ETV Bharat / bharat

ବିଜେପି ପାଳୁଛି ସମର୍ପଣ ଦିବସ: ସ୍ବଦେଶୀ ଆପଣାଇବାକୁ କହିଲେ ପ୍ରଧାନମନ୍ତ୍ରୀ - ଦୀନଦୟାଲ ଉପାଧ୍ୟାୟ

ଆଜି ଭାରତୀୟ ଜନସଂଘର ପୂର୍ବତନ ଅଧ୍ୟକ୍ଷ ଦୀନଦୟାଲ ଉପାଧ୍ୟାୟଙ୍କ ପୂଣ୍ୟତିଥି । ଏହି ପୂଣ୍ୟତିଥିକୁ ସମର୍ପଣ ଦିବସ ରୂପେ ପାଳୁଛି ବିଜେପି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିଛନ୍ତି । ଅଧିକ ପଢନ୍ତୁ...

ବିଜେପି ପାଳୁଛି ସମର୍ପଣ ଦିବସ
ବିଜେପି ପାଳୁଛି ସମର୍ପଣ ଦିବସ
author img

By

Published : Feb 11, 2021, 1:32 PM IST

ନୂଆଦିଲ୍ଲୀ: ଆଜି ଭାରତୀୟ ଜନସଂଘର ପୂର୍ବତନ ଅଧ୍ୟକ୍ଷ ଦୀନଦୟାଲ ଉପାଧ୍ୟାୟଙ୍କ ପୂଣ୍ୟତିଥି । ଏହି ପୂର୍ଣ୍ୟତିଥିକୁ ସମର୍ପଣ ଦିବସ ରୂପେ ପାଳୁଛି ବିଜେପି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିଛନ୍ତି । ଏହି ସଭାରେ ମୋଦି କହିଛନ୍ତି ଯେ, ବିଦେଶ ନୀତି ଚାପରେ ନଆସି ଦେଶକୁ ପ୍ରାଥମିକତା ଦେବା ଆବଶ୍ୟକ । ସେ ଏହା ମଧ୍ୟ କହିଛନ୍ତି ଯେ, ଆମ ସରକାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସହ ଜଡିତ ଫାଇଲ ବାହାର କଲା, ତାଙ୍କୁ ଉପଯୁକ୍ତ ସମ୍ମାନ ଦେଲା । କିଛି ଦିନ ମଧ୍ୟରେ 5ଟି ରାଜ୍ୟରେ ନିର୍ବାଚନ ଅଛି । ଆମକୁ ଜନତାଙ୍କ ମଧ୍ୟରେ ଯିବାର ଅଛି, ଦେଶ ଆମ ନୀତି-ନିୟମକୁ ଦେଖିଛନ୍ତି, ଏହାକୁ ନେଇ ଆମକୁ ଆଗକୁ ବଢିବାର ଅଛି ।

ସ୍ବାଧିନତାର 75 ବର୍ଷ ପୂରଣ ହୋଇଛି । ଏନଇ ସମସ୍ତ କର୍ମକର୍ତ୍ତା 75ଟି କାମ କର ଓ ଏହାର ହିସାବ ରଖ । ସେ ନିଜ କାର୍ଯ୍ୟକର୍ତ୍ତାଙ୍କୁ ଏହା ମଧ୍ୟ କହିଛନ୍ତି ଯେ, ଘରେ ବସି ନିଜ ପରିବାର ସହ ଲିଷ୍ଟ ବନାନ୍ତୁ କି ଦିନକୁ କେତେଟା ସ୍ବଦେଶୀ ଓ ବିଦେଶୀ ଜିନିଷ ବ୍ୟବହାର କରୁଛନ୍ତି । ବିଦେଶୀ ସାମଗ୍ରୀରୁ ମୁକ୍ତ ହେବା ଆବଶ୍ୟକ ବୋଲି ମୋଦି କହିଛନ୍ତି । ଏହି ପରି ଅର୍ଥ ବ୍ୟବସ୍ଥାର ମନ୍ତ୍ର ଦୀନଦୟାଲ୍ ଉପାଧ୍ୟାୟ ଦେଇଛନ୍ତି । ଆମ ବିଚାରଧାରା ଦେଶଭକ୍ତି ବୋଲି ସେ କହିଛନ୍ତି ।

ମୋଦି କହିଛନ୍ତି, ବହୁମତରେ ସରକାର ଚାଲେ ଓ ସହମତିରେ ଦେଶ ଚାଲେ । ଆମ ଆମର ରାଜନୈତିକ ବିରୋଧିଙ୍କୁ ସମ୍ମାନ କରୁ । ଆମେ ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନ ଦେଲେ, ତରୁଣ ଗୋଗୋଇଙ୍କୁ ପଦ୍ମ ସମ୍ମାନ ଦେଲୁ । ଆମେ ଦଳ ପରିବାରବାଦ ଉପରେ କାର୍ଯ୍ୟକରେ । ଆମ ସରକାର ଜନଜାତୀଙ୍କ ପାଇଁ ଅଲଗା ମନ୍ତ୍ରଣାଳୟ ଆରମ୍ଭ କରିଥିଲା । ବିଜେପ ଶାସନ କାଳରେ ରାଜ୍ୟ ଭାଗ ଭାଗକୁ ନେଇ ଶାନ୍ତି ବଜାୟ ରଖିଛି, ଲଦାଖକୁ କେନ୍ଦ୍ରଶାସିତ ପ୍ରଦେଶ କରାଗଲା । ସେ ଏହା ମଧ୍ୟ କହିଛନ୍ତି ଯେ, ଦୀନଦୟାଲଙ୍କ ବିଚାରଧାରା ସର୍ବଦା ନୂଆ ସଚେତନତା ଆଣିଛି । ସେ ସର୍ବଦା ସମାଜ ସୁଧାର ଓ ପ୍ରେରଣା ଦେବା କାମ କରିଛନ୍ତି ।

ଦୀନଦୟାଲ ଗୋଟିଏ ବିଚାରଧାରାକୁ ନେଇ ଆଗକୁ ବଢୁଥିଲେ କିନ୍ତୁ ଅନ୍ୟ ବିଚାରଧାରାକୁ ବି ସମ୍ମାନ ଜଣାଉଥିଲେ । ଦୀନଦୟାଲ ତାଙ୍କ ରାଜନୈତିକ ଡାଏରୀରେ ନେହେରୁ ସରକାର ବିଷୟରେ ଆଲୋଚନା କରିଥିଲେ କିନ୍ତୁ ଯେତେବେଳେ ଏହି ବହିକୁ ସେ ପ୍ରକାଶିତ କରିଥିଲେ ସେତେବେଳେ ସେ କଂଗ୍ରେସ ନେତା ସମ୍ପୁର୍ଣ୍ଣାନନ୍ଦଙ୍କୁ ଲେଖିବାର ଦାୟିତ୍ବ ଦେଇଥିଲେ । ଦୀନଦୟାଲ ସବୁବେଳେ କହିଥିଲେ ଯେ, ଏକ ସବଳ ରାଷ୍ଟ୍ର ବିଶ୍ବର କଲ୍ୟାଣ କରିପାରେ । ଆତ୍ମନିର୍ଭର ଭାରତ ଏହାର ଉଦାହରଣ । କୋରୋନା କାଳରେ ବିଶ୍ବକୁ ଟିକା ଦେଉଛି ଭାରତ । ଆଜି ଭାରତରେ ଡିଫେନ୍ସ କରିଡର, ସ୍ବଦେଶୀ ଅସ୍ତ୍ରଶସ୍ତ୍ର ନିଜେ ପ୍ରସ୍ତୁତ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.