହିତ ଶିଳ୍ପ ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ଗ୍ରାହକଙ୍କୁ ପ୍ରାକୃତିକ ଗ୍ୟାସ ବିତରଣ କରିବାରେ ସାହାଯ୍ୟ କରିବ ।
ନାଗପଟ୍ଟିନାମଠାରେ ସ୍ଥାପିତ ହୋବାକୁ ଥିବା କଉଭେରି ରାଫାଇନାରି ପ୍ରକଳ୍ପରେ ବାର୍ଷିକ 9 ନିୟୁତ ମେଟ୍ରିକ୍ ଟନ୍ ଗ୍ୟାସ ରଖିବାର କ୍ଷମତା ରହିଛି । ଆଇଓସିଏଲ ଓ ସିପିସିଏଲର ମିଳିତ ଉଦ୍ୟମରେ ଏହି ପ୍ରକଳ୍ପ ପାଇଁ 31,500 କୋଟି ବ୍ୟୟ ଅଟକଳ ହୋଇଛି । ବିଧାମସଭା ନିର୍ବାଚନ ହେବାକୁ ଥିବା ପାଞ୍ଚଟି ରାଜ୍ୟ ମଧ୍ୟରେ ତାମିଲନାଡୁ ରହିଛି ।
@ANI