ETV Bharat / bharat

PM Modi in Egypt: 2ଦିନିଆ ଗସ୍ତରେ ଇଜିପ୍ଟରେ ପହଞ୍ଚିଲେ ପିଏମ୍ ମୋଦି, ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ କଲେ ସ୍ବାଗତ

ଆମେରିକା ଗସ୍ତ ଶେଷ କରି 2 ଦିନିଆ ଗସ୍ତରେ ଇଜିପ୍ଟ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିମାନ ବନ୍ଦରରେ ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ କଲେ ସ୍ବାଗତ । ଅଧିକ ପଢନ୍ତୁ

ଇଜିପ୍ଟରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ: ହଜାର ବର୍ଷ ପୁରାତନ ମସଜିଦ କରିବେ ପରିଦର୍ଶନଇଜିପ୍ଟରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ: ହଜାର ବର୍ଷ ପୁରାତନ ମସଜିଦ କରିବେ ପରିଦର୍ଶନ
ଇଜିପ୍ଟରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ: ହଜାର ବର୍ଷ ପୁରାତନ ମସଜିଦ କରିବେ ପରିଦର୍ଶନ
author img

By

Published : Jun 24, 2023, 6:39 PM IST

ହାଇଦ୍ରାବାଦ: ଆମେରିକାରେ ଐତିହାସିକ ଗସ୍ତ ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଶନିବାର) 2 ଦିନିଆ ଗସ୍ତରେ ଇଜିପ୍ଟରେ ପହଞ୍ଚିଛନ୍ତି । ଆଜି ଅପରାହ୍ନରେ ରାଜଧାନୀ କାଇରୋ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ଅବତରଣ କରିବା ପରେ ଇଜିପ୍ଟ ପ୍ରଧାନମନ୍ତ୍ରୀ ମୋସ୍ତାଫା ମଦବୌଲି ତାଙ୍କୁ ସ୍ବାଗତ କରିଛନ୍ତି । ବିମାନ ବନ୍ଦର ପରିସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗାର୍ଡ ଅଫ ଅନର ମଧ୍ୟ ପ୍ରଦାନ କରାଯାଇଛି । ପରେ ସେ ନିର୍ଦ୍ଧାରିତ ହୋଟେଲକୁ ଗସ୍ତ କରିଛନ୍ତି ।

ଏହି ଦୁଇ ଦିନିଆ ଗସ୍ତରେ ସେ ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ ମୋସ୍ତାଫା ମଦବୌଲି ଓ ରାଷ୍ଟ୍ରପତି ଅବଦ୍ଦଲ ଫତହ ଅଲ-ସିସିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ । 26 ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଇଜିପ୍ଟ ଗସ୍ତ କରିଛନ୍ତି । ଚଳିତ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଇଜିପ୍ଟ (ମିଶର) ରାଷ୍ଟ୍ରପତି ଅବଦ୍ଦଲ ଫତହ ଅଲ-ସିସି ମୁଖ୍ୟ ଅତିଥି ଭାବେ ଭାରତ ଆସିଥିଲେ । ସେତେବେଳେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇଜିପ୍ଟ ଗସ୍ତ କରିବା ପାଇଁ ନିମନ୍ତ୍ରଣ କରି ଫେରିଥିଲେ ।

ଏହି ଦୁଇ ଦିିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ରାଜଧାନୀ କାଇରୋରେ ଥିବା 1 ହଜାର ବର୍ଷ ପୁରାତନ ଐତିହାସିକ ‘ଅଲ-ହାକିମ ମସଜିଦ’ (Al-Hakim Mosque) ମଧ୍ୟ ପରିଦର୍ଶନ କରିବେ । ଏକାଦଶ ଶତାବ୍ଦୀର ଅଲ-ହାକିମ ମସଜିଦ ମିଶର ସଭ୍ୟତାର ଏକ ପୁରାତନ ଅଂଶ । ଏହି ଅବସରରେ ସେ ସେଠାରେ ପ୍ରବାସୀ ଭାରତୀୟ ମୁସଲିମ ସମୁଦାୟକୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ମସଜିଦ ପରିସରରେ ପ୍ରାୟ ଏକ ଘଣ୍ଟା ବିତାଇବେ ପ୍ରଧାନମନ୍ତ୍ରୀ । ଏହାପରେ ଇଜିପ୍ଟର ରାଜଧାନୀ କାଇରୋରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ପ୍ରଧାନମନ୍ତ୍ରୀ ହେବେ ।

ପ୍ରଧାନମନ୍ତ୍ରୀ ପହଞ୍ଚିବାକୁ ଥିବା ହୋଟେଲରରେ ଇଜିପ୍ଟ-ଭାରତ ଦ୍ବିପାକ୍ଷିକ ସମ୍ପର୍କ ନେଇ ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଛି । ରାଷ୍ଟ୍ରପତି ଅବଦ୍ଦଲ ଫତହ ଅଲ ସିସି ଭାରତ ଗସ୍ତରେ ଆସିଥିଲେ । ଉକ୍ତ ଗସ୍ତ ସମ୍ପର୍କିତ ଫଟୋଗୁଡିକ ଏହି ପ୍ରଦର୍ଶନୀରେ ସାମିଲ କାରଯାଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ଇଜିପ୍ଟରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଅଜିତ ଗୁପ୍ତା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଇଜିପ୍ଟ ଗସ୍ତ ଅବସରରେ ପ୍ରଥମ ଥର ପାଇଁ ଇଜିପ୍ଟ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ । 2014 ମସିହାରେ ଇଜିପ୍ଟର ରାଷ୍ଟ୍ରପତି ଅବଦ୍ଦଲ ଫତହ ଅଲ ସିସି ଏବଂ ଭାରତରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ଇଜିପ୍ଟରେ ଭାରତୀୟ ଦୂତାବାସ କାର୍ଯ୍ଯକ୍ଷମ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.