ନୂଆଦିଲ୍ଲୀ: ଚୀନର ହାଙ୍ଗଝୁରେ ଆୟୋଜିତ ଏସିଆନ ଗେମ୍ସ 2022ରେ ଭାରତୀୟ ମହିଳା କ୍ରିକେଟ ଟିମକୁ ସ୍ବର୍ଣ୍ଣ । ଶ୍ରୀଲଙ୍କାକୁ ହରାଇ 19 ରନରେ ହରାଇ ଫାଇନାଲରେ ସ୍ବର୍ଣ୍ଣ ପଦକ ହାସଲ କରିଛି ଭାରତୀୟ ମହିଳା କ୍ରିକେଟ ଟିମ । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିମକୁ ଶୁଭେଚ୍ଛା ଜଣାଇବା ସହ ବେଶ ପ୍ରଶଂସା କରିଛନ୍ତି । ଆମର ଦେଶର ଝିଅମାନେ ଦେଶର ଜାତୀୟ ପତାକା ତ୍ରିରଙ୍ଗାକୁ କ୍ରମାଗତ ଭାବେ ନିଜ ପ୍ରତିଭା ମାଧ୍ୟମରେ ଉଚ୍ଚ ସ୍ତରରେ ପହଞ୍ଚାଉଥିବା ମୋଦି କହିଛନ୍ତି ।
-
🇮🇳 𝑯𝒊𝒔𝒕𝒐𝒓𝒚-𝒎𝒂𝒌𝒆𝒓𝒔!
— SAI Media (@Media_SAI) September 25, 2023 " class="align-text-top noRightClick twitterSection" data="
The incredible women's cricket team of India strike GOLD for the first time ever, clinching a thrilling victory against Sri Lanka! 🥇🎉 Let's celebrate these remarkable women who've made India proud at #AsianGames2022! 🥳👏 #Cheer4India pic.twitter.com/0xUrGdgfbA
">🇮🇳 𝑯𝒊𝒔𝒕𝒐𝒓𝒚-𝒎𝒂𝒌𝒆𝒓𝒔!
— SAI Media (@Media_SAI) September 25, 2023
The incredible women's cricket team of India strike GOLD for the first time ever, clinching a thrilling victory against Sri Lanka! 🥇🎉 Let's celebrate these remarkable women who've made India proud at #AsianGames2022! 🥳👏 #Cheer4India pic.twitter.com/0xUrGdgfbA🇮🇳 𝑯𝒊𝒔𝒕𝒐𝒓𝒚-𝒎𝒂𝒌𝒆𝒓𝒔!
— SAI Media (@Media_SAI) September 25, 2023
The incredible women's cricket team of India strike GOLD for the first time ever, clinching a thrilling victory against Sri Lanka! 🥇🎉 Let's celebrate these remarkable women who've made India proud at #AsianGames2022! 🥳👏 #Cheer4India pic.twitter.com/0xUrGdgfbA
ଭାରତୀୟ ମହିଳା କ୍ରିକେଟ ଟିମର ଏହି ଐତିହାସିକ ବିଜୟ ପରେ ପ୍ରଧାନମନ୍ତ୍ରୀ କହିଛନ୍ତି," ଏସିଆନ୍ ଗେମ୍ସରେ ମହିଳା କ୍ରିକେଟ୍ ଟିମ ସ୍ବର୍ଣ୍ଣ ହାସଲ କରିଛି । ଏହା ଅତ୍ୟନ୍ତ ରୋମାଞ୍ଚକର ମ୍ୟାଚ୍ ରହିଥିଲା । ମହିଳା କ୍ରିକେଟ ଟିମର ଏହି ଅବିଶ୍ବସନୀୟ ସଫଳତା ଲାଗି ସାରା ଦେଶ ଆନନ୍ଦିତ ଓ ଗର୍ବିତ । ଆମ ଦେଶର ଝିଅମାନେ ସେମାନଙ୍କ ପ୍ରତିଭା, ଗ୍ରୀଟ୍, କୌଶଳ ଏବଂ ଦଳଗତ କାର୍ଯ୍ୟ ସହିତ କ୍ରୀଡା କ୍ଷେତ୍ରରେ ମଧ୍ୟ ତ୍ରିରଙ୍ଗାକୁ ସାରା ବିଶ୍ବରେ ଉଚ୍ଚ ସ୍ତରରେ ରଖୁଛନ୍ତି । ମହିଳା କ୍ରିକେଟ ଟିମର ଏହି ମହାନ ବିଜୟ ଲାଗି ସେମାନଙ୍କୁ ଅଭିନନ୍ଦନ ।"
-
The moment India became the Gold medalists of the #AsianGames Women’s T20I competition 🙌 pic.twitter.com/Sn8v4XgLFN
— ICC (@ICC) September 25, 2023 " class="align-text-top noRightClick twitterSection" data="
">The moment India became the Gold medalists of the #AsianGames Women’s T20I competition 🙌 pic.twitter.com/Sn8v4XgLFN
— ICC (@ICC) September 25, 2023The moment India became the Gold medalists of the #AsianGames Women’s T20I competition 🙌 pic.twitter.com/Sn8v4XgLFN
— ICC (@ICC) September 25, 2023
ଏହା ବି ପଢନ୍ତୁ- Asian Games: ଭାରତୀୟ ମହିଳା କ୍ରିକେଟ ଟିମକୁ ସ୍ୱର୍ଣ୍ଣ, ଛୁଟିଲା ଶୁଭେଚ୍ଛା
-
A historic selfie 🤳 with the 𝙂𝙊𝙇𝘿 𝙈𝙀𝘿𝘼𝙇𝙇𝙄𝙎𝙏𝙎 🥇👌🏻#TeamIndia | #AsianGames | #IndiaAtAG22 pic.twitter.com/zLQkMRD36W
— BCCI Women (@BCCIWomen) September 25, 2023 " class="align-text-top noRightClick twitterSection" data="
">A historic selfie 🤳 with the 𝙂𝙊𝙇𝘿 𝙈𝙀𝘿𝘼𝙇𝙇𝙄𝙎𝙏𝙎 🥇👌🏻#TeamIndia | #AsianGames | #IndiaAtAG22 pic.twitter.com/zLQkMRD36W
— BCCI Women (@BCCIWomen) September 25, 2023A historic selfie 🤳 with the 𝙂𝙊𝙇𝘿 𝙈𝙀𝘿𝘼𝙇𝙇𝙄𝙎𝙏𝙎 🥇👌🏻#TeamIndia | #AsianGames | #IndiaAtAG22 pic.twitter.com/zLQkMRD36W
— BCCI Women (@BCCIWomen) September 25, 2023
ଭାରତୀୟ ମହିଳା କ୍ରିକେଟର ଅଧିନାୟିକା ହରମନପ୍ରୀତ କୌର ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଏହାପରେ ଟିମର ଷ୍ଟାର ଓପନର୍ ସ୍ମୃତି ମନ୍ଧନା 46 ରନ୍ କରିଥିବା ବେଳେ ଜେମ୍ମିମାହ ରୋଡ୍ରିଗଜ୍ 42 ରନ୍ କରିଥିଲେ । ଉଭୟଙ୍କ ପାର୍ଟନରସିପରେ ଭାରତ ସ୍କୋରରେ 73 ରନ୍ ଯୋଡ଼ି ହୋଇଥିଲା । ଭାରତ ନିର୍ଦ୍ଧାରିତ ଓଭରରେ 116 ରନ କରିଥିଲା । ଏହାପରେ ମୈଦାନକୁ ଓହ୍ଲାଇଥିଲେ ଶ୍ରୀଲଙ୍କା ଟିମ୍ । ବିପକ୍ଷ ଟିମ 117 ରନ୍କୁ ପିଛା କରି 8 ୱିକେଟରେ 79 ରନ କରିବାରେ ସଫଳ ହୋଇଥିଲା ।
ଏହା ବି ପଢନ୍ତୁ- Asian Games 2023: ଆଜି ଭାରତ-ଶ୍ରୀଲଙ୍କା ଲଢ଼େଇ
ଆଜିର ମ୍ୟାଚ୍ରେ ଭାରତର ଦଳଗତ କାର୍ଯ୍ୟ ବେଶ ପ୍ରଶଂସନୀୟ ରହିଥିଲା । ଯାହାକି ଭାରତକୁ ଖୁବ ସହଜରେ ମ୍ୟାଚ୍ ଜିତାଇଥିଲା । ଭାରତୀୟ ପେସର୍ ଟାଇଟାସ ସଦ୍ଧୁ ଭଲ ପ୍ରଦର୍ଶନ କରିଥିଲେ । ସେ 4 ଓଭର ବୋଲିଂ କରି ମାତ୍ର 6 ରନ୍ ଦେଇଥିବା ବେଳେ 3ଟି ୱିକେଟ ନେଇଥିଲେ । ସେହିପରି ରାଜେଶ୍ବରୀ ଗାଇକୱାଡ 2ଟି ୱିକେଟ ନିଜ ନାଁରେ କରିଥିଲେ । ସୂଚନା ଥାଉ କି ସେପଟେ ଭାରତୀୟ ପୁରୁଷ କ୍ରିକେଟ ଦଳ ମଧ୍ୟ ଭଲ ପ୍ରଦର୍ଶନ କରିଛି । ଟିମ ଏସିଆ କପ୍ ଚମ୍ପିଆନ ହୋଇଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜକୁ ମଧ୍ୟ କବଜା କରିଛି ।