ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ଐତିହାସିକ ବିଜୟରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଟ୍ବିଟ କରି କଂଗ୍ରେସକୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦି ଲେଖିଛନ୍ତି,‘‘କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜୟ ପାଇଁ କଂଗ୍ରେସ ପାର୍ଟିକୁ ଶୁଭେଚ୍ଛା । କର୍ଣ୍ଣାଟକବାସୀଙ୍କ ଆଶା, ଆକାଂକ୍ଷା ପୂରଣ କରିବା ଦିଗରେ ମୋର ଶୁଭେଚ୍ଛା ।’’
-
Congratulations to the Congress Party for their victory in the Karnataka Assembly polls. My best wishes to them in fulfilling people’s aspirations.
— Narendra Modi (@narendramodi) May 13, 2023 " class="align-text-top noRightClick twitterSection" data="
">Congratulations to the Congress Party for their victory in the Karnataka Assembly polls. My best wishes to them in fulfilling people’s aspirations.
— Narendra Modi (@narendramodi) May 13, 2023Congratulations to the Congress Party for their victory in the Karnataka Assembly polls. My best wishes to them in fulfilling people’s aspirations.
— Narendra Modi (@narendramodi) May 13, 2023
2024 ସାଧାରଣ ନିର୍ବାଚନ ପୂର୍ବରୁ ଏକମାତ୍ର ଦକ୍ଷିଣ ବିଜେପି ଶାସିତ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ କ୍ଷମତା ବଜାୟ ରଖିବା ପାଇଁ ଦଳ ପ୍ରାଣମୂର୍ଚ୍ଛା ପ୍ରୟାସ କରିଥିଲା । ଦଳର ସବୁଠୁ ବଡ ଚେହେରା ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲେ । ରାଜଧାନୀ ବେଙ୍ଗାଲୁରୁ, ମାଣ୍ଡ୍ୟା, ବେଲଗାଭୀ ଆଦି ସ୍ଥାନରେ ଏକାଧିକ ରୋଡ ସୋ’ କରି ଦଳ ପାଇଁ ଭୋଟ ମାଗିଥିଲେ ପ୍ରଧାନମନ୍ତ୍ରୀ । ସେହିପରି ଏକାଧିକ ନିର୍ବାଚନୀ ଜନସଭାରେ କଂଗ୍ରେସକୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ । ତାଙ୍କ ପ୍ରତି କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କ ବିଷଧର ସାପ ମନ୍ତବ୍ୟ ଓ ବଜରଙ୍ଗ ଦଳ ବ୍ୟାନ୍କୁ ନେଇ କଂଗ୍ରେସ ପ୍ରତି କଡ଼ା ଟିପ୍ପଣୀ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି ।
କଂଗ୍ରେସ ଘୋଷଣା କରିଥିବା ଇସ୍ତାହାରରେ ବଜରଙ୍ଗ ଦଳକୁ ଉଗ୍ରବାଦୀ ସଂଗଠନ ସହ ତୂଳନା କରି ତାକୁ ବ୍ୟାନ୍ କରାଯିବା ନେଇ ଘୋଷଣା କରିଥିଲା କଂଗ୍ରେସ । ଯାହାକୁ ନେଇ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ଟାର୍ଗେଟ କରିଥିଲେ । କଂଗ୍ରେସ ପ୍ରଭୁ ଶ୍ରୀରାମଙ୍କୁ ବନ୍ଦ କରିଥିଲା ଓ ଏବେ ବଜରଙ୍ଗବାଲୀଙ୍କୁ ତାଲା ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର କରୁଥିବା ମୋଦି କହିଥିଲେ । ସେହିପରି ଏହି ପ୍ରସଙ୍ଗରେ ଏକାଧିକ ବିଜେପି ନେତା କଂଗ୍ରେସକୁ ଟାର୍ଗେଟ କରିଥିଲେ । ବିଜେପି ଓ ବଜରଙ୍ଗ ଦଳ ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ପ୍ରତିବାଦ କରିବା ସହ କଂଗ୍ରେସ କାର୍ଯ୍ୟାଳୟ ଭଙ୍ଗାରୁଜା କରିଥିବା ଚିତ୍ର ଦେଖିବାକୁ ମିଳିଥିଲା । ଏ ତମାମ ଘଟଣାକ୍ରମ ସତ୍ତ୍ବେ ମଧ୍ୟ କଂଗ୍ରେସର ଭୋଟ ବ୍ୟାଙ୍କରେ କୌଣସି ପ୍ରଭାବ ପଡ଼ିନାହିଁ । ଏବେ ଫଳାଫଳ ପରେ କଂଗ୍ରେସ ମଧ୍ୟ ଜୟ ବଜରଙ୍ଗବଲୀ ନାରା ଲଗାଇଛି ।
ଏବେ ସୁଦ୍ଧା କଂଗ୍ରେସ 136 ଆସନରେ ଜିତି ସାରିଲାଣି । ବିଜେପି ମାତ୍ର 60 ଆସନରେ ବିଜୟୀ ହୋଇଛି । ଆସନ୍ତାକାଲି କଂଗ୍ରେସ ବିଧାୟକ ଦଳ ବୈଠକ ପରେ ମୁଖ୍ୟମନ୍ତ୍ରୀ ଚେହେରା ସ୍ପଷ୍ଟ ହେବ । ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାର ଓ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ମଧ୍ୟରୁ କେହି ଜଣେ ମୁଖ୍ୟମନ୍ତ୍ରୀ ହେବା ପ୍ରାୟତଃ ନିଶ୍ଚିତ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ବଶବରାଜ ବୋମ୍ମାଇ ଦଳର ପରାଜୟର ନୈତିକ କାରଣ ନିଜ ମୁଣ୍ଡକୁ ନେଇଥିବା ବେଳେ ଏନେଇ ତର୍ଜମା ହେବ ବୋଲି କହିଛନ୍ତି । ବରିଷ୍ଠ ନେତା ୟେଦ୍ଦୁରପ୍ପା ହାର, ଜିତ୍ ବିଜେପି ପାଇଁ ନୂଆ କଥା ନୁହେଁ ଓ ଏହାର ପୁଙ୍ଖାନୁପୁଙ୍ଖ ତର୍ଜମା ହେବ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ବିଟ କରି କଂଗ୍ରେସକୁ ଶୁଭେଚ୍ଛା ଜଣାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ