ନୂଆଦିଲ୍ଲୀ: ଆଜି ପବିତ୍ର ମହାଳୟା । ଆଜିର ଏହି ବିଶେଷ ଦିନରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଉଛି । ପ୍ରତ୍ୟେକ ହିନ୍ଦୁ ପାଇଁ ଏହା ଏକ ବିଶେଷ ଦିନ । ଏହି ଅବସରରେ ଦେଶବାସୀଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
-
Shubho Mahalaya!
— Narendra Modi (@narendramodi) October 6, 2021 " class="align-text-top noRightClick twitterSection" data="
We bow to Maa Durga and seek her blessings for the well-being of our planet and the welfare of our citizens. May everyone be happy as well as healthy in the times to come.
">Shubho Mahalaya!
— Narendra Modi (@narendramodi) October 6, 2021
We bow to Maa Durga and seek her blessings for the well-being of our planet and the welfare of our citizens. May everyone be happy as well as healthy in the times to come.Shubho Mahalaya!
— Narendra Modi (@narendramodi) October 6, 2021
We bow to Maa Durga and seek her blessings for the well-being of our planet and the welfare of our citizens. May everyone be happy as well as healthy in the times to come.
ଟ୍ବିଟ କରି ମୋଦି କହିଛନ୍ତି, ଶୁଭ ମହାଳୟା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା । ଜଗତର କଲ୍ୟାଣ ସହିତ ଆମ ଦେଶର ସମସ୍ତ ନାଗରିକଙ୍କ ଭବିଷ୍ୟତ ଉଜ୍ବଳମୟ ହେଉ । ସମସ୍ତ ସୁସ୍ଥ ରୁହନ୍ତୁ ମା ଦୁର୍ଗାଙ୍କ ନିକଟରେ ଏତି ପ୍ରାର୍ଥନା କରୁଛି ବୋଲି ଟ୍ବିଟ କରି କହିଛନ୍ତି ମୋଦି ।
ଏହା ଏକ ଧର୍ମଭିତ୍ତିକ ପର୍ବ । ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ ‘ପିତୃପର୍ବ’ ମଧ୍ୟ କୁହାଯାଏ । ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବାସ୍ୟା, ଏହି ୧୫ ଦିନ ମଧ୍ୟରେ ଜଣେ ଯେକୌଣସି ଦିନ ଶ୍ରାଦ୍ଧ ଦେଇପାରେ, ଏଥିପାଇଁ ଏହାକୁ ପିତୃପକ୍ଷ କୁହଯାଏ । ହିନ୍ଦୁ ଧାର୍ମିକ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ ।
@ANI