ନୂଆଦିଲ୍ଲୀ: ଆସନ୍ତା ମାସ ପହିଲାରେ ଅନୁଷ୍ଠିତ ହେବ ଚଳିତ ବର୍ଷର ‘ପରୀକ୍ଷା ପେ ଚର୍ଚ୍ଚା’ (Pariksha Pe Charcha) କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଶିକ୍ଷାର୍ଥୀଙ୍କ ସହ ସିଧା ସମ୍ବାଦ କରିବେ ପ୍ରଧାନମନ୍ତ୍ରୀ ମୋଦି । ପୂର୍ବରୁ ଏହି କାର୍ଯ୍ୟକ୍ରମର ୪ର୍ଥ ସଂସ୍କରଣ ଶେଷ ହୋଇଥିବା ବେଳେ ଚଳିତଥର ୫ମ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଛି । ଆଜି ଏନେଇ ମୋଦି ଟ୍ବିଟ କରି କହିଛନ୍ତି, ଏହି କାର୍ଯ୍ୟକ୍ରମ ଜୀବନ ଓ ପରୀକ୍ଷାର ଏକାଧିକ ଦିଗକୁ ନେଇ ଆଲୋଚନା କରିବାର ଏକ ଅବସର ପ୍ରଦାନ କରିବ ।
-
Pariksha Pe Charcha is interactive, light hearted and gives us all the opportunity to talk about different aspects of exams, studies, life and more… pic.twitter.com/fkXVRY7GNB
— Narendra Modi (@narendramodi) March 26, 2022 " '="" class="align-text-top noRightClick twitterSection" data="
">Pariksha Pe Charcha is interactive, light hearted and gives us all the opportunity to talk about different aspects of exams, studies, life and more… pic.twitter.com/fkXVRY7GNB
— Narendra Modi (@narendramodi) March 26, 2022Pariksha Pe Charcha is interactive, light hearted and gives us all the opportunity to talk about different aspects of exams, studies, life and more… pic.twitter.com/fkXVRY7GNB
— Narendra Modi (@narendramodi) March 26, 2022
ଏହି କାର୍ଯ୍ୟକ୍ରମରେ ଶିକ୍ଷାର୍ଥୀମାନଙ୍କ ସହ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥାନ୍ତି । ଏହି କାର୍ଯ୍ୟକ୍ରମ କେନ୍ଦ୍ର ଶିକ୍ଷା ମନ୍ତ୍ରାଣାଳୟର ସ୍କୁଲ ଏଜୁକେସନ ଓ ଲିଟ୍ରେସି ବିଭାଗ ଦ୍ବାରା ଆୟୋଜିତ ହୋଇଆସୁଛି । ଗତବର୍ଷ କୋରୋନା ସଂକ୍ରମଣ କାରଣରୁ ଏପ୍ରିଲ ୭ତାରିଖରେ ଅନ-ଲାଇନ ମୋଡରେ ଏହାକୁ ଆୟୋଜିତ କରାଯାଇଥିଲା । ଆରମ୍ଭରୁ ୩ବର୍ଷ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଦିଲ୍ଲୀରେ ଟାଉନ ହଲ ମୋଡରେ ଅନୁଷ୍ଠିତ ହୋଇଥିଲା ବେଳେ ଗତବର୍ଷ ଏହା ଅନ-ଲାଇନ ମୋଡରେ ଅନୁଷ୍ଠିତ ହୋଇଥିଲା ।
ଚଳିତବର୍ଷ ଏହାର ୫ମ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଏହାକୁୁ ନେଇ ପ୍ରଧାନମନ୍ତ୍ରୀ ବେଶ୍ ଉତ୍ସାହିତ ଥିବା ନଜର ଆସିଛନ୍ତି । ଏହିପରି କାର୍ଯ୍ୟକ୍ରମ କେବଳ ପରୀକ୍ଷା ନୁହେଁ ବରଂ ଜୀବନର ଏକାଧିକ ଦିଗକୁ ଆଲୋକପାତ କରିବାର ଅବସର ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ ଟ୍ବିଟ ମଧ୍ୟ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ