ETV Bharat / bharat

National Education Policy@1: 'ଜାତୀୟ ଶିକ୍ଷାନୀତିକୁ ରଖାଯାଇଛି ଚାପମୁକ୍ତ'

author img

By

Published : Jul 29, 2021, 6:24 PM IST

ଜାତୀୟ ଶିକ୍ଷାନୀତି ୨୦୨୦( National Education Policy) ଅନ୍ତର୍ଗତ ହୋଇଥିବା ସଂଶୋଧନର ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । ଜାତୀୟ ଶିକ୍ଷାନୀତି ଲାଗୁ ଲାଗୁ କରିବା ସ୍ବାଧୀନତାର ଅମୃତ ମହତ୍ସୋବର ଏକ ଅଂଶ ବୋଲି କହିଛନ୍ତି ମୋଦି । ଅଧିକ ପଢନ୍ତୁ...

NEP @1 : 'ଜାତୀୟ ଶିକ୍ଷାନୀତିକୁ ରଖାଯାଇଛି ଚାପମୁକ୍ତ'

ନୂଆଦିଲ୍ଲୀ: ଶିକ୍ଷାନୀତିକୁ ଚାପମୁକ୍ତ ରଖାଯାଇଛି । ଏହା ଲାଗୁ କରିବା ସ୍ବାଧୀନତାର ଅମୃତ ମହତ୍ସୋବର ଏକ ଅଂଶ । ଏହି ମହାପର୍ବ ମଧ୍ୟରେ ଶିକ୍ଷା ନୀତି ଆଧାରରେ ଆରମ୍ଭ ଯୋଜନାଗୁଡିକ ନୂଆ ଭାରତ ନିର୍ମାଣରେ ବଡ ଭୂମିକା ଗ୍ରହଣ କରିବ । ଜାତୀୟ ଶିକ୍ଷାନୀତି ୨୦୨୦( National Education Policy) ଅନ୍ତର୍ଗତ ହୋଇଥିବା ସଂଶୋଧନର ଏକ ବର୍ଷ ପୂର୍ତ୍ତି ଅବସରରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ ସମ୍ବୋଧନ ଆରମ୍ଭରେ ନୂଆ ଶିକ୍ଷା ନୀତିର ଏକ ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀ ଓ ବିଦ୍ୟାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗତ ଏକ ବର୍ଷ ମଧ୍ୟରେ ଦେଶର ଶିକ୍ଷକ, ଛାତ୍ରଛାତ୍ରୀ, ପ୍ରଧାନ ଶିକ୍ଷକ, ନୀତିନିର୍ଦ୍ଧାରକ ଜାତୀୟ ଶିକ୍ଷାନୀତିକୁ କାର୍ଯ୍ୟକାରୀ କରିବା ପାଇଁ କଠିନ ପରିଶ୍ରମ କରିଛନ୍ତି । ଦେଶ ୭୫ ତମ ସ୍ବାଧୀନତା ଦିବସ ପାଳନ କରୁଥିବା ସମୟରେ ଏହି ମହତ୍ବପୂର୍ଣ୍ଣ ଅବସର ଆମ ପାଖରେ ପହଁଞ୍ଚିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଶିକ୍ଷାର ମହତ୍ବକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭବିଷ୍ୟତରେ ଆମେ କେତେ ଆଗକୁ ଯିବୁ, କେତେ ଉଚ୍ଚତା ପ୍ରାପ୍ତ କରିବୁ, ଏହା ଆଜି ଯୁବପୀଢିଙ୍କୁ କିଭଳି ଶିକ୍ଷା ଦେଉଛି ଏହା ଉପରେ ନିର୍ଭର କରିବ । ଭାରତରେ ନୂଆ ଶିକ୍ଷାନୀତି ରାଷ୍ଟ୍ର ନିର୍ମାଣର ମହାଯଜ୍ଞରେ ବଡ ଫ୍ୟାକ୍ଟର ଭିତରୁ ଗୋଟିଏ ବୋଲି ମୋଦି । ଯୁବପୀଢିଙ୍କୁ ପ୍ରଶଂସା କରି ପିଏମ ମୋଦି କହିଛନ୍ତି, ଏକବିଂଶ ଶତାବ୍ଦୀରେ ଆଜିର ଯୁବପୀଢି ବ୍ୟବସ୍ଥା ସହ ଦୁନିଆକୁ ନିଜ ହିସାବରେ ନିର୍ମାଣ କରିବାକୁ ଚାହୁଁଛନ୍ତି । ଯୁବପୀଢିଙ୍କୁ ପିଞ୍ଜରା ଓ ବନ୍ଧନରୁ ମୁକ୍ତି ଦରକାର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଆଜିର ଶିକ୍ଷାନୀତି ସମ୍ପୂର୍ଣ୍ଣ ଭାବରେ ଯୁବପୀଢିଙ୍କ ସାଙ୍ଗରେ ଛିଡା ହୋଇଥିବା ବିଶ୍ବାସ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, ଯେଉଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରୋଗ୍ରାମ ଏବେ ଲଞ୍ଚ ହୋଇଛି, ଏହା ମଧ୍ୟ ଯୁବବର୍ଗଙ୍କୁ ଫ୍ୟୁଚର ଓରିଏଣ୍ଟେଡ କରିବ । ଜାତୀୟ ଶିକ୍ଷାନୀତିକୁ ଚାରିଆଡୁ ଚାପମୁକ୍ତ ରଖାଯାଇଛି । ଯେଉଁ ଖୋଲାପଣ ନୀତି ସ୍ତରରେ ରହିଛି, ସମାନ ଖୋଲାପଣ ଛାତ୍ରଛାତ୍ରୀଙ୍କ ବିକଳ୍ପ ମଧ୍ୟରେ ବି ରହିଛି । ଏବେ ଛାତ୍ରଛାତ୍ରୀ କେତେ ପଢିବେ, କେତେ ସମୟ ପଢିବେ, ଏହା କେବଳ ଅନୁଷ୍ଠାନ ନିର୍ଦ୍ଧାରଣ କରିବନି, ବରଂ ଏଥିରେ ଛାତ୍ରଛାତ୍ରୀଙ୍କ ସହଭାଗୀତା ମଧ୍ୟ ରହିବ ।

ପିଏମ ମୋଦି କହିଛନ୍ତି, ଆଜି ସୃଷ୍ଟି ହୋଇଥିବା ସମ୍ଭାବନାକୁ ସାକାର କରିବା ପାଇଁ ଯୁବବର୍ଗଙ୍କୁ ଦୁନିଆରେ ଗୋଟିଏ ପାଦ ଆଗକୁ କରିବାକୁପଡିବ । ଗୋଟିଏ ପାଦ ଆଗକୁ ଭାବିବାକୁ ପଡିବ । ସ୍ବାସ୍ଥ୍ୟ ହେଉ କି ପ୍ରତିରକ୍ଷା, ଭିତ୍ତିଭୂମି କିମ୍ବା ପ୍ରଯୁକ୍ତିବିଦ୍ୟା, ସବୁ କ୍ଷେତ୍ରରେ ଦେଶକୁ ସମର୍ଥ ଓ ଆତ୍ମନିର୍ଭର ହେବାକୁ ପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.